ଆସିଲେନି କେହି: ଜଗୁଆଳି ବୃଦ୍ଧାଙ୍କ ଅନ୍ତିମ ସତ୍କାର କଲା ଉନ୍ନୟନ ସମିତି

କୋକସରା,୧୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳି ଡୋକରିଚଞ୍ଚରାରେ ଦୀର୍ଘ ୧୦ ବର୍ଷ ହେଲା ଏକ ଅସହାୟ ବୃଦ୍ଧ ଦମ୍ପତି ଘେନୁ ମାଝୀ (୭୭) ଏବଂ ତାଙ୍କ ସ୍ତ୍ରୀ ମଙ୍ଗଳ ଦେଈ ମାଝୀ (୭୦) ଜଗୁଆଳି ଭାବେ ରହି ଆସୁଥିଲେ। ହେଲେ ତାଙ୍କ ପୁଅ ଏବଂ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ବୃଦ୍ଧା ମା’ ବାପାଙ୍କ ସହ ଆଉ କୌଣସି ସମ୍ପର୍କ ରଖି ନ ଥିଲେ। ଏପରିକି ବୃଦ୍ଧ ଦମ୍ପତିଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ମଧ୍ୟ ଜଣାପଡ଼ିଛି। ଏଭଳିସ୍ଥିତିରେ ରବିବାର ବୃଦ୍ଧା ମଙ୍ଗଳ ଦେଈଙ୍କ ମୃତ୍ୟୁ ଘଟିଥିଲା। ଏଭଳିସ୍ଥିତିରେ ମୃତଦେହକୁ କାନ୍ଧ ଦେବାକୁ କେହି ସମ୍ପର୍କୀୟ ପାଖକୁ ଆସି ନ ଥିଲେ। ଫଳରେ ବୃଦ୍ଧାଙ୍କ ମୃତଦେହ ପଡ଼ି ରହିଥିଲା।

ଏନେଇ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତିର ସଦସ୍ୟ ଖବର ପାଇ ବୃଦ୍ଧ ଦମ୍ପତି ରହୁଥିବା ଘରେ ପହଞ୍ଚି ଥିଲେ। ଏପରିକି ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ର, ଅଇରିନାଶନ ଚିନ୍ଦା, ଆଦିତ୍ୟ ପଣ୍ଡା, ନୀଳାମ୍ବର ନାଏକ, ଘନଶ୍ୟାମ ନାଏକ, ଜିତେନ୍ଦ୍ର ପ୍ରଧାନୀ,ସଞ୍ଜୟ ସିଙ୍ଘଲ, ରବି ନାରାୟଣ ଦାସ ପ୍ରମୁଖ ସ୍ବେଚ୍ଛାସେବୀଙ୍କ ସହ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଜିଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ
ପ୍ରମୁଖ ପହଞ୍ଚି ଦମ୍ପତିଙ୍କ ନିକଟ ସମ୍ପର୍କୀୟଙ୍କୁ ଡାକିଥିଲେ। ହେଲେ କେହି ଆସି ନ ଥିଲେ। ପରେ ବ୍ଲକ ଉପାଧ୍ୟକ୍ଷ ଜିଲା ପରିଷଦ ସଭ୍ୟ ଓ ଉପସ୍ଥିତ କର୍ମକର୍ତ୍ତାମାନେ ବୃଦ୍ଧାଙ୍କୁ ଶେଷ ସମ୍ମାନ ଦେଇ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ଘେନୁ ମାଝୀଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି।
ସୂଚନାଯାଗ୍ୟ, ପଞ୍ଚାୟତରୁ ସେମାନେ ବାର୍ଦ୍ଧକ୍ୟ ଭତ୍ତା ଏବଂ ରାଶନ ପାଉଥିଲେ। ଏପରିକି ଉନ୍ନୟନ ସମିତି ପକ୍ଷରୁ ମଧ୍ୟ ତାଙ୍କୁ ସହାୟତା ଯୋଗାଇ ଦିଆଯାଉଥିଲା। ଅନ୍ୟପକ୍ଷେ ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ତାଙ୍କୁ କିଛି ନା କିଛି ସାହାଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri