ଜାଣନ୍ତୁ ଫିଲ୍ମ ଜଗତରେ କିପରି ପ୍ରବେଶ କରିଥିଲେ ଭାଇଜାନ: ଜୁହିଙ୍କୁ ନେଇ ମନରେ…

ବଲିଉଡ୍ର ସୁପରଷ୍ଟାର ଭାଇଜାନ୍‌ ସଲମାନ ଖାଁ ଙ୍କ ଫିଲ୍ମ ଜଗତକୁ ଏଣ୍ଟ୍ରି ସମୟରେ ଅନେକ ରୋଚକ କାହାଣୀ ରହିଛି। ସଲମାନ ଫିଲ୍ମ ‘ବିବିି ହୈ ତୋ ଏସି’ରେ ବଲିଉଡରେ ପାଦ ଦେଇଥିଲେ। ସଲମାନଙ୍କ ଚୟନର କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ। ଏହି ଫିଲ୍ମ ପାଇଁ ରେଖା, ଫାରୁକ ଶେଖ୍‌, କାଦର ଖାନ, ଅସରାନୀ ଏବଂ ବିନ୍ଦୁ ସାଇନ୍‌ କରିଥିଲେ। ରେଖାଙ୍କ ଦିଅର ପାଇଁ କେବଳ ଜଣେ ଯୁବ କଳାକାର ଖୋଜୁଥିଲେ। ଏ ନେଇ ଫିଲ୍ମର ନିର୍ଦ୍ଦେଶକ ଜୟ କୁମାର ବିହାରୀ ବହୁତ ଟେନ୍‌ଶନ୍‌ରେ ରହିଥିବା ବେଳେ ସେ ଭାବିଲେ ଯେ ଆଜି ପ୍ରଥମ ଯେଉଁ ଷ୍ଟ୍ରଗଲର୍‌ କାମ ମାଗିବାକୁ ଆସିବେ,ତାଙ୍କୁ ଏଥିରେ ନିଆଯିବ। ସେଦିନ ସଲମାନ ତାଙ୍କ ପାଖରେ ପହଞ୍ଚିଥିଲେ। କେସି ବୋକାଡିଆର ପ୍ରଡକ୍ସନ ମ୍ୟାନେଜରଙ୍କ ସୁପାରିଶ କ୍ରମେ ସଲମାନ ସେଠାରେ ପହଞ୍ଚିଥିଲେ। ବୋକାଡିଆ ଏହି ଚଳଚ୍ଚିତ୍ର ଉପସ୍ଥାପନ କରିଛନ୍ତି ।

ଫିଲ୍ମ ‘ବିବିି ହୈ ତୋ ଏସି’ରେ ଜୁହି ଚାୱଲା ସଲମାନଙ୍କ ହିରୋଇନ ହୋଇଥାନ୍ତେ। କିନ୍ତୁ, ସେ ଫିଲ୍ମରେ ଦସ୍ତଖତ କରିବାକୁ ପହଞ୍ଚିବା ବେଳକୁ ରେଣୁ ଆର୍ଯ୍ୟ ଫାଇନାଲ୍‌ ହୋଇଯାଇଥିଲୋ। ତେବେ ସଲମାନ ବହୁ ବର୍ଷ ଧରି ଭାବୁଥିଲେ ଯେ, ଜୁହି ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଏହି ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛଅ ମାସ ହେବ କରୋନା ରୋଗୀଙ୍କ ସେବା କରୁ କରୁ ନିଜେ କରୋନାରେ ପୀଡ଼ିତ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଏବେ କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରି ସାରିଥିବା ବେଳେ ପ୍ରାୟ ଘରେ ଘରେ କରୋନା ରୋଗୀ ଚିହ୍ନଟ କରାଗଲେଣି ।...

ଏହି ମହିଳାଙ୍କୁ ଦେଖା କରିବାକୁ ପାଗଳ ସଲମାନ୍‌

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିକଟରେ ୫୫ତମ ଜନ୍ମଦିନ ପାଳନ କରିଥିଲେ। ତେବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବାରୁ ଚଳିତ ବର୍ଷ ସେ ଧୂମ୍‌ ଧାମରେ...

ଫିଲ୍ମରେ ବଳାତ୍କାର ଦୃଶ୍ୟ ଦେଖି ଏହି ଅଭିନେତାଙ୍କୁ ଅପମାନିତ କରି ଘରୁ ବାହାର କରିଦେଇଥିଲେ ପରିବାରଲୋକେ

ବଲିଉଡ୍‌ର ପ୍ରସିଦ୍ଧ ଖଳନାୟକ ରଣଜୀତ୍‌ ନିକଟରେ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ତାଙ୍କ ସହ ଗୁଲଶନ ଗ୍ରୋଭର ଏବଂ ଅଭିନେତ୍ରୀ ବିନ୍ଦୁ ମଧ୍ୟ ଉପସ୍ଥିତ ଥିଲେ।...

ସୁସ୍ଥ ଅଛନ୍ତି ଜୁବିନ,ହସ୍ପିଟାଲରୁ ଶେୟାର କଲେ ଫଟୋ

ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଗୁରୁବାର ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘରର ଶିଢିରୁ ଖସି ଗାୟକଙ୍କ ହାତର କୋହୁଣୀ,ପାଟି ଏବଂ ମୁଣ୍ଡରେ ଜୋର୍‌ରେ...

ସ୍ବାମୀ ଓ୍ବାଜିଦ୍‌ ଖାନ୍‌ଙ୍କ ସମ୍ପତ୍ତି ପାଇଁ ହାଇକୋର୍ଟ ଗଲେ ସ୍ତ୍ରୀ, ଦିଅରଙ୍କ ଉପରେ ଲଗାଇଲେ…

ବମ୍ବେ: ଦିବଂଗତ ସ୍ବାମୀଙ୍କ ସମ୍ପତ୍ତିରେ ଅଧିକାର ଆବଶ୍ୟକ। ଏଥିପାଇଁ କୋର୍ଟରେ ପହଞ୍ଚିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ ଖାନ୍‌ଙ୍କ ସ୍ତ୍ରୀ କମଲ ରୁଖ। ଶାଶୁ ଏବଂ ଦିଅର...

ମା’ ହେଲେ ଏହି ଅଭିନେତ୍ରୀ

ହିନ୍ଦୀ ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ର ଫେମ ଅଭିନେତ୍ରୀ ମୋହିନା କୁମାରୀ ସିଂ ମା’ ହୋଇଛନ୍ତି ବୋଲି ସୂଚନା ମିଳିଛି। ସେ...

‘ସଞ୍ଜିବନୀ – ୨’ ଛାଡ଼ିଲେ ଆରତି, ଆସିବେ ନୂଆ ଅଭିନେତ୍ରୀ

ଟିଭି ସିରୟଲ’ ‘ସଞ୍ଜିବନୀ-୨’ ରେ ମୁଖ୍ୟ ଭୂମିକାରେ ଥିଲେ ଅଭିନେତ୍ରୀ ଆରତି ବହଲ। ଏଥିରେ ଅଭିନୟ କରିବା ୩ ମାସ ବି ପୂରଣ ହୋଇନି। ମାତ୍ର...

ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ ଶୁଟିଂ

ମୁମ୍ବାଇ: ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ର ଶୁଟିଂ ହେବ। ଏଥିପାଇଁ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଅଙ୍ଗଦ ବେଦୀ ପୂରା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।...

Advertisement
Archives

Model This Week