Posted inଖେଳ

ଫିଫା ର଼୍ୟାଙ୍କିଙ୍ଗ୍‌: ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଲା ବେଲଜିୟମ

ଜୁରିଚ୍‌,୨୮ା୧୧(ଏପି)-ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ତରଫରୁ ୨୦୨୦ ବର୍ଷର ଫାଇନାଲ ର଼୍ୟାଙ୍କିଙ୍ଗ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ବେଲଜିୟମ ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଛି। ଏହି ତାଲିକାକୁ ଭିତ୍ତି କରି ୟୁରୋପ ଅଞ୍ଚଳ ପାଇଁ ବିଶ୍ୱକପ୍‌ କ୍ୱାଲିଫାଇଂ ଡ୍ର ପ୍ରସ୍ତୁତ କରାଯାଇଛି। ଗତଥର ବିଶ୍ୱକପ୍‌ ଚାମ୍ପିୟନ ଫ୍ରାନ୍ସ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବ୍ରାଜିଲ ତୃତୀୟ, ଇଂଲଣ୍ଡ ଚତୁର୍ଥ ଏବଂ ୟୁରୋପିଆନ ଚାମ୍ପିୟନ ପର୍ତ୍ତୁଗାଲ ୫ମ ସ୍ଥାନରେ ରହିଛି। ସ୍ପେନ ୬ଷ୍ଠ ସ୍ଥାନରେ ରହିଛି। ଫିଫା ଡିସେମ୍ବର ୭ରୁ ୟୁରୋପିଆନ ଡ୍ର ଆୟୋଜନ କରିବ। ସ୍ପେନ୍‌ ଓ ଇଟାଲୀ ସମେତ ୧୦ ଟପ୍‌ ସିଡ୍‌ ଦଳ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ୪ବର୍ଷ ପୂର୍ବେ ଦ୍ୱିତୀୟ ସିଡ୍‌ ପ୍ରାପ୍ତ ଇଟାଲୀ ରୁଷିଆରେ ୨୦୧୮ରେ ଅନୁଷ୍ଠିତ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲା। ଏଥର ର଼୍ୟାଙ୍କିଙ୍ଗ ତାଲିକାର ୧୦ମ ସ୍ଥାନରେ ରହିଛି। ୧୪ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ତଥା ଶେଷ ଟପ୍‌ ସିଡ୍‌ ସ୍ଥାନରେ ରହିଥିବା ନେଦରଲାଣ୍ଡ୍ସ ଏବଂ ୧୬ତମ ସ୍ଥାନକୁ ଖସି ଆସିଥିବା ସୁଇଜରଲାଣ୍ଡ ଗ୍ରୁପ୍‌ ୨ରେ ସ୍ଥାନ ପାଇଛନ୍ତି। ୧୦ଟି ଗ୍ରୁପ୍‌ର ବିଜେତା ଆପେ କାତାରରେ ହେବାକୁଥିବା ୨୦୨୨ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୧୦ ରନର୍ସଅପ୍‌ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିବେ। ସେମାନଙ୍କ ସହ ନେଶନ୍ସ ଲିଗ୍‌ ଗ୍ରୁପ୍ସର ୨ ଦଳ ଯୋଗ ଦେବେ। ଦକ୍ଷିଣ ଆମେରିକା ବିଶ୍ୱକପ୍‌ କ୍ୱାଲିଫାଇଂର ଦୁଇ ରାଉଣ୍ଡ ପରେ ର଼୍ୟାଙ୍କିଙ୍ଗ ତାଲିକାରେ ଆର୍ଜେଣ୍ଟିନା ଗୋଟିଏ ସ୍ଥାନ ପଦୋନ୍ନତି ପାଇ ୭ମରେ ରହିଛି। ଉରୁଗୁଏ ଗୋଟିଏ ସ୍ଥାନ ତଳକୁ ଖସି ୮ମରେ ରହିଛି। କନ୍‌କାକାଫ୍‌ (କନଫେଡେରେଶନ ଅଫ୍‌ ନର୍ଥ, ସେଣ୍ଟ୍ରାଲ ଆମେରିକା ଆଣ୍ଡ୍‌ କ୍ୟାରିବିୟନ ଆସୋସିଏଶନ ଫୁଟ୍‌ବଲ)ର ସର୍ବୋଚ୍ଚ ର଼୍ୟାଙ୍କିଙ୍ଗ ଦଳ ଭାବେ ମେକ୍ସିକୋ ୯ମ ସ୍ଥାନରେ ରହିଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାକୁ ୨୨ତମ ସ୍ଥାନ ମିଳିଛି। ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସେନେଗାଲ ସବୁଠାରୁ ଆଗରେ ୨୦ତମ ସ୍ଥାନରେ ରହିଛି। ଏସିଆର ଟପ୍‌ ର଼୍ୟାଙ୍କିଙ୍ଗ ଦଳ ଜାପାନକୁ ୨୭ତମ ସ୍ଥାନ ମିଳିଥିବାବେଳେ ବିଶ୍ୱକପ୍‌ ଆୟୋଜକ କାତାର ୨ ସ୍ଥାନ ତଳକୁ ଖସି ୫୯ତମ ସ୍ଥାନରେ ରହିଛି। ଭାରତ ର଼୍ୟାଙ୍କିଙ୍ଗ ତାଲିକାର ୧୦୪ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?