ଟନେଲ ରେସକ୍ୟୁ ନେଇ ହେବ ମିଶନ ସୁଡଙ୍ଗ ଫିଲ୍ମ, ମୁଖ୍ୟ ଭୁମିକାରେ ଏହି ଅଭିନେତା…

ମୁମ୍ବାଇ,୨୯।୧୧ : ଉତ୍ତରାଖଣ୍ଡର ସିଲ୍କିରା-ଡାଣ୍ଡାଲଗାଓଁ ଟନେଲରେ ଉଦ୍ଧାର କାର୍ଯ୍ୟର ସଫଳତା ପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବା ଯୋଜନା ଆରମ୍ଭ ହୋଇଛି। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ ଏହି ଉଦ୍ଧାର କାର୍ଯ୍ୟରେ ଖୁବ ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଅନୁମାନ କରାଯାଉଛି ଖିଲାଡି ବୟ ଅକ୍ଷୟ କୁମାର ଏହି ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ତାଙ୍କୁ ଟନେଲ ବିଶେଷଜ୍ଞ ଅନୋଲ୍ଡ ଡିକ୍ସଙ୍କ ଭୂମିକାରେ ଦେଖିବାକୁ ମିଳିବ। ସୋସିଆଲ ମିଡିଆରେ ଭାଇରାଲ ହେବା ପୋଷ୍ଟରେ ଏହା ଦାବି କରାଯାଉଛି। ତେବେ ଅଭିନେତାଙ୍କଠାରୁ ଏନେଇ କୌଣସି ଅଫିସିଆଲ ପ୍ରତିକ୍ରିୟା ମିଳି ନାହିଁ । ଅପରପକ୍ଷରେ ସୋସିଆଲ ମିଡିଆରେ ଦାବି କରାଯାଇଛି କେବଳ ଫିଲ୍ମର ନାମ ନୁହେଁ ଏହାର ସୁଟିଂ ପାଇଁ ସ୍ଥାନ ମଧ୍ୟ ଚୂଡାନ୍ତ ହୋଇଛି। ଏହି ପୋଷ୍ଟଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଟ୍ରେଣ୍ଡ କରୁଥିବା ବିଭିନ୍ନ ପୋଷ୍ଟ aaplach_yogesh ଦ୍ୱାରା ଶେୟାର ହୋଇଛି ।

ଏହି ଫିଲ୍ମର ନାମ ମିଶନ ସୁଡଙ୍ଗ ରଖାଯିବ। ବିଶେଷ କଥା ହେଉଛି ଏହି ଅପରେଶନରେ ଓଏନଜିସି, ଏସଜେଭିଏନଏଲ, ଆରଭିଏନଏଲ, ଏନଏଚଆଇଡିସିଏଲ ଏବଂ ଟିଏଚଡିସିଏଲର ବିଶେଷଜ୍ଞମାନେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ଉଦ୍ଧାର ସମୟରେ ଆର୍ନୋଲ୍ଡ ଡିକ୍ସଙ୍କୁ ମଧ୍ୟ ଡକାଯାଇଥିଲା। ଏହି ବ୍ୟକ୍ତି ଅଷ୍ଟ୍ରେଲିଆରେ ଚାଲୁଥିବା ଅନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ ଆସୋସିଏଶନର ସଭାପତି। ବ୍ରିଟିଶ ଇନଷ୍ଟିଚ୍ୟୁଟ ଅଫ ଇନଭେଷ୍ଟିଗେଟର୍ସରେ କାମ କରୁଥିବା ଡିକ୍ସଙ୍କର ଇଞ୍ଜିନିୟରିଂ, ଭୂବିଜ୍ଞାନ, ଆଇନ ଏବଂ ବିପଦ ପରିଚାଳନା କ୍ଷେତ୍ରରେ ୩୦ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି।

ଆର୍ନୋଲ୍ଡ ଡିକ୍ସଙ୍କ ୱେବସାଇଟ ଅନୁଯାୟୀ ମେଲବୋର୍ଣ୍ଣର ମୋନାଶ ବିଶ୍ୱବିଦ୍ୟାଳୟରୁ ସେ ବିଜ୍ଞାନ ଏବଂ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ସେ ଲର୍ଡ ରୋବର୍ଟ ମେୟର ପିଟର ଭିକେରି କ୍ୟୁସିରେ ଯୋଗ ଦେଇ ୨୦୨୦ରେ ଅଣ୍ଡରଗ୍ରାଉଣ୍ଡ ୱାର୍କସ ଚାମ୍ବର ଗଠନ କରିଥିଲେ। ୨୦୨୨ମସିହାରେ ସେ ଆମେରିକାର ନ୍ୟାଶନାଲ ଫାୟାର ପ୍ରୋଟେକ୍ସନ ଆସୋସିଏଶନ ତରଫରୁ କମିଟି ସେବା ପୁରସ୍କାର ମଧ୍ୟ ପାଇଥିଲେ। ୨୦ ନଭେମ୍ବରରେ ସିଲ୍କିରା ଟନେଲରେ ପହଞ୍ଚିଥିବା ଆର୍ନୋଲ୍ଡ ଡିକ୍ସ ଦିନରାତି ଶ୍ରମିକଙ୍କ ସହ ଯୋଗାଯୋଗରେ ଥିବାବେଳେ ସମସ୍ତଙ୍କୁ ସକାରାତ୍ମକ ରହିବାକୁ କହିଥିଲେ। ଉଲ୍ଲେଖନୀୟ ଦିଗ ହେଉଛି ସେ ଖ୍ରୀଷ୍ଟିଆନ ହୋଇଥିଲେ ମଧ୍ୟ ସେ କୌଣସି ଧର୍ମର ବିଶ୍ୱାସକୁ ସମ୍ମାନ କରନ୍ତି। ଉଦ୍ଧାର କାର୍ଯ୍ୟର ଶେଷ ଦିନ ମଙ୍ଗଳବାର ସେ ଟନେଲ ନିକଟରେ ଥିବା ଭଗବାନ ବାଖ ନାଗ ଦେବତାଙ୍କ ପୂଜାରେ ମଧ୍ୟ ଭାଗ ନେଇଥିଲେ। ପରିଶେଷରେ, ତାଙ୍କ ଏବଂ ତାଙ୍କ ସହକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମର ପରିଣାମ ସ୍ବରୂପ, ସମସ୍ତ ୪୧ ଜଣ ଶ୍ରମିକଙ୍କୁ ୬୦ ମିଟର ଆବର୍ଜନା ମଧ୍ୟରୁ ଉଦ୍ଧାର କରାଯାଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?