ସାଓ ପାଉଲୋ,୧୦।୧୦(ଏପି): ପାଖାପାଖି ଗୋଟିଏ ବର୍ଷ ପରେ ଆର୍ଜେଣ୍ଟିନା ଓ ଉରୁଗୁଏ ପ୍ରଥମ ଫୁଟବଲ ମ୍ୟାଚ୍ ଖେଳି ବିଜୟ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ କ୍ୱାଲିଫାଇୟର୍ସର ପ୍ରାରମ୍ଭିକ ମୁକାବିଲାରେ ସେଭଳି କିଛି ଖାସ୍ ପ୍ରଦର୍ଶନ ନ କରି ଏହି ଦୁଇ ଦଳ ବାଜି ମାରିଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ଫାଙ୍କା ଷ୍ଟାଡିୟମରେ ଖେଳ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଆର୍ଜେଣ୍ଟିନା ୧-୦ ଗୋଲରେ ଇକୁଏଡରକୁ ହରାଇଛି। ଦଳ ତରଫରୁ ସୁପରଷ୍ଟାର ଲିଓନେଲ ମେସି ୧୩ତମ ମିନିଟ୍ରେ ପେନାଲ୍ଟି ଜରିଆରେ ଏକମାତ୍ର ଗୋଲ ସ୍କୋର କରିଥିଲେ। ସେହିପରି ଉରୁଗୁଏ ୨-୧ ଗୋଲରେ ଚିଲିକୁ ପରାସ୍ତ କରିଛି। ଅନ୍ତିମ ମିନିଟ୍ରେ ମାକ୍ସିମିଲାନୋ ଗୋଞ୍ଜାଲେଜ ଗୋଲ ଦେଇ ଉରୁଗୁଏକୁ ଜିତାଇଥିଲେ। ତେବେ ଲୁଇସ୍ ସୁଆରେଜ ୩୯ତମ ମିନିଟ୍ ପେନାଲ୍ଟି ଜରିଆରେ ଦଳ ତରଫରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଅନ୍ୟପଟେ ଚିଲି ତରଫରୁ ୫୪ତମ ମିନିଟ୍ରେ ଆଲେକ୍ସିଜ ସାଞ୍ଚେଜ୍ ଗୋଲ ଦେଇ ମ୍ୟାଚ୍କୁ ସମାନସ୍ତରକୁ ଆଣିଥିଲେ। ଗୁରୁବାର ଖେଳାଯାଇଥିବା ଅନ୍ୟଏକ ମ୍ୟାଚ୍ରେ ପାରାଗୁଏ ଓ ଫେରୁ ମୁହଁମୁହିଁ ହୋଇଥିଲେ ଓ ଏହା ୨-୨ ଗୋଲରେ ଅମୀମାଂସିତ ରହିଥିଲା।
ଶୁକ୍ରବାର ବ୍ରାଜିଲ ତା’ର ପ୍ରଥମ କ୍ୱାଲିଫାୟର୍ସ ମ୍ୟାଚ୍ରେ ଘରୋଇ ବଲିଭିଆ ଓ କଲିମ୍ବିଆ ପ୍ରତିପକ୍ଷ ଭେନେଜୁଆଲାକୁ ଭେଟିବ। କାତାରରେ ଆୟୋଜନ ହେବାକୁ ଥିବା ପରବର୍ତ୍ତୀ ବିଶ୍ୱକପ୍ରେ ଦକ୍ଷିଣ ଆମେରିକାରୁ ୪ଟି ଦଳ ସିଧାସଳଖ ଅଂଶଗ୍ରହଣ କରିବେ। ବ୍ରାଜିଲ, ଆର୍ଜେଣ୍ଟିନା, ଉରୁଗୁଏ ଓ କଲମ୍ବଆ ବିଶ୍ୱକପ୍ରେ ଏହି ସ୍ଥାନ ହାସଲବା ନେଇ ଫେଭରାଇଟ ବିବେଚିତ ହେଉଛନ୍ତି।
ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ
ଶେନ୍ଝେନ୍,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍…
ପାକ୍ ଖେଳାଳିଙ୍କ ଫୋନ୍ ଜବତ କଲା ପିସିବି, କାହିଁକି ଜାଣନ୍ତୁ…
ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…
ଟିମ୍ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା
ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…
ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ
ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…
ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ
ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…
ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!
ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…
ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ
ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…
ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ
ଦୁବାଇ,୫ା୯: ମହିଳା ଏସିଆ କପ୍ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…
Archives

