Posted inଫୁରସତ

୧୫ ବର୍ଷ ପରେ ଯୁବତୀ ଜାଣିଲେ ସେ ଜଣେ ଯୁବକ: ମାତାପିତା ଚିନ୍ତାରେ

ପୁଣେ, ୨୭।୧: ମହାରାଷ୍ଟ୍ରର ପୁଣେରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବତୀ ୧୫ ବର୍ଷ ପରେ ନିଜକୁ ଚିହ୍ନି ପାରିଛନ୍ତି। ସେ ଜଣେ ଯୁବକ ବୋଲି ଜଣାପଡ଼ିଛି। ଏନେଇ ମାତାପିତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହା ଦ୍ୱାରା ତାଙ୍କର ପରିଚିତି ବଦଳିଯିବାର ଆଶଙ୍କା ସୃଷ୍ଟି ହୋଇଛି। ମାତାପିତା ତାଙ୍କୁ ଯୁବତୀ ଭାବେ ପୂର୍ବ ପରିଚିତି ଜାରି ରଖିବା ଲାଗି ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି। ପୁଣେରେ ବାସ କରୁଥିବା ଏହି ଯୁବତୀଙ୍କର ମାସିକ ଧର୍ମ ଆରମ୍ଭ ନ ହେବାରୁ ମାତାପିତା ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ। ଡାଙ୍କର ପରୀକ୍ଷା ନିରୀକ୍ଷା କରି ଜାଣି ପାରିଥିଲେ ଯେ, ଯୁବତୀଙ୍କଠାରେ ପୁରୁଷ ହରମୋନ୍‌ ଏଣ୍ଡ୍ରୋଜେନ୍‌ କ୍ଷରଣ ହେଉଛି। ଏହା ଆନୁବଂଶିିକ କାରଣରୁ ହୋଇଥିବା ଡାକ୍ତର କହିଛନ୍ତି। ଏଭଳି ଶାରୀରିକ ସମସ୍ୟାକୁ ଏଣ୍ଡ୍ରୋଜେନ୍‌ ଇନସେନ୍‌ସିଓ୍ବିଟି ସିଣ୍ଡ୍ରୋମ୍‌ (ଏଆଇଏସ୍‌) କୁହାଯାଇଥାଏ। ଏହି ସମସ୍ୟାରେ ଶିଶୁକନ୍ୟା ଜନ୍ମ ହୋଇଥିଲେ ମଧ୍ୟ ତାଠାରେ ପୁରୁଷଗତ ଶାରୀରିକ ଲକ୍ଷଣ ପ୍ରକାଶ ପାଇଥାଏ। ଯୁବତୀଙ୍କଠାରେ ଆଶିଂକ ଏଆଇଏସ୍‌ ଲକ୍ଷଣ ପ୍ରକାଶ ପାଇଥିବା ଡାକ୍ତର ମନିଶ ମଚାଓ୍ବେ କହିଛନ୍ତି। ଏବେ ଯୁବତୀଙ୍କର କେତେକ ସର୍ଜରୀ କରାଯିବା ପାଇଁ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି। ତାଙ୍କର ପରିଚିତି ବଞ୍ଚାଇ ବଖିବା ଲାଗି ଏସବୁ କରାଯାଉଛି। ଏହାପରେ ଏକ ପ୍ରଜନନ ଅଙ୍ଗ ଲାପ୍ରୋସ୍କୋପିକ୍‌ ଭେଜିନୋପ୍ଲାଷ୍ଟି ଦ୍ୱାରା କରାଯିବ। ତେବେ ଯୁବତୀ ଜଣକ ଗର୍ଭଧାରଣ କରିବାକୁ ସକ୍ଷମ ହେବେ ନାହିଁ। ତାଙ୍କଠାରେ ଗର୍ଭାଶୟ ନ ଥିବାରୁ ଏଭଳି ସମ୍ଭବ ହେବ ନାହିଁ। ଯୁବତୀ ଜଣକ ୧୮ ବର୍ଷ ପରେ ସାଧାରଣ ଜୀବନ ଜୀଇଁବାକୁ ସକ୍ଷମ ହେବେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାକି ବଦଳରେ କୋଲକାତା ପୋଲିସ ପିନ୍ଧନ୍ତି ଧଳା ରଙ୍ଗର ପୋଷାକ, କାରଣ ଜାଣିଲେ…

ସାଧାରଣତଃ ଆମ ଦେଶରେ ପୋଲିସମାନେ ଖାକି ରଙ୍ଗର ପୋଷାକ ପିନ୍ଧିଥାନ୍ତି। ମାତ୍ର ଆପଣ ଜାଣନ୍ତି କି କେବଳ କୋଲକାତାର ପୋଲିସମାନେ ହିଁ ଧଳା ପୋଷାକ ପିନ୍ଧିଥାନ୍ତି।...

ବାସନ ମାଜୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ମାଙ୍କଡ଼କୁ ସବୁଠାରୁ ଅନୁକରଣକାରୀ ପ୍ରାଣୀ ଭାବରେ ବିବେଚନା କରାଯାଏ। ତାଲିମ ପାଇବା ମାତ୍ରେ ସେ ଏତେ ଆଶ୍ଚର୍ଯ୍ୟଜନକ ଅଭିନୟ ଆରମ୍ଭ କରନ୍ତି ଯେ, ବିଶ୍ୱାସ କରିବା...

କମିଂ ଅଫ୍‌ ଏଜ୍‌ ଡେ’: ୧୨.୨ ଲକ୍ଷ ଯୁବପିଢ଼ିଙ୍କୁ ସ୍ବତନ୍ତ୍ର ଅଧିକାର

ଟୋକିଓ: ସ୍ବାଧୀନତା ମନୁଷ୍ୟର ଜନ୍ମସିଦ୍ଧ ଅଧିକାର। ସ୍ବାଧୀନତାର ସ୍ବାଦ ଟିକେ ପାଇବାକୁ ବିଶ୍ୱ ଦେଖିଛି ଅନେକ ଯୁଦ୍ଧ, ରକ୍ତପାତ, ନରସଂହାର। ଠିକ୍‌ ସେମିତି ମନର ଭାବନା...

ଭୂତ ସହରରେ ରହିଲେ ମିଳିବ ୨୫ ଲକ୍ଷ

ରୋମ୍‌: ଭୂତ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶେ। ଭୂତ ଭୟରେ ଅନେକ ଲୋକ ଗାଁ ଘର ଛାଡ଼ି ଅନ୍ୟତ୍ର ବସବାସ କରିଥାନ୍ତିି। କିନ୍ତୁ...

ମହାତ୍ମା ଗାନ୍ଧୀଙ୍କୁ ନିଜ ଅଟୋଗ୍ରାଫକୁ ୫ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା

ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ...

କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଜୀବନ୍ତ କରିବା ପାଇଁ ଗୋବରରେ ପୋତିଲେ ଶବ

ଲକ୍ଷ୍ନୌ, ୧୦।୯: ଉତ୍ତର ପ୍ରଦେଶ ଅମରୋହା ଜିଲାରୁ ଅନ୍ଧ ବିଶ୍ୱାସର ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଜିଲାର ଜନପଦ ଥାନା ଅନ୍ତର୍ଗତ ଦେହାତ ଅଞ୍ଚଳର...

କାର୍ଯ୍ୟସ୍ଥଳରେ ‘ଚନ୍ଦା’ ଡାକିବା ଯୌନ ନିର୍ଯାତନା

ଲଣ୍ଡନ: କାର୍ଯ୍ୟକ୍ଷେତ୍ରରେ ଯଦି କୌଣସି କର୍ମଚାରୀ ଅନ୍ୟ କର୍ମଚାରୀଙ୍କୁ ଚନ୍ଦା ବୋଲି ସମ୍ବୋଧନ କରନ୍ତି ତେବେ ଏହା ଯୌନ ନିର୍ଯାତନା ବୋଲି କୁହାଯିବ। ଜଜ୍‌ ଜୋନାଥାନ୍‌...

ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର...

Advertisement
Archives

Model This Week