ୟୁକ୍ରେନ୍‌ର ୪ ଅଞ୍ଚଳରେ ମାର୍ଶଲ ଲ

ମସ୍କୋ/କିଭ୍‌,୨୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବେଆଇନ ଭାବେ ଦଖଲ କରିଥିବା ୪ ୟୁକ୍ରେନୀୟ ଅଞ୍ଚଳରେ ବୁଧବାର ସ୍ଥାନୀୟ ଆଇନକୁ ଶେଷକରି ସାମରିକ ଶାସନ ଜାରି କରିଛନ୍ତି। ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରୋଝିଆରେ ଗଣଭୋଟ କରାଯିବା ପରେ ନିକଟରେ ରୁଷିଆ ଏହି ୪ ଅଞ୍ଚଳକୁ ନିଜ ଦେଶ ସହ ମିଶ୍ରଣ ଘୋଷଣା କରିଥିଲା। ଜାତୀୟ ସୁରକ୍ଷା ପରିଷଦ ବୈଠକରେ ବୁଧବାର ପୁଟିନ୍‌ କହିଛନ୍ତି, ଏହି ୪ ଅଞ୍ଚଳର ଅଧିବାସୀମାନେ ରୁଷିଆର ବାସିନ୍ଦା ହୋଇସାରିଥିବାରୁ ଆଇନତଃ ସେମନେ ଆମ ସାର୍ବଭୌମତ୍ୱ ଅଧୀନରେ ରହିବେ। ମାର୍ଶଲ ଲ ଗୁରୁବାର ମଧ୍ୟରାତ୍ରିରୁ ଲାଗୁ କରାଇବା ନେଇ ସେ ଏକ ଦସ୍ତାବିଜରେ ସ୍ବାକ୍ଷର କରିଛନ୍ତି। ଏଥିସହ ରୁଷିଆ ସରକାରଙ୍କ ବିଭିନ୍ନ ବିଭାଗକୁ ଏ ସମ୍ପର୍କିତ କାର୍ଯ୍ୟ ଯୋଜନାର ସବିଶେଷ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷେ ଦୀର୍ଘ ୮ ମାସ ଧରି ୟୁକ୍ରେନ୍‌ ଦଖଲର ଉଦ୍ୟମ ଭିତରେ ରୁଷିଆର ସଶସ୍ତ୍ର ବଳ ସାମରିକ ଦୃଷ୍ଟିରୁ ଦୁର୍ବଳ ହୋଇଯାଇଥିବା କୁହାଯାଉଛି। କାରଣ ୟୁକ୍ରେନ୍‌ ଉପରେ ପୂର୍ବରୁ ରୁଷିଆ ମିଶାଇଲ ମାଡ଼ କରୁଥିବାବେଳେ ଏବେ ଡ୍ରୋନ୍‌ରେ ଆକ୍ରମଣ କରୁଛି। ଏହି ଡ୍ରୋନ୍‌ଗୁଡ଼ିକ ଇରାନ ଦେଇଛି। ଆଗକୁ ମଧ୍ୟ ଇରାନ ରୁଷିଆକୁ ଡ୍ରୋନ୍‌ ଓ ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରିପାରୁଥିବା ମିଶାଇଲ ରପ୍ତାନି କରିବ ବୋଲି କହିଛି। ଅକ୍ଟୋବର ୬ରେ ଇରାନର ଫାଷ୍ଟ ଭାଇସ୍‌ ପ୍ରେସିଡେଣ୍ଟ ମହମ୍ମଦ ମୋଖବେର, ଶକ୍ତିଶାଳୀ ରିଭୋଲ୍ୟୁଶନାରି ଗାର୍ଡସର ଦୁଇ ଓ ସୁପ୍ରିମ ନ୍ୟାଶନାଲ ସିକ୍ୟୁରିଟି କାଉନ୍‌ସିଲର ଜଣେ ଅଧିକାରୀ ମସ୍କୋ ଗସ୍ତ କରିଥିଲେ।

ଏହି ଗସ୍ତବେଳେ ଯୁଦ୍ଧାସ୍ତ୍ର ଯୋଗାଣ ନେଇ ଆଲୋଚନା ହୋଇଥିଲା। ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌ ସପକ୍ଷରେ ବାହାରିଥିବାରୁ ସେଗୁଡ଼ିକର ଉଦ୍ୟମକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଇରାନ ରୁଷିଆକୁ ଶହୀଦ-୧୩୬ ଏବଂ କାମିକାଜି ଡ୍ରୋନ୍‌ ସମେତ ଫତେହ-୧୧୦ ଓ ଜୋଲଫାଘର ଭଳି ଅନ୍ୟ କେତେକ କ୍ଷେପଣାସ୍ତ୍ର ଯୋଗାଇବାକୁ ରାଜି ହୋଇଛି। ଗତ ସପ୍ତାହ ମଧ୍ୟରେ ୟୁକ୍ରେନୀୟ ସହରଗୁଡ଼ିକ ଉପରେ ଆକ୍ରମଣ ପାଇଁ ବ୍ୟବହୃତ ଡ୍ରୋନ୍‌ଗୁଡ଼ିକୁ ଇରାନ ଯୋଗାଇଦେଇଥିବାବେଳେ ଆଗକୁ ମଧ୍ୟ ଏଭଳି ସାମରିକ ଯୋଗାଣ ଜାରି ରଖିବା ନେଇ ଆମେରିକା ଗୋଇନ୍ଦା ସୂଚନା ପାଇଛି। ଏଥିଯୋଗୁ ଆମେରିକା ସମେତ ୟୁରୋପୀୟ ସଂଘ (ଇୟୁ) ଇରାନ ଉପରେ କଟକଣା ଜାରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri