Posted inଖେଳ

ଘରୋଇ ଟୁର୍ନାମେଣ୍ଟର ପୁରସ୍କାର ରାଶି ବଢ଼ାଇଲା ବିସିସିଆଇ…

କୋଲକାତା,୧୬।୪ : ଘରୋଇ ଟୁର୍ନାମେଣ୍ଟର ପୁରସ୍କାର ରାଶି ବିସିସିଆଇ ବହୁଗୁଣିତ କରିଛି। ଚଳିତ ସିଜିନରୁ ରଣଜୀ ଟ୍ରଫି ବିଜେତା ବର୍ତ୍ତମାନ ୨ କୋଟ ଟଙ୍କା ବଦଳରେ ୫ କୋଟି ଟଙ୍କା ପାଇବେ। ମହିଳା କ୍ରିକେଟ ଟୁର୍ନାମେଣ୍ଟକୁ ସବୁଠାରୁ ବଡ ଲାଭ ହୋଇଛି। ମହିଳା ଅନ୍ତର୍ଜାତୀୟ ଏକ ଦିବସୀୟ ଟ୍ରଫି ବିଜେତା ବର୍ତ୍ତମାନ ୬ ଲକ୍ଷ ବଦଳରେ ୫୦ ଲକ୍ଷ ଟଙ୍କା ଏବଂ ଟି-୨୦ ମହିଳା ଟ୍ରଫି ବିଜେତା ପାଞ୍ଚ ଲକ୍ଷ ବଦଳରେ ୪୦ ଲକ୍ଷ ଟଙ୍କା ପାଇବେ।

ଏଣିକି ରଣଜୀ ରନର୍‌ ଅପ ତିନି କୋଟି ପାଇବେ। ବିସିସିଆଇ ସଚିବ ଜୟ ଶାହା ଟୁଇଟ କରି କହିଛନ୍ତି, ବୋର୍ଡର ସମସ୍ତ ଘରୋଇ ଟୁର୍ନାମେଣ୍ଟର ପୁରସ୍କାର ରାଶି ବୃଦ୍ଧି କରାଯାଉଛି। ତାଙ୍କ ତରଫରୁ ଉଦ୍ୟମ ଘରୋଇ ଟୁର୍ନାମେଣ୍ଟକୁ ପ୍ରୋତ୍ସାହିତ କରିବ, ଯାହା ଭାରତୀୟ କ୍ରିକେଟର ମେରୁଦଣ୍ଡ ଅଟେ।

ବର୍ତ୍ତମାନ ପର୍ଯ୍ୟନ୍ତ ରଣଜୀ ଟ୍ରଫିର ବିଜେତାଙ୍କୁ ୨ କୋଟି ରନର୍‌ ଅପଙ୍କୁ ୧ କୋଟି ଏବଂ ସେମିଫାଇନାଲିଷ୍ଟମାନଙ୍କୁ ୫୦ ଲକ୍ଷ ଟଙ୍କା ପାଇଥିଲେ। ବର୍ତ୍ତମାନ ବିଜେତାଙ୍କୁ ୫ କୋଟି ଟଙ୍କା, ରନର୍‌ ଅପଙ୍କ ୩ କୋଟି ଏବଂ ସେମିଫାଇନାଲିଷ୍ଟଙ୍କୁ ୧ କୋଟି ଟଙ୍କା ମିଳିବ। ଇରାନୀ କପ ବିଜେତା ୨୫ ବଦଳରେ ୫୦ ଲକ୍ଷ ମିଳିବ। ସେହିପରି ରନର୍‌ ଅପଙ୍କୁ ମଧ୍ୟ ବର୍ତ୍ତମାନ ୨୫ ଲକ୍ଷ ଟଙ୍କା ମିଳିବ।

ମହିଳା କ୍ରିକେଟ ଟୁର୍ନାମେଣ୍ଟଗୁଡିକ ବହୁତ ଲାଭ ପାଇବେ। ଦୁଲିପ ଟ୍ରଫି ବିଜେତାଙ୍କୁ ୪୦ ଲକ୍ଷ ଟଙ୍କା ବଦଳରେ ୧ କୋଟି ଟଙ୍କା ଦିଆଯିବ। ସେହିପରି ରନର୍‌ ଅପ ୨୦ ଲକ୍ଷ ଟଙ୍କା ବଦଳରେ ୫୦ ଲକ୍ଷ ଟଙ୍କା ପାଇବେ। ଅର୍ନ୍ତଜାତୀୟ ଏକ ଦିବସୀୟ ପାଇଁ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ବିଜେତାଙ୍କୁ ୩୦ ଲକ୍ଷ ବଦଳରେ ଗୋଟିଏ କୋଟି ପାଇବେ। ରନର୍‌ ଅପ ୧୫ ଲକ୍ଷ ବଦଳରେ ୫୦ ଲକ୍ଷ ପାଇବେ। ପ୍ରୋ. ଡିବି ଦେଓଧର ଟ୍ରଫି ବିଜେତାଙ୍କୁ ୨୫ ଲକ୍ଷ ବଦଳରେ ୪୦ ଲକ୍ଷ ଏବଂ ରନର୍‌ ଅପଙ୍କୁ ୧୫ ଲକ୍ଷ ବଦଳରେ ୨୦ ଲକ୍ଷ ପାଇବେ ।

ସୟଦ ମୁଶତାକ ଅଲି ଟି -୨୦ ଟ୍ରଫି ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା ବଦଳରେ ୮୦ ଲକ୍ଷ ଟଙ୍କା ଏବଂ ରନର୍‌ ଅପଙ୍କୁ ୧୦ ଲକ୍ଷ ଟଙ୍କା ବଦଳରେ ୪୦ ଲକ୍ଷ ଟଙ୍କା ମିଳିବ। ସିନିୟର ମହିଳା ଅର୍ନ୍ତଜାତୀୟ ଏକ ଦିବସୀୟ ଟ୍ରଫି ବିଜେତା ୬ ଲକ୍ଷ ବଦଳରେ ୫୦ ଲକ୍ଷ ଏବଂ ରନର୍‌ ଅପଙ୍କୁ ୩ ବଦଳରେ ୨୫ ଲକ୍ଷ ପାଇବେ। ସିନିୟର ମହିଳା ଟି -୨୦ ଟ୍ରଫି ବିଜେତା ୫ ଲକ୍ଷ ଟଙ୍କା ବଦଳରେ ୪୦ ଲକ୍ଷ ଟଙ୍କା ଏବଂ ରନର୍‌ ଅପ ୩ ଲକ୍ଷ ଟଙ୍କା ବଦଳରେ ୨୦ ଲକ୍ଷ ଟଙ୍କା ପାଇବେ


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri