Posted inଫୁରସତ

ହାତରେ ନାହିଁ ଫିଙ୍ଗର ପ୍ରିଣ୍ଟ୍‌

ଢାକା,୨୮।୧୨: ସମସ୍ତଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍‌ ରହିଥାଏ। ତେବେ ବାଂଲାଦେଶରେ ବାସ କରୁଥିବା ଏକ ପରିବାରର କୌଣସି ପୁରୁଷ ସଦସ୍ୟଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍‌ ନାହିଁ। ପିଢ଼ି ପରେ ପିଢ଼ି ଏଭଳି ଜାରି ରହିଛି। ଜିନ୍‌ ଗତ ତ୍ରୁଟି ଯୋଗୁ ଏଭଳି ହେଉଥିବା ଚିକିତ୍ସା ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ଉତ୍ତର ବାଂଲାଦେଶର ରାଜଶାହି ଜିଲାରେ ବାସ କରୁଥିବା ଅପୁ ସରକାର ଏବଂ ଅମଲ ସରକାରଙ୍କଠାରେ ଏଭଳି ବିରଳ ବ୍ୟତିକ୍ରମ ଦେଖିବାକୁ ମିଳିଛି। ତାଙ୍କ ବାପା ଏବଂ ବୁଢ଼ାବାପାଙ୍କଠାରେ ମଧ୍ୟ ଏଭଳି ସମସ୍ୟା ରହିଥିଲା। ଅପୁ ଚିକିତ୍ସା ସହାୟକ ଭାବେ କାର୍ଯ୍ୟ କରୁଥିଲେ। ୨୦୦୮ଠାରୁ ସେ ଚାକିରୀ ଛାଡି ଏବେ ସେ ଅନ୍ୟ କାମ କରୁଛନ୍ତି। ତାଙ୍କ ବାପା ଏବଂ ବୁଢ଼ାବାପା ଚାଷୀ ଥିଲେ। ଧୀରେଧୀରେ ଦେଶର ସମସ୍ତ ସରକାରୀ କାର୍ଯ୍ୟରେ ଡିଏନ୍‌ଏ ଫିଙ୍ଗର ପ୍ରିଣ୍ଟ୍‌କୁ ଗୁରୁତ୍ୱ ଦିଆଯାଉଥିବାବେଳେ ପପୁଙ୍କ ପରିବାର ଏନେି ସଂଘର୍ଷ ଜାରି ରଖିଛନ୍ତି। ସେମାନଙ୍କୁ ନାନା ପ୍ରକାର ହଇରାଣ ହରକତ ହେବାକୁ ପଡୁଛି। ଚିକିତ୍ସା ବିଜ୍ଞାନରେ ଏଭଳି ଆନୁବଂଶିକ ସମସ୍ୟାକୁ ଏଡର୍ମେଟୋଗ୍ଲାଫିଆ କୁହାଯାଇଥାଏ। ଏବେ ଅମଲ ଏବଂ ଅପୁଙ୍କ କାହାଣୀ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri