ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ !

ଓ୍ବାଶିଂଟନ, ୨୯।୯: ମଙ୍ଗଳଗ୍ରହରେ ପାଣିର ସନ୍ଧାନ ମିଳିଛି। ଏନେଇ ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ମଙ୍ଗଳରେ ୩ଟି ହ୍ରଦ ରହିଥିବା ନାସା ପକ୍ଷରୁ ଦାବି କରାଯାଇଛି। ୨ ବର୍ଷ ତଳେ ମଙ୍ଗଳର ଦକ୍ଷିଣ ଗୋଲାର୍ଦ୍ଧରେ ଲୁଣି ପାଣି ହ୍ରଦର ସନ୍ଧାନ ମିଳିଥିଲା। ଏହି ହ୍ରଦ ବରଫ ତଳେ ରହିଥିବା ନାସା କହିଥିଲା। ପାଣିର ସନ୍ଧାନ ମିଳିବା ଯୋଗୁ ଭବିଷ୍ୟତରେ ମଙ୍ଗଳରେ ଜନବସତି ନିର୍ମାଣର ଆଶା ପୁଣି ମହାକାଶ ବିଜ୍ଞାନୀଙ୍କ ମଧ୍ୟରେ ଜାଗି ଉଠିଛି। ୟୁରୋପିଆନ୍‌ ସ୍ପେଶ୍‌ ଏଜେନ୍ସି (ଇଏସ୍‌ଏ) ଦ୍ୱାରା ନିର୍ମିତ ମହାକାଶ ଯାନ ଏକ୍ସପ୍ରେସ୍‌ ସ୍ଥାନରେ ବରଫ ତଳେ ଥିବା ଲୁଣି ହ୍ରଦ ସମ୍ପର୍କରେ ସୂଚନା ଦେଇଥିଲା। ଏହା ୨୦ କିମି ପରିମିତ ଅଞ୍ଚଳରେ ବ୍ୟାପିଥିବା ଜଣାପଡ଼ିଥିଲା। ଇତିମଧ୍ୟରେ ଏହି ମହାକାଶ ଯାନ ମଙ୍ଗଳର ଦକ୍ଷିଣ ଗୋଲାର୍ଦ୍ଧ ଉପରେ ୨୮ ଥର ଘୁରିବୁଲିଛି। ୨୦୧୨ରୁ ୨୦୧୯ ମଧ୍ୟରେ ଏହି ସ୍ଥାନ ଉପରେ ୧୩୪ ଥର ପରୀକ୍ଷା ନିରୀକ୍ଷା କରାଯାଇ ଫଟୋ ଉଠାଯାଇଛି। ଏସମ୍ପର୍କରେ ନେଚର ଆଷ୍ଟ୍ରୋନୋମି ପତ୍ରିକାରେ ଖବର ପ୍ରକାଶ ପାଇଛି। ଏହି ଲୁଣି ହ୍ରଦ ପାଖରେ ୩ଟି ଅନ୍ୟ ହ୍ରଦ ଥିବା ରୋମ୍‌ ବିଶ୍ୱ ବିଦ୍ୟାଳୟର ମହାକାଶ ବିଜ୍ଞାନୀ ଏଲନା ପେଟିନେଲି ସୂଚନା ଦେଇଛନ୍ତି। ୩ ଶହ ବର୍ଷତଳେ ମଙ୍ଗଳରେ ହୋଇଥିବା ପରିବର୍ତ୍ତନ ଯୋଗୁ ଏଠାରେ ପାଣି ସୃଷ୍ଟି ହୋଇଥିବା ସେ କହିଛନ୍ତି। ଏହାଦ୍ୱାରା ମଙ୍ଗଳରେ ଜୀବନ ଥିବାର ସମ୍ଭାବନା ରହିଛି ବୋଲି ଅଷ୍ଟ୍ରେଲିଆର ସ୍ବିନବର୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲନ ଡକି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କ ଅସ୍ତ୍ରୋପଚାର

ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ରକ୍ତ କର୍କଟରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିବା ନେଇ...

ପୃଥିବୀଠାରୁ ବଡ଼ ଗ୍ରହର ମିଳିଲା ସନ୍ଧାନ: ମାତ୍ର ୩୭ ଦିନରେ ହେଉଛି ଏକ ବର୍ଷ

ଓ୍ବାଶିଂଟନ୍‌, ୯।୧: ପୃଥିବୀଠାରୁ ଏକ ବଡ଼ ଗ୍ରହର ସନ୍ଧାନ ମିଳିଛି। ଏଲିଅନ୍‌ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ସ୍ପେସକ୍ରାଫ୍ଟର ଟେଲିସ୍କୋପ୍‌ ଦ୍ୱାରା ଏହି ଗ୍ରହର ଉପସ୍ଥିତି...

ସୁଇଫ୍ଟ୍‌ ପେମେଣ୍ଟ୍‌ ସିଷ୍ଟମରୁ ରୁଷିଆକୁ ହଟାଇବା ଯୋଜନା…

ମସ୍କୋ,୨୭।୨ : ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷିଆ ଉପରେ ସୋସାଇଟି ଫର୍‌ ଓ୍ବାଲର୍‌ଡ ଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ୍‌ ଟେଲିକମ୍ୟୁନିକେଶନ (ସୁଇଫ୍ଟ) କଟକଣା ଲଗା ଯିବାର...

ଈଶ୍ୱରଙ୍କ ଇଚ୍ଛାରେ ଶବ୍ଦ ହୁଏ ସଂଳାପ: ରଣଜିତ୍‌ ପଟ୍ଟନାୟକ

ନାଟକରେ ଅଭିନୟ କରିବାଠାରୁ ଆରମ୍ଭକରି ନାଟକ ରଚନା, ନିଦ୍ଦେର୍ଶନା ପୁଣି ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ରର ସଂଳାପକାର, ଗୀତିକାର ଓ ସଙ୍ଗୀତ ସଂଯୋଜକ। ଗଳ୍ପ, ଏକାଙ୍କିକା ଓ...

କ୍ଷମତା ଦଖଲ ଷଡ଼ଯନ୍ତ୍ର ରଚୁଛନ୍ତି ଟ୍ରମ୍ପ୍‌ !

ଓ୍ବାଶିଂଟନ,୧୨।୧୧: ଆମେରିକା ନିର୍ବାଚନ ଫଳାଫଳକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସମ୍ପ୍ରତି ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ରେ ଟ୍ରମ୍ପ୍‌ କେତେକ ପରିବର୍ତ୍ତନ କରିଛନ୍ତି।...

ଭାରତୀୟଙ୍କ ପାଇଁ ଏଚ୍‌-୧ ବି ଭିଜାକୁ ୧୫ ପ୍ରତିଶତ ସୀମିତ କରିବ ଆମେରିକା: ୧୦ ଲକ୍ଷ କୋଟିର ଆଇଟି ଶିଳ୍ପ ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ/ ଓ୍ବାଶିଂଟନ, ୨୦।୬: ଆମେରିକା ଏହାର ଭିଜା ନୀତିରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛି। ଏହା ଅର୍ନ୍ତଗତ ଭାରତୀୟଙ୍କୁ ପାଇଁ ଏଚ୍‌-୧ ବି ଭିଜାକୁ ୧୦ରୁ...

ପୃଥିବୀ ପରି ଜଳ ଓ ବାୟୁମଣ୍ଡଳ ଥିବା ଗ୍ରହର ମିଳିଲା ସନ୍ଧାନ: ହବଲ୍‌ ଟେଲିସ୍କୋପ୍‌ ଦେଲା ସୂଚନା

ଓ୍ବାଶିଂଟନ,୧୨।୯: ପୃଥିବୀ ପରି ଜଳ ଓ ବାୟୁମଣ୍ଡଳ ଥିବା ଗ୍ରହ କେ-୨-୧୮-ବିର ସନ୍ଧାନ ମିଳିଛି। ଏନେଇ ନାସାର ହବଲ୍‌ ଟେଲିସ୍କୋପ୍‌ ସୂଚନା ଦେଇଛି। ପୃଥିବୀଠାରୁ ୧୧୦...

୧୨ ହଜାର ବାୟୁସେନା କର୍ମଚାରୀଙ୍କ ଚାକିରି ଯିବ, ନେଇ ନାହାନ୍ତି କରୋନା ଟିକା…

ଓ୍ବାଶିଂଟନ,୩୧।୧୦: ଆମେରିକାର ୧୨ ହଜାର ବାୟୁସେନା କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ଯୋଜନା ଆରମ୍ଭ ହୋଇଛି। ସମ୍ପୃକ୍ତ କର୍ମଚାରୀମାନେ କରୋନା ଟିକା ନେଇ ନଥିବାରୁ ଏଭଳି...

Advertisement
Archives

Model This Week