ଭଣଜାଙ୍କୁ ବଞ୍ଚାଇବାକୁ ଯାଇ ଛାତରୁ ଗଳି ପଡ଼ିଲେ କନ୍ୟା: ଶଯ୍ୟାଶାୟୀ ଆରତୀଙ୍କ ସିନ୍ଥି ଭରିଲେ ବର

ସୁରଜ ବଡ଼ଯାତ୍ୟାଙ୍କ ଫିଲ୍ମ ବିବାହ(୨୦୦୬) ପ୍ରାୟ ସମସ୍ତଙ୍କ ମନେ ଥିବ। ଏହି ଫିଲ୍ମରେ ଅଭିନେତ୍ରୀ ଅମୃତା ରାଓ ତାଙ୍କର ସାନ ଭଉଣୀଙ୍କୁ ବଞ୍ଚାଇ ବାକୁ ଯାଇ ନିଜେ ନିଆଁରେ ପୋଡି ହୋଇଯାଇଥିଲେ। ତଥାପି ହିରୋ ଶାହିଦ୍‌ କପୁର ତାଙ୍କୁ ହିଁ ନିଜର ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ସେତେବେଳେ ଏହି ଫିଲ୍ମ ବହୁତ ହିଟ୍‌ ହୋଇଥିଲା। ଠିକ୍‌ ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ପ୍ରୟାଗରାଜ୍‌ରେ। ସଙ୍ଗମ ନଗରୀ ପ୍ରୟାଗରାଜ୍‌ରେ ମେହେନ୍ଦୀ ଲଗାଇ ସଜ ହୋଇଥିବା କନ୍ୟା ଆରତୀ ହସ୍ପିଟାଲର ବେଡ୍‌ରେ ଥିବା ବେଳେ ତାଙ୍କ ସ୍ବାମୀ ଆଓ୍ବାଦେଶ ତାଙ୍କର ଯତ୍ନ ନେବା ପାଇଁ ମେଡିକାଲରେ ଅଛନ୍ତି।
ପ୍ରତାପଗଡର କୁଣ୍ଡା ଅଞ୍ଚଳରେ ରହୁଥିବା ଆରତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଶେଷ ହୋଇଥିଲା। ୮ ଡିସେମ୍ବର ସାରେ ବର ଆସିବାକୁ ଥିଲା। ମାତ୍ର ଅପରାହ୍ନରେ ଆରତୀ ତିନି ବର୍ଷର ଭଣଜାକୁ ବଞ୍ଚାଇବାକୁ ଯାଇ ଛାତରୁ ତଳକୁ ପଡ଼ିଯାଇଥିଲେ। ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଥିଲା ବେଳେ ଗୋଡ଼ ଅକାମୀ ହୋଇ ଯାଇଥିଲା। ଘର ଲୋକେ ତାଙ୍କୁ ପ୍ରୟାଗର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଯେତେବେଳେ ଆୱାଦେଶଙ୍କ ଘର ଲୋକ ଏ ବିଷୟରେ ବିଷୟରେ ଜାଣିଲେ ସେତେବେଳେ ତାଙ୍କ ଘରୁ ଦୁଇଜଣ ଲୋକ କନ୍ୟାଙ୍କୁ ଦେଖିବାକୁ ଆସିଥିଲେ। ସେମାନେ ଏହା ଆୱାଦେଶଙ୍କୁ ମଧ୍ୟ ଜଣାଇଲେ। ଆରତୀଙ୍କ ଘରର ଲୋକେ ଆୱାଦେଶଙ୍କୁ ଆରତୀଙ୍କ ସାନ ଭଉଣୀକୁ ବିବାହ କରିବାକୁ କହିଲେ। କିନ୍ତୁ ଆୱାଦେଶ ନିଷ୍ପତ୍ତି ନେଇଥିଲେ ଯେ, ଆରତୀ ତାଙ୍କ ଜୀବନସାଥୀ ହେବେ। ଯାହା ବି ହେଉ, ସେ ତାଙ୍କୁ ବିବାହ କରିବେ।
ଏଥିସହିତ ଆରତୀଙ୍କ ପରିବାର ଡାକ୍ତରଙ୍କ ସହ କଥା ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ କୁଣ୍ଡାକୁ ନେଇ ଯାଇଥିଲେ ଯେଉଁଠାରେ ଶଯ୍ୟାଶାୟୀ ଆରତୀଙ୍କୁ ଆଓ୍ବାଦେଶ ବିବାହ କଲେ। ପରେ ଆରତୀଙ୍କୁ ପ୍ରୟାଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆୱାଦେଶ ଏବଂ ଆରତୀ ନିଜକୁ ବହୁତ ଭାଗ୍ୟବାନ ମନେ କରନ୍ତି। ସେମାନେ ପରସ୍ପରକୁ ସମର୍ଥନ କରି ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଓ୍ବାଦେଶ ବାସ୍ତବ ଜୀବନର ହିରୋ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?