Posted inଜାତୀୟ

ବ୍ରିଜ୍‌ଭୂଷଣଙ୍କ ନାଁରେ ଏଫ୍‌ଆଇଆର୍‌ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫ା୪: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀ ପୋଲିସର ଭୂମିକା ସନ୍ଦେହ ଘେରରେ। ଏହି ପ୍ରସଙ୍ଗରେ କନ୍ନଟପ୍ଲେସ୍‌ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ ମାମଲା ରୁଜୁ କରୁ ନ ଥିବା ଦର୍ଶାଇ ୭ ମହିଳା ରେସ୍‌ଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଦିଲ୍ଲୀ ସରକାରଙ୍କୁ ନୋଟିସ କରିଛନ୍ତି। ଏଥିସହ ବ୍ରିଜ୍‌ଭୂଷଣଙ୍କ ନାମରେ ମାମଲା ରୁଜୁ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଭିନେଶ ଫୋଗଟ,
ସାକ୍ଷୀ ମଲିକଙ୍କ ସମେତ ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧା ଓ ଅଲିମ୍ପିଆନ୍‌ମାନେ ଗତ ଜାନୁୟାରୀରେ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ଆଣିଥିଲେ। ଏପରି କି ୨୦୨୧ରେ ଆୟୋଜିତ ଏକ ରେସ୍‌ଲିଂ ଟୁର୍ନାମେଣ୍ଟ ବେଳେ ସେ ଜଣେ କୁସ୍ତିଯୋଦ୍ଧାଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରିଥିବା ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା। ବ୍ରିଜ୍‌ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ପଦରୁ ହଟାଇବା ଦାବିରେ ପ୍ରାୟ ୨୦୦ କୁସ୍ତିଯୋଦ୍ଧା ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିବାଦ ଘନେଇବାରୁ ଏହି ପ୍ରସଙ୍ଗରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହସ୍ତକ୍ଷେପ କରିଥିଲା। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଗତ ଜାନୁୟାରୀ ୧୯ରେ କୁସ୍ତିଯୋଦ୍ଧାମାନଙ୍କ ସହ ଆଲୋଚନା କରି ତଦନ୍ତ କମିଟି ଗଠନ କରିଥିଲେ। କିନ୍ତୁ ୩ ମାସର ଅପେକ୍ଷା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରଠାରେ ରବିବାରଠାରୁ ପୁଣି ଧାରଣା ଦେଇଛନ୍ତି। ସେମାନଙ୍କ କହିବା ହେଲା, ଏପ୍ରିଲ ୨୧ରେ ମହିଳା କୁସ୍ତିଯୋଦ୍ଧାମାନେ କେନ୍ଦ୍ରୀୟ ଦିଲ୍ଲୀର କନ୍ନଟ ଥାନାକୁ ଏତଲା ଦେବା ପାଇଁ ଯାଇଥିଲେ। ପୋଲିସ ସେମାନଙ୍କ ଏତଲା ଗ୍ରହଣ କରିଥିଲା, କିନ୍ତୁ ଏଫ୍‌ଆଇଆର୍‌ କପି ୩ ଘଣ୍ଟା ପର୍ଯ୍ୟନ୍ତ ଦେଇ ନ ଥିଲା। ଅଭିଯୋଗକାରିଣୀମାନଙ୍କ ପ୍ରତି ପୋଲିସର ବ୍ୟବହାର ଚକିତ କରିଦେବା ଭଳି ଥିଲା। ଏଭଳି ଆଭିମୁଖ୍ୟ ଘୋର ଅନ୍ୟାୟ ଓ ସେମାନଙ୍କ ମୌଳିକ ମାନବାଧିକାରଗୁଡ଼ିକର ଖୋଲା ଉଲ୍ଲଂଘନ। ଏନେଇ ୭ ମହିଳା କୁସ୍ତିଯୋଦ୍ଧା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦିଲ୍ଲୀ ପୋଲିସର ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଇନାନୁସାରେ ଏଫ୍‌ଆଇଆର୍‌ ହେବା କଥା। କିନ୍ତୁ ମାମଲା ରୁଜୁ କରିବା ପରିବର୍ତ୍ତେ ପୋଲିସ କର୍ମଚାରୀମାନେ ଅଭିଯୋଗପତ୍ରର ଫଟୋ ଉଠାଇ ଲୋକଙ୍କ ନିକଟକୁ ପଠାଉଥିଲେ। ୩ ଦିନ ହେଲା ପୋଲିସ କିଛି କରୁନାହିଁ। ଯଦି ତଦନ୍ତ କମିଟି ବ୍ରିଜ୍‌ଭୂଷଣଙ୍କୁ କ୍ଲିନ୍‌ଚିଟ୍‌ ଦେଇଛି, ତେବେ ତାକୁ ସାର୍ବଜନୀନ କରାଯିବା ଉଚିତ। କିନ୍ତୁ ଅନୁରୋଧ ସତ୍ତ୍ୱେ କ୍ରୀଡ଼ା ମନ୍ତ୍ରଣାଳୟ ଓଭରସାଇଟ୍‌ କମିଟିର ଉକ୍ତ ରିପୋର୍ଟକୁ ସାର୍ବଜନୀନ କରୁନାହିଁ। ତେଣୁ ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନକାରିଣୀମାନେ ନିବେଦନ କରିଛନ୍ତି।
ମେଡାଲ ବିଜେତା ଓ ବିକ୍ଷୋଭରତ କୁସ୍ତିଯୋଦ୍ଧାମାନଙ୍କ ଅଭିଯୋଗକୁ ମଙ୍ଗଳବାର ସୁପ୍ରିମକୋର୍ଟ ଗମ୍ଭୀରତା ସହ ନେଇଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଅଦ୍ୟାବଧି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଛନ୍ତି। ୭ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ପ୍ରଥମେ ଏହାର ଶୁଣାଣି ଆସନ୍ତା ଶୁକ୍ରବାର କରିବାକୁ ସ୍ଥିର କରିଥିଲେ। ତେବେ ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ଯୁକ୍ତି ଶୁଣିବା ପରେ ମାମଲାର ତତ୍କାଳ ବିଚାର ପାଇଁ ନିଷ୍ପତ୍ତି ନେଲେ। ସିବଲ କହିଥିଲେ, ଜଣେ ନାବାଳିକାଙ୍କ ସମେତ ୭ ଅଭିଯୋଗକାରିଣୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ସତ୍ତ୍ୱେ ପୋଲିସ ଏଫ୍‌ଆଇଆର୍‌ ରୁଜୁ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏପରି କି କମିଟି ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ। ଏଭଳି ଗମ୍ଭୀର ଅଭିଯୋଗକୁ ନେଇ ଏଫ୍‌ଆଇଆର୍‌ ପଞ୍ଜୀକରଣ ନ କରିବା ଅଭିଯୋଗରେ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ଚାଲିପାରିବ। ଏହା ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ କରିବା ସହ ଶୁକ୍ରବାର ପରବର୍ତ୍ତୀ ଶୁଣାଣି ପାଇଁ ରାଜି ହୋଇଛନ୍ତି। ଅନ୍ୟପକ୍ଷେ ପୂର୍ବରୁ ଅଭିଯୋଗକୁ ଖଣ୍ଡନ କରିଆସିଥିବା ବ୍ରିଜ୍‌ଭୂଷଣ ଏବେ ମାମଲା ସୁପ୍ରିମକୋର୍ଟକୁ ଯାଇଥିବାରୁ ଏନେଇ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri