Posted inଫୁରସତ

ଜଣେ ପୁଅ ପାଇଁ ସ୍କୁଲଛାତ୍ରୀଙ୍କ ‘ଗ୍ୟାଙ୍ଗଓ୍ବାର’: ବିଧା-ଗୋଇଠା ସହ କାଠ ଫାଳିଆରେ ଆକ୍ରମଣ

ବେଙ୍ଗାଲୁରୁ: ରାସ୍ତାରେ ସ୍କୁଲଛାତ୍ରୀଙ୍କ ମହାଭାରତ। ସ୍କୁଲ ପୋଷାକରେ ପରସ୍ପରର ଚୁଟି ଧରି ଘୋଷାଡ଼ିବା ସହ ବିଧା, ଗୋଇଠା, ମୁଥ, କାଠ ଫାଳିଆରେ ଆକ୍ରମଣ କୌଣସି ଗ୍ୟାଙ୍ଗଓ୍ବାରଠାରୁ କମ୍‌ ଲାଗୁନାହିଁ। ଜଣେ ପୁଅପାଇଁ ସେମାନେ ଏପରି କାଣ୍ଡ ଭିଆଇଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ବେଙ୍ଗାଲୁରୁର ସେଣ୍ଟ ମାର୍କ ରୋଡରେ ଘଟିଛି। ଏଠାରେ ଏକ ପ୍ରତିଷ୍ଠିତ ବିଦ୍ୟାଳୟର ଛାତ୍ରୀମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। ଦୁଇ ଲେଡି ଗ୍ୟାଙ୍ଗ ପରସ୍ପରକୁ କାଠ ଫାଳିଆରେ ଆକ୍ରମଣ କରୁଛନ୍ତି। କିଛି ଝିଅ ସ୍କୁଲ ଡ୍ରେସରେ ଥିବା ବେଳେ ଆଉ କିଛି ପିଲା ଫର୍ମାଲ ଡ୍ରେସ ପିନ୍ଧିଛନ୍ତି। ଦୀର୍ଘ ସମୟ ଧରି ରାସ୍ତାରେ ଏପରି ମାରପିଟ ଚାଲିବା ପରେ ବେଳେ କିଛି ଲୋକ ଏହାକୁ ଅଟକାଇ ଥିଲେ। ସେହିପରି କିଛି ସ୍କୁଲ ଡ୍ରେସ ପିନ୍ଧା ପୁଅ ମଧ୍ୟ ଗଣ୍ଡଗୋଳ କରୁଥିବା ଝିଅମାନଙ୍କୁ ବୁଝାଇଥିବା ଜଣାପଡ଼ିଛି। ଭିଡିଓଟି କେବେର ସେକଥା ଜଣାପଡ଼ିନାହିଁ।

ତେବେ ୨ ସ୍କୁଲ ଛାତ୍ରୀ ପ୍ରଥମେ ଜଣେ ପୁଅ ପାଇଁ ପରସ୍ପର ସହ ଝଗଡ଼ା କରିଥିଲେ। ଏହାପରେ ଉଭୟ ଛାତ୍ରୀଙ୍କ ସାଙ୍ଗମାନେ ସେଠାରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରେ ଭୟଙ୍କର ମାରପିଟ ଆରମ୍ଭ ହୋଇଥିବା କୁହାଯାଉଛି। ସେଠାରେ ଉପସ୍ଥିତ କିଛି ଲୋକ ଏହାର ଭିଡିଓ କଏଦ ହେବା ପରେ ତାହା ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri