ପାହାଡ଼ ଭିତରେ ପ୍ରାଚୀନ ଗୁମ୍ପା ଠାବ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଓଡ଼ିଶାରେ ଏବେ ବି ବହୁ ଐତିହାସିକ କୀର୍ତ୍ତିରାଜ ଲୁକ୍କାୟିତ ହୋଇ ରହିଛି। ସେଗୁଡ଼ିକୁ ଖୋଜିବା ସହ ଲୋକଲୋଚନ ତଥା ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ଅନେକ ସଂସ୍ଥା ତଥା ଅନୁଷ୍ଠାନ ପ୍ରୟାସ ଜାରି ରଖିଛନ୍ତି। ତେବେ ଏଭଳି ଏକ ପ୍ରାଚୀନ ତଥା ଐତିହାସିକ ଗୁମ୍ପାର ସନ୍ଧାନ କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ ଗୟଳବାଙ୍କ ଗ୍ରାମ ନିକଟ ପାହାଡ଼ରୁ ମିଳିଛି। ଏହି ଗୁମ୍ପାରେ ଅନେକ କଳାକୃତି, ପଥରରେ ଖୋଦିତ ହୋଇଥିବା କିଛି ଚିତ୍ର ଓ ବିଭିନ୍ନ ସାଙ୍କେତିକ ଭାଷା ରହିଛି। ଏହାକି ପ୍ରାୟ ୨୦୦୦ ବର୍ଷ ପୂର୍ବରୁ ହୋଇଥିବାର ଅନୁମାନ କରାଯାଉଥିବା ନେଇ ସନ୍ଧାନ କରିଥିବା ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚର ହେରିଟେଜ(ଇନ୍‌ଟାକ୍‌) ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଇନ୍‌ଟାକର ପ୍ରକଳ୍ପ ସହାୟକ ଦୀପକ କୁମାର ନାୟକ, ସୁମନ ପ୍ରକାଶ ସ୍ବାଇଁ ଓ ଶୁଭାଶିଷ ଦାଶଙ୍କୁ ନେଇ ଗଠିତ ୩ଜଣିଆ ଟିମ୍‌ ଗୁମ୍ଫାଟିର ପ୍ରାଥମିକ ସର୍ବେକ୍ଷଣ କରିଛନ୍ତି। ଏହି ଗୁମ୍ଫାଟିକୁ ସ୍ଥାନୀୟ ଅଧିବାସୀ ‘ପାଣ୍ଡବ ବଖରା ୨’ ବୋଲି କୁହନ୍ତି।
ସଂସ୍ଥା ପକ୍ଷରୁ ଚାଲିଥିବା ‘ମହାନଦୀ ଭେଲି ହେରିଟେଜ ସାଇଟ୍‌ ଡକ୍ୟୁମେଣ୍ଟଶନ’ ପ୍ରକଳ୍ପର ସର୍ବେକ୍ଷଣ ସମୟରେ ଏହି ଗୁମ୍ଫା, ଚିତ୍ର ଲୋକଲୋଚନକୁ ଆସିଛି। ଗୟଳବାଙ୍କଠାରୁ ଅନତିଦୂର ପାଥପୁର ଗ୍ରାମରେ ଅନୁରୂପ ‘ପାଣ୍ଡବ ବଖରା ୧’ ନାମରେ ଅନ୍ୟ ଗୋଟିଏ ଶିଳାଚିତ୍ର ପରିପୂର୍ଣ୍ଣ ଗୁମ୍ପା ରହିଛି। ଏହି ପାହାଡ଼ର ପାଦଦେଶରେ ଏକ ଜଳାଶୟ ଥିବାବେଳେ ଅଳ୍ପ ଦୂରରେ ମହାନଦୀ ପ୍ରବାହିତ ହେଉଛି। ସ୍ଥାନୀୟ ଲୋକକଥା ଅନୁସାରେ ଏହି ୨ ପାହାଡ଼ର ଗୁମ୍ଫାଗୁଡ଼ିକ ମଧ୍ୟରେ ମହାଭାରତ ଯୁଗରେ ପାଣ୍ଡବମାନେ ଅଜ୍ଞାତବାସ ବିତାଇଥିଲେ। ଏ ସମ୍ପର୍କରେ ଇନ୍‌ଟାକ୍‌ ପ୍ରକଳ୍ପ ସହାୟକ ଦୀପକ ନାୟକଙ୍କ କହିବା ଅନୁଯାୟୀ, ହୁଏତ ଅନେକ ବର୍ଷ ପୂର୍ବେ ଏସ୍ଥାନରେ ଏକ ସଭ୍ୟତା ଗଢି ଉଠିଥିଲା ଓ ଗୁମ୍ଫାଟିକୁ ସେହି ଆଦିମ ଅଧିବାସୀମାନେ ଧାର୍ମିକ ଉପାସନାର ସ୍ଥାନ ଭାବେ ବ୍ୟବହାର କରୁଥିଲେ। ସେ ସମୟରେ ଲିପିତତ୍ତ୍ୱ ବା ମୂର୍ତ୍ତିକଳାର ବ୍ୟବହାର ଆରମ୍ଭ ହୋଇ ନ ଥିବାରୁ ଅଧିବାସୀମାନେ ନିଜ ସାମାଜିକ ଚାଲିଚଳଣର ସୂଚନା ଦେବାକୁ ଏପ୍ରକାର ସାଙ୍କେତିକ ଚିତ୍ର ଆଙ୍କିଥିବାର ଅନୁମାନ କରାଯାଉଛି। ଗୁମ୍ଫାଟିରେ ଦେଖାଯାଉଥିବା ଅନେକ ଚିତ୍ର ମଧ୍ୟରୁ ମହୁଫେଣା, ମାଛ, ଫୁଲ, ତ୍ରିଭୁଜ ଓ ଚତୁର୍ଭୁଜ ପରି ଜ୍ୟାମିତିକ ସଂକେତ ଉଲ୍ଲେଖଯୋଗ୍ୟ। ଗୁମ୍ଫାଟି ଭୂପତ୍ତନଠାରୁ ପ୍ରାୟ ୫୦୦ ଫୁଟ ଉପରେ ଅବସ୍ଥିତ। ଅତ୍ୟନ୍ତ ଦୁର୍ଗମ, ବଣଲତା ପରିପୂର୍ଣ୍ଣ ରାସ୍ତାଦେଇ ଗୁମ୍ଫାଟିକୁ ଯିବାକୁ ହୁଏ। ସେହିଭଳିି ଇନଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ ଧୀର କହିଛନ୍ତି, ଏ ପ୍ରକାର ଶିଳାଚିତ୍ର ମଧ୍ୟପ୍ରଦେଶର ପ୍ରସିଦ୍ଧ ଭୀମବେଟକା ଓ ରାଜ୍ୟର ବିକ୍ରମଖୋଲ, ଉଷାକୋଠି ପରି ସ୍ଥାନରେ ଦେଖିବାକୁ ମିଳେ। ପରିତାପର ବିଷୟ ରାଜଧାନୀ ଭୁବନେଶ୍ୱରର ଏତେ ନିକଟରେ ଏପରି ବିରଳ ପୁରାତନ ଐତିହ୍ୟ ଥାଇ ସୁଦ୍ଧା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ସଂରକ୍ଷଣ ପାଇଁ କୋଣସି ପଦକ୍ଷେପ ନେଇନାହିଁ। ଗୁମ୍ଫାର ପୁରାତନ ଚିତ୍ର ସବୁ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟହେବାକୁ ବସିଲାଣି। ତୁରନ୍ତ ଏହାକୁ ସଂରକ୍ଷିତ ଐତିହ୍ୟ ସ୍ଥଳୀର ମାନ୍ୟତା ଦେବାକୁ ଧୀର ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବୋନସ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର, ୧୩।୭: କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ ଷ୍ଟାଫଙ୍କ ପାଇଁ ଖୁସି ଖବର। ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ।କେନ୍ଦୁପତ୍ର ମୂଲ୍ୟରେ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri