ଦୀର୍ଘ ସମୟ ପରେ ଥିଏଟରରେ ରିଲିଜ୍‌ ହେବ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରୀ’

ମୁମ୍ବାଇ: କରୋନା କାଳ ଯୋଗୁ ଦୀର୍ଘ ସମୟ ଧରି ସିନେମା ହଲ୍‌ ବନ୍ଦ ରହିଥିବାରୁ ଫିଲ୍ମ ରିଲିଜ୍‌ ଉପରେ ମଧ୍ୟ ବ୍ରେକ୍‌ ଲାଗିଯାଇଥିଲା। ବର୍ତ୍ତମାନ ଅନ୍‌ଲକ-୬.୦ରେ ସିନେମା ହଲ୍‌ ଖୋଲିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହି କ୍ରମରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ, ଦିଲଜୀତ ଦୋସାଞ୍ଝ ଓ ଫତିମା ସନା ଖାଁଙ୍କ କମେଡି ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରୀ’ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମ ଦୀପାବଳି ଅବସରରେ ନଭେମ୍ବର ୧୫କୁ ସିନେମା ହଲ୍‌ରେ ରିଲିଜ୍‌ ହେବ। କରୋନା କାଳ ଭିତରେ ପ୍ରଥମ ଥର ଏହି ଫିଲ୍ମ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଏନେଇ ଜି ଷ୍ଟୁଡିଓ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏହି ଫିଲ୍ମ ନଭେମ୍ବର ୧୩ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଏହା ଓଟିଟି କି ଥିଏଟରରେ ରିଲିଜ୍‌ ହେବ ସେନେଇ ସ୍ପଷ୍ଟ ହୋଇ ନ ଥିଲା। ହେଲେ କେନ୍ଦ୍ର ସରକାରଙ୍କ ସିନେମା ହଲ୍‌ ଘୋଷଣା ପରେ ଏବେ ଏହା ଥିଏଟରରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମନୋଜ ବାଜପେୟୀ ଭିନ୍ନ ଭିନ୍ନ ଲୁକ୍ସରେ ନଜର ଆସିବେ। ଏଥିରେ ସେ ଗୁପ୍ତଚର ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ସ୍ବାମୀ ନିକ୍‌ ସକାଳୁ ଉଠି ପ୍ରଥମେ କରିଥାନ୍ତି ଏହି କାମ

ପ୍ରତ୍ୟେକ ଦମ୍ପତିଙ୍କ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିଥାଏ। ଏହି ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସେମାନେ ନିଜ ପ୍ରେମକୁ ବଜାୟ ରଖନ୍ତି ଏବଂ ସମ୍ପର୍କକୁ ଦୃଢ଼ କରିଥାନ୍ତି।...

ଟିକା ନେବା ପରେ କରୋନା ପଜିଟିଭ ହେଲେ ଏହି ଅଭିନେତା: ପ୍ରଯୋଜକଙ୍କ ସହ ଘଟିସାରିଛି ସମାନ ଘଟଣା

ଭାରତରେ କରୋନାର ପ୍ରକୋପ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରତିଦିନ ବଲିଉଡ୍‌ର କୌଣସି ନା କୌଣସି...

ଭିନ୍ନ ଧରଣର ସିନେମା ନିର୍ମାଣକୁ ଗୁରୁତ୍ୱ ଦିଏ

ଚର୍ଚ୍ଚିତ ଓଡ଼ିଆ ସିନେମା ‘ପାଟଣାଗଡ଼’ର ପ୍ରଯୋଜକ ନିକଟରେ ଅନ୍ତର୍ଜାତୀୟ ସିନେମା ଉତ୍ସବରେ ଶ୍ରେଷ୍ଠ ପ୍ରଯୋଜକ ଭାବରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ସିନେମା ଆଉ ଭବିଷ୍ୟତ ଯୋଜନା...

ଅଡ଼ୁଆରେ ଏକତା କପୁରଙ୍କ ବାଲାଜୀ ଫିଲ୍ମସ୍‌: ବର୍ସୋବା ଥାନାରେ ଏତଲା ଦେଲେ ସୁନିଲ ସେଟ୍ଟୀ

ବମ୍ବେ: ଅଡ଼ୁଆରେ ବାଲାଜୀ ଫିଲ୍ମସ୍‌। ଏକତା କପୁରଙ୍କ ଏହି କମ୍ପାନୀ ନାଁରେ ବର୍ସୋବା ଥାନାରେ ଏତଲା ଦେଇଛନ୍ତି ଅଭିନେତା ସୁନିଲ ସେଟ୍ଟୀ। ତାଙ୍କୁ ନଜଣାଇ ତାଙ୍କର...

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ...

ଜୟା, ଐଶ୍ୱର୍ଯ୍ୟାଙ୍କ ଆଣ୍ଟିଜେନ୍‌ ଟେଷ୍ଟ ଆସିଲା ନେଗେଟିଭ, ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ,୧୨।୭: କରୋନା ମହାମାରୀ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ...

ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି...

କେଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ବହୁଭାଷୀ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ସମଗ୍ର...

Advertisement
Archives

Model This Week