Posted inଜାତୀୟ

ଆଇସକ୍ରିମ୍‌ରୁ ବାହାରିଥିବା କଟା ଆଙ୍ଗୁଠି କାହାର ଥିଲା? ମୁମ୍ବାଇ ପୋଲିସ କଲା ଖୁଲାସା

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଜୁନ ୧୩ରେ ଆଇସ୍‌କ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣା ସାମ୍ନାକୁ ଆସିଥିଲା। ଏହା ଅନେକଙ୍କୁ ଚକିତ କରିଥିବା ବେଳେ ପୋଲିସ ଛାନଭିନ କରିଥିଲା। ଶେଷରେ ଏଭଳି ଦାୟିତ୍ୱହୀନତା କାହାର ତାହା ଜଣାପଡ଼ିଛି। ବାଲ୍‌କୋ କମ୍ପାନୀର ବ୍ରାଣ୍ଡ ୟମ୍ମୋ ଆଇସକ୍ରିମରେ କଟା ଆଙ୍ଗୁଠି ମିଳିଥିଲା। ଗାଜିଆବାଦ ଏବଂ ପୁଣେରେ କମ୍ପାନୀର ପ୍ଲାଣ୍ଟ ରହିଛି। ତେବେ ମେ’ ୧୧ରେ ପୁଣେ ପ୍ଲାଣ୍ଟରେ ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୨୪ ବର୍ଷୀୟ ଆସିଷ୍ଟାଣ୍ଟ ଅପରେଟରଙ୍କ ଡାହାଣ ହାତର ମଝି ଆଙ୍ଗୁଠିର କିଛି ଅଂଶ କଟି ଯାଇଥିଲା। ଏଣୁ କଟା ଆଙ୍ଗୁଠି ଏହି କର୍ମଚାରୀଙ୍କର ବୋଲି ପୋଲିସ ଅନୁମାନ କରିଛି। ବ୍ୟକ୍ତିଙ୍କର ଡିଏନ୍‌ଏ ନମୂନା ଯାଞ୍ଚ ପାଇଁ ଏଫ୍‌ଏସ୍‌ଏଲ୍‌ ନିକଟକୁ ପଠାଯାଉଛି।
ତେବେ ମଲାଡରେ ରହୁଥିବା ମହିଳା ଯେଉଁ ଆଇସକ୍ରିମ ଖାଇଥିଲେ ତାର ମାନୁଫାକ୍ଚରିଂ ତାରିଖ ମେ’ ୧୧ ଥିଲା। ତେବେ ଅପରେଟରଜଣଙ୍କ କହିଛନ୍ତି ଯେ ପ୍ୟାକେଜିଂ କରିବା ପୂର୍ବରୁ ଫ୍ରୁଟ ଫିଡର ମେଶିନ ଅପରେଟ କରୁଥିଲେ ସେ। ସେତେବେଳେ ଫିଡ୍‌ରରେ ଡ୍ରାଇ ଫ୍ରୁଟସ୍‌ ସହ କୋନ ଆଇସକ୍ରିମ ଉପରେ ଲାଗିଥିବା କାଗଜ ପଡ଼ିଯାଇଥିଲା। ତାକୁ ବାହାର କରୁଥିବା ବେଳେ ତାଙ୍କ ଆଙ୍ଗୁଠି କଟିଯାଇ ଡ୍ରାଏଫ୍ରୁଟ୍‌ ସହ ମିଶି ଯାଇଥିଲା। ଏହା ଆଇସକ୍ରିମ ସହ ମିଶି ଅଟୋମେଟିକ୍‌ ପ୍ୟାକ୍‌ ହୋଇଯାଇଥିଲା।
ଏନେଇ ଅପରେଟରଜଣଙ୍କ ସୁପରଭାଇଜର, ମ୍ୟାନେଜର ଏବଂ କମ୍ପାନୀ ପ୍ରତିନିଧିଙ୍କୁ ଦେଇଥିଲେ। ପରେ କିଛି ଆଇସକ୍ରିମରୁ କଟା ଆଙ୍ଗୁଠି ଖୋଜିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଏକ ମିନିଟରେ ୧୦୦ରୁ ଅଧିକ  ଆଇସକ୍ରିମ ପ୍ୟାକ୍‌ ହେଉଥିବା ଯୋଗୁ, ତାହା ମିଳି ନ ଥିଲା। ଏସବୁ ମଧ୍ୟରେ ଦାୟିତ୍ୱହୀନତା ସ୍ପଷ୍ଟ ବାରି ହେଉଥିବା ଯୋଗୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri