Posted inଜାତୀୟ

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରକୃତ ‘BOSS“

ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଫିଜି ଗଣରାଜ୍ୟର ପ୍ରଧାନମନ୍ତ୍ରୀ ସିଟେନି ଲିଗାମାମାଡ଼ା ରାବୁକା। ସେ ମୋଦିଙ୍କୁ ବିଶ୍ୱର ପ୍ରକୃତ ବସ୍‌(ମାଲିକ) ବୋଲି କହିଛନ୍ତି। ଏଥିସହ ସେ ମୋଦିଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶର ମଧ୍ୟ ପ୍ରଶଂସା କରିଛନ୍ତି।

ଫିଜି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁନଃନିର୍ବାଚିତ ହେବା ଲାଗି ଅଭିନନ୍ଦନ ଜଣାଉଛି। ଫିଜି ଶାନ୍ତି ଲାଗି ଆମର ଯାତ୍ରା ପାଇଁ ପ୍ରତିବଦ୍ଧ। ସେ ସାରା ବିଶ୍ୱର ହିନ୍ଦୁମାନଙ୍କ ପ୍ରତି ତାଙ୍କ ହାତ ବଢ଼ାଇଛନ୍ତି। ମୁଁ ଏଥିଲାଗି ତାଙ୍କୁ ଅଭିନନ୍ଦନ ଜଣାଉଛି। ସାରା ବିଶ୍ୱରେ ହିନ୍ଦୁମାନଙ୍କ ଯାତ୍ରାରେ ଏକତା ଶେଷରେ ବିଶ୍ୱବାସୀଙ୍କ ମଧ୍ୟରେ ଏକତାରେ ପରିବର୍ତ୍ତିତ ହେବ…ସବ୍‌କା ସାଥ୍‌ ସବ୍‌କା ବିକାଶ। ଏହା ଏକ ମହାନ ଚିନ୍ତାଧାରା। ଆମେ ଏହି ବାର୍ତ୍ତା ପ୍ରଚାର କରିବା ଜାରି ରଖିଛି।

ମୋଦି ହେଉଛନ୍ତି ‘ବସ୍‌ ସାହେବ୍‌’। ଆପଣଙ୍କୁ ଧନ୍ୟବାଦ, ମୁଁ ଆପଣଙ୍କୁ ନମସ୍କାର କରୁଛି, ଫିଜି ଉପରେ ନଜର ରଖିଥାନ୍ତୁ, ଆମେ ବନ୍ଧୁ ବୋଲି ସେ ଆହୁରି ମଧ୍ୟ କହିଛନ୍ତି।

କହିରଖୁଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି FIPIC ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଇ ପାପୁଆ ନ୍ୟୁ ଗିନି ଗସ୍ତ କରିଥିଲେ। ଏହି ସମୟରେ ୨୦୨୩ ମେ’ରେ ସେ ପୋର୍ଟ ମୋର୍ସବିରେ ରାବୁକାଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଲ୍‌ ଫାଇନାଲ୍‌, ମୋଦିଙ୍କ ଆଗରେ ବଡ଼ ଘୋଷଣା କଲେ Trump, ପାକିସ୍ତାନ ଥରହର

ଓ୍ବାଶିଂଟନ୍‌,୧୪।୨: ଭାରତ ଏବଂ pakistan ମଧ୍ୟରେ ଦୀର୍ଘ ସମୟ ଧରି ଏକ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ରହିଛି। ଭାରତ ବାରମ୍ବାର ପାକିସ୍ତାନ ଉପରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ...

Valentine’s Day: ପ୍ରେମ ଦିବସରେ ନୂଆ ପ୍ରେମିକାଙ୍କ ନାଁ ଖୁଲାସା କଲେ Lalit Modi, ସୁସ୍ମିତା ସେନଙ୍କ ସହ ବ୍ରେକଅପ୍‌…

ନୂଆଦିଲ୍ଲୀ,୧୪।୨: IPL ପ୍ରତିଷ୍ଠାତା ତଥା ଏହାର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦିଙ୍କ ଲଭଷ୍ଟୋରୀରେ breakup । ଅଭିନେତ୍ରୀ Sushmita Sen ଓ ଲଲିତ ମୋଦିଙ୍କ ମଧ୍ୟରେ...

ଘରେ ଝୁଲୁଛି ତାଲା, ଦୁଇ ଦିନ ହେଲାଣି ଖୋଜୁଛି ପୋଲିସ, କେଉଁଠି ଅଛନ୍ତି Ranveer Allahabadia?

ନୂଆଦିଲ୍ଲୀ,୧୪।୨: କମେଡିଆନ୍‌ ସମୟ ରାଇନାଙ୍କ ଶୋ’ ’ଇଣ୍ଡିଆଜ ଗଟ ଲାଟେଣ୍ଟ’ରେ ପିତାମାତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ରଣବୀର ଆଲ୍ଲାହାବାଦିଆ ବିବାଦରେ ଫସି ଯାଇଛନ୍ତି। ତାଙ୍କ...

ମୋଦିଙ୍କ ଆଗରେ ଏତେ ବଡ଼ ମିଛକଥା କହିଦେଲେ Donald Trump , ଧରାପଡିଲା ସତ… ଦେଶରେ ଚହଳ

ଓ୍ବାଶିଂଟନ୍‌,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନି ତାଙ୍କର ୨ ଦିନିଆ ଆମେରିକା ଗସ୍ତରୁ ଫେରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ଲୋକପ୍ରିୟ ବ୍ୟକ୍ତିଙ୍କ ସହ...

ଖୁସି ଖବର: ଚଳିତ ବର୍ଷ 40% ବଢିଯିବ ଏମାନଙ୍କ ଦରମା

ନୂଆଦିଲ୍ଲୀ,୧୪।୨: କର୍ପୋରେଟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ୨୦୨୫ ବର୍ଷ ପାଇଁ ଖୁସି ଖବର। ଏହି ବର୍ଷ, ଦରମା ପ୍ରାୟ ୬ ରୁ ୧୫...

ଆମେରିକାରୁ ଫେରି ରାହୁଲଙ୍କ ସହ ବଡ଼ ବୈଠକ କରିବେ ମୋଦି, ହେବ ବଡ଼ ଘୋଷଣା, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୧୪।୨: ୨ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଗସ୍ତରୁ ଫେରିବା ପରେ ତାଙ୍କର ବିରୋଧୀ ଦଳ ତତା କଂଗ୍ରେସ ଏମପି ରାହୁଲ...

୧୨ ଲକ୍ଷ ଆୟକୁ ନେଇ ମଧ୍ୟବିତ୍ତଙ୍କୁ ଭୁଆଁ ବୁଲାଯାଉଛି, ଅର୍ଥମନ୍ତ୍ରୀଙ୍କୁ ଜବାବ ଦେଲେ ରାଘବ

ନୂଆଦିଲ୍ଲୀ,୧୪।୨: ରାଜ୍ୟ ସଭା ଏମପି ରାଘବ ଚଢା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସାମ୍ପ୍ରତିକ ବୟାନର କଡ଼ା ଜବାବ ଦେଇଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri