Posted inଖେଳ

ଫିଫା ର଼୍ୟାଙ୍କିଙ୍ଗ୍‌: ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଲା ବେଲଜିୟମ

ଜୁରିଚ୍‌,୨୮ା୧୧(ଏପି)-ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ତରଫରୁ ୨୦୨୦ ବର୍ଷର ଫାଇନାଲ ର଼୍ୟାଙ୍କିଙ୍ଗ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ବେଲଜିୟମ ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଛି। ଏହି ତାଲିକାକୁ ଭିତ୍ତି କରି ୟୁରୋପ ଅଞ୍ଚଳ ପାଇଁ ବିଶ୍ୱକପ୍‌ କ୍ୱାଲିଫାଇଂ ଡ୍ର ପ୍ରସ୍ତୁତ କରାଯାଇଛି। ଗତଥର ବିଶ୍ୱକପ୍‌ ଚାମ୍ପିୟନ ଫ୍ରାନ୍ସ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବ୍ରାଜିଲ ତୃତୀୟ, ଇଂଲଣ୍ଡ ଚତୁର୍ଥ ଏବଂ ୟୁରୋପିଆନ ଚାମ୍ପିୟନ ପର୍ତ୍ତୁଗାଲ ୫ମ ସ୍ଥାନରେ ରହିଛି। ସ୍ପେନ ୬ଷ୍ଠ ସ୍ଥାନରେ ରହିଛି। ଫିଫା ଡିସେମ୍ବର ୭ରୁ ୟୁରୋପିଆନ ଡ୍ର ଆୟୋଜନ କରିବ। ସ୍ପେନ୍‌ ଓ ଇଟାଲୀ ସମେତ ୧୦ ଟପ୍‌ ସିଡ୍‌ ଦଳ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ୪ବର୍ଷ ପୂର୍ବେ ଦ୍ୱିତୀୟ ସିଡ୍‌ ପ୍ରାପ୍ତ ଇଟାଲୀ ରୁଷିଆରେ ୨୦୧୮ରେ ଅନୁଷ୍ଠିତ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲା। ଏଥର ର଼୍ୟାଙ୍କିଙ୍ଗ ତାଲିକାର ୧୦ମ ସ୍ଥାନରେ ରହିଛି। ୧୪ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ତଥା ଶେଷ ଟପ୍‌ ସିଡ୍‌ ସ୍ଥାନରେ ରହିଥିବା ନେଦରଲାଣ୍ଡ୍ସ ଏବଂ ୧୬ତମ ସ୍ଥାନକୁ ଖସି ଆସିଥିବା ସୁଇଜରଲାଣ୍ଡ ଗ୍ରୁପ୍‌ ୨ରେ ସ୍ଥାନ ପାଇଛନ୍ତି। ୧୦ଟି ଗ୍ରୁପ୍‌ର ବିଜେତା ଆପେ କାତାରରେ ହେବାକୁଥିବା ୨୦୨୨ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୧୦ ରନର୍ସଅପ୍‌ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିବେ। ସେମାନଙ୍କ ସହ ନେଶନ୍ସ ଲିଗ୍‌ ଗ୍ରୁପ୍ସର ୨ ଦଳ ଯୋଗ ଦେବେ। ଦକ୍ଷିଣ ଆମେରିକା ବିଶ୍ୱକପ୍‌ କ୍ୱାଲିଫାଇଂର ଦୁଇ ରାଉଣ୍ଡ ପରେ ର଼୍ୟାଙ୍କିଙ୍ଗ ତାଲିକାରେ ଆର୍ଜେଣ୍ଟିନା ଗୋଟିଏ ସ୍ଥାନ ପଦୋନ୍ନତି ପାଇ ୭ମରେ ରହିଛି। ଉରୁଗୁଏ ଗୋଟିଏ ସ୍ଥାନ ତଳକୁ ଖସି ୮ମରେ ରହିଛି। କନ୍‌କାକାଫ୍‌ (କନଫେଡେରେଶନ ଅଫ୍‌ ନର୍ଥ, ସେଣ୍ଟ୍ରାଲ ଆମେରିକା ଆଣ୍ଡ୍‌ କ୍ୟାରିବିୟନ ଆସୋସିଏଶନ ଫୁଟ୍‌ବଲ)ର ସର୍ବୋଚ୍ଚ ର଼୍ୟାଙ୍କିଙ୍ଗ ଦଳ ଭାବେ ମେକ୍ସିକୋ ୯ମ ସ୍ଥାନରେ ରହିଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାକୁ ୨୨ତମ ସ୍ଥାନ ମିଳିଛି। ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସେନେଗାଲ ସବୁଠାରୁ ଆଗରେ ୨୦ତମ ସ୍ଥାନରେ ରହିଛି। ଏସିଆର ଟପ୍‌ ର଼୍ୟାଙ୍କିଙ୍ଗ ଦଳ ଜାପାନକୁ ୨୭ତମ ସ୍ଥାନ ମିଳିଥିବାବେଳେ ବିଶ୍ୱକପ୍‌ ଆୟୋଜକ କାତାର ୨ ସ୍ଥାନ ତଳକୁ ଖସି ୫୯ତମ ସ୍ଥାନରେ ରହିଛି। ଭାରତ ର଼୍ୟାଙ୍କିଙ୍ଗ ତାଲିକାର ୧୦୪ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ୨୦୨୧: କୋଚ୍‌ମାନଙ୍କ କାର୍ଯ୍ୟକାଳ ବଢାଇବ ଭାରତ

ନୂଆଦିଲ୍ଲୀ,୨୬।୩(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପରେ ଯେଉଁ କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା ସେମାନଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯିବ। ଅଲିମ୍ପିକ୍ସକୁ ଗୋଟିଏ ବର୍ଷ...

ଟେଲରଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର

ଓ୍ବେଲିଂଟନ,୧।୫(ପି.ଟି.): ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ସମ୍ମାନଜନକ ନ୍ୟୁଜିଲାଣ୍ଡ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି କ୍ରମରେ ସାର୍‌ ରିଚାର୍ଡ...

ପୁଣି ଥରେ ପଦାରେ ପଡ଼ିଲା ଆରସିବିର ଦୁର୍ବଳତା

ଅହମ୍ମଦାବାଦ,୩୦।୪ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଦୁର୍ବଳତା ପୁଣି ଥରେ ପଦାରେ ପଡ଼ିଛି। ଟପ୍‌ ଅର୍ଡର ଉପରେ ହିଁ ଆର୍‌ସିବି ସମ୍ପୂର୍ଣ୍ଣ ନିର୍ଭରଶୀଳ। ଉପର...

ପୂର୍ବତନ ୟୁଫା ମୁଖ୍ୟଙ୍କୁ ପଚରାଉଚରା

ପ୍ୟାରିସ,୧୮।୬(ପିଟି)- ପୂର୍ବତନ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ ମୁଖ୍ୟ ମାଇକେଲ ପ୍ଲାଟିନିଙ୍କୁ ଫ୍ରାନ୍ସ ପୋଲିସ ଗିରଫ କରିବା ସହ କାତାରରେ ହେବାକୁ ଯାଉଥିବା ପରବର୍ତ୍ତୀ ଫିଫା ବିଶ୍ୱକପ୍‌...

ସୌରାଷ୍ଟ୍ର ରଣଜୀ ଚାମ୍ପିଅନ୍‌

କୋଲକାତା,୧୯।୨: ରଣଜୀ ଟ୍ରଫି ୨୦୨୩ର ଫାଇନାଲରେ ସୌରାଷ୍ଟ୍ର ବେଙ୍ଗଲକୁ ୯ ଉଇକେଟରେ ପରାସ୍ତ କରିଛି। ଏହା ସହିତ ଗତ ତିନି ସିଜିନରେ ଦ୍ୱିତୀୟ ଥର ପାଇଁ...

ଟସ୍‌ ପରେ ଜାଣିଶୁଣି ହୋଲ୍ଡରଙ୍କ ସହ ହାତ ମିଳାଇଲେ ଷ୍ଟୋକ୍ସ

ସାଉଥାମ୍ପଟନ, ୯।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ବୁଧବାରଠାରୁ ସ୍ଥାନୀୟ ରୋଜ୍‌ ବାଉଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏଥିସହ ଦୀର୍ଘ...

ହସ୍ପିଟାଲରେ ଗାଙ୍ଗୁଲି

କୋଲକାତା,୨୮।୧: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।...

ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟି-୨୦: ବର୍ଷା ସାଜିଛି ବାଧକ

ବେଙ୍ଗାଲୁରୁ,୧୯।୬: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚରେ ବର୍ଷା...

Advertisement
Archives

Model This Week