Posted inଫୁରସତ

ଏକାଠି ଲଢ଼ିବା ହିଁ ସର୍ବୋତ୍ତମ

ଯେକୌଣସି ସମସ୍ୟା ବିରୋଧରେ ଏକଜୁଟ ହୋଇ ଲଢ଼ିଲେ ସମାଧାନର ପଥ ସହଜ ହୋଇଥାଏ। ଏହା ପ୍ରତିି ପରିବାର, ସମାଜ, ରାଜ୍ୟ-ରାଜ୍ୟ ଅବା ଅନ୍ତର୍ଜାତୀୟସ୍ତରରେ ଦେଶ-ଦେଶ ପାଇଁ ପ୍ରଯୁଜ୍ୟ ହୋଇପାରେ। ଏହା ଦ୍ୱାରା ସମସ୍ୟା ବିରୋଧରେ ଲଢ଼େଇ ପାଇଁ ନୂଆ ଚିନ୍ତା ଧାରା ସହିତ ଉତ୍ସାହ ବୃଦ୍ଧି ପାଇଥାଏ। ସମ୍ପ୍ରତି ଦେଖାଦେଇଥିବା କରୋନା ମହାମାରୀ ବିରୋଧରେ ସମଗ୍ର ବିଶ୍ୱ ସମୁଦାୟ ମଧ୍ୟରେ ଏକତା ଭାବ ଦେଖାଦେଇଛି, ଯାହାକି ଅପରିହାର୍ଯ୍ୟ ଥିଲା ବୋଲି ବହୁ ବୁଦ୍ଧିଜୀବୀଙ୍କ ସମେତ ଜାତିସଂଘ ପକ୍ଷରୁ କୁହାଯାଇଛି।
ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଜାତିସଂଘ ପକ୍ଷରୁ ଦକ୍ଷିଣ-ଦକ୍ଷିଣ ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ରାଜନୈତିକ, ଆର୍ଥିକ, ସାମାଜିକ, ସାଂସ୍କୃତିକ, ପରିବେଶ ଏବଂ ବୈଷୟିକ କ୍ଷେତ୍ରରେ ଦକ୍ଷିଣ ଦେଶ ମଧ୍ୟରେ ସହଯୋଗର ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତି ଲାଗି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସଚେତତନା ସୃଷ୍ଟିର ଗୁରୁତ୍ୱ ଉପଲବ୍ଧି କରାଯାଇଥିଲା। ଜାତିସଂଘରେ ୧୯୭୮ ବୁଏନୋସ ଆଇରେସରେ ବିକାଶଶୀଳ ଦେଶଙ୍କ ଦ୍ୱାରା ଗ୍ଲୋବାଲ ସାଉଥ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିକାଶଶୀଳ ଦେଶ ମଧ୍ୟରେ ବୈଷୟିକ ସହଯୋଗକୁ ପ୍ରୋତ୍ସାହନ ତଥା କାର୍ଯ୍ୟକାରୀ କରିବା ପାଇଁ ବୁଏନୋସ ଆଇରେସ ପ୍ଲାନ ଅଫ୍‌ ଆକ୍ସନ (ବାପା) ଗ୍ରହଣ କରାଯାଇଥିଲା। ପରେ ଏହାକୁ ବ୍ୟାପକ କରିବା ଲାଗି ୨୦୧୩ରେ ଏକ ପୃଥକ ସଂସ୍ଥା ଦକ୍ଷିଣ-ଦକ୍ଷିଣ ସହଯୋଗ ପାଇଁ ଗଠନ କରାଯାଇଥିଲା। ପ୍ରତିବର୍ଷ ସେପ୍ଟେମ୍ବର ୧୨କୁ ୟୁନାଇଟେଡ୍‌ ନେଶନ ଡେ ଫର୍‌ ସାଉଥ୍‌-ସାଉଥ୍‌ କୋପରେଶନ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଜାତିସଂଘ ଦକ୍ଷିଣ-ଦକ୍ଷିଣ ସହଯୋଗ ହେଉଛି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକତାର ଏକ ପ୍ରଦର୍ଶନ। ଏହାକୁ ଆଗେଇ ନେବାକୁ ୨୦୧୫ରେ ସେମାନଙ୍କର ଜାତୀୟତା ତଥା ସାମୁହିକ ଆତ୍ମନିର୍ଭରଶୀଳତା ଏବଂ ନିରନ୍ତର ବିକାଶ ପାଇଁ ୨୦୩୦ ଏଜେଣ୍ଡା ସମେତ ଅନ୍ତର୍ଜାତୀୟ ସ୍ତରରେ ସହମତ ବିକାଶ ଲକ୍ଷ୍ୟ ହାସଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ସାମ୍ପ୍ରତିକ ମହାମାରୀକୁ ଧ୍ୟାନରେ ରଖି ଏହି ପ୍ରକାର ସହଯୋଗ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ ହେଉଊଛି। ଏହି ବିଶ୍ୱ ସଙ୍କଟ ସମୟରେ ପ୍ରଭାବଶାଳୀ ଜ୍ଞାନକୌଶଳ, ନେତୃତ୍ୱ, ସମନ୍ବୟ, ଯୋଗାଯୋଗ ଏବଂ ସମସ୍ତଙ୍କ ପାଇଁ ସୁସ୍ବାସ୍ଥ୍ୟ ଲକ୍ଷ୍ୟ ନେଇ ଜାତିସଂଘର ଦକ୍ଷିଣ-ଦକ୍ଷିଣ ସହଯୋଗ ଉଦ୍ୟମ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri