ଶିକ୍ଷାନୁଷ୍ଠାନରେ କମ୍‌ ତାଲିକାରେ ଅଧିକ ଶିକ୍ଷକ

ନାଉଗାଁ,୨।୪(ସ୍ବ.ପ୍ର.): ନାଉଗାଁରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ସମୁଦାୟ ୭୯ଟି ରହିଛି। ଏସବୁ ବିଦ୍ୟାଳୟ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା ଓ ମଧ୍ୟାହ୍ନଭୋଜନର ତଦାରଖ ପାଇଁ ୯ଟି କ୍ଲଷ୍ଟର ରହିଛି। ଏହି ୯ କ୍ଲଷ୍ଟରରେ ୯ ଜଣ ସିଆର୍‌ସିସି ନିଯୁକ୍ତ ହୋଇଛନ୍ତି। ଏସବୁ ବିଦ୍ୟାଳୟରେ ପିଲାସଂଖ୍ୟା ଅନୁସାରେ କେତେଜଣ ଶିକ୍ଷକ ରହିଛନ୍ତି ସେ ସମ୍ପର୍କରେ ଗତ ମାର୍ଚ୍ଚରେ ଏକ ତାଲିକା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଜିଲା ଶିକ୍ଷାଧିକାରୀଙ୍କ ଅଫିସ୍‌କୁ ପଠାଯାଇଛି। ଏଥିରେ ଭୁଲ୍‌ ତଥ୍ୟ ଦିଆଯାଇଥିବା ଜଣାପଡ଼ିଛି। ଏ ନେଇ ଗତ ୨୯ ମାର୍ଚ୍ଚ ୨୦୨୩ରେ ବାଲି ମଝିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା କମିଟି ସଭାପତି ଓ ଅଭିଭାବକମାନେ ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।
ଶିକ୍ଷା କମିଟି ସଭାପତି ପ୍ରଶାନ୍ତ ସାହୁ, ଆଲୋକ କୁମାର ଦାସ, ପ୍ରଫୁଲ୍ଲ ସାହୁ, ଅମିୟ ପୃଷ୍ଟି ଓ ନିରଞ୍ଜନ ପୃଷ୍ଟିଙ୍କ ଅଭିଯୋଗ ଅନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୬୦ରୁ ଊର୍ଦ୍ଧ୍ୱ ପିଲା ପାଠ ପଢ଼ନ୍ତି। ୭ ଶ୍ରେଣୀକୁ ୩ ଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଦୀର୍ଘଦିନ ହେବ ଛୁଟିରେ ରହିଛନ୍ତି। ପ୍ରଧାନ ଶିକ୍ଷକଙ୍କୁ ଛାଡ଼ି ଆଉ ଜଣେମାତ୍ର ସହକାରୀ ଶିକ୍ଷକ ରହିଛନ୍ତି। କିନ୍ତୁ ସରକାରଙ୍କ ଇ-ଡେସ୍‌ପାଚ୍‌କୁ ଅନୁଧ୍ୟାନ କଲେ ଉକ୍ତ ବିଦ୍ୟାଳୟରେ ୪ ଜଣ ଶିକ୍ଷକ ଥିବା ଦର୍ଶାଯାଇଛି। କେବଳ ବାଲି ମଝିପଡା ନୁହେଁ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଜିଲା ଶିକ୍ଷାଧିକାରୀଙ୍କୁ ପଠାଯାଇଥିବା ଇ-ଡେସ୍‌ପାଚ୍‌ ଚିଠି ସଂଖା ୪୨୮/୯ା୩ା୨୩ର ତାଲିକାରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ଦର୍ଶାଯାଇଛି। ନନ୍ଦିଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୯୪ ଜଣ ପିଲା ଥିବାବେଳେ ସେଠାରେ ୪ ଶିକ୍ଷକ ରହିଛନ୍ତି । କିନ୍ତୁ ତାଲିକାରେ ୬ ଜଣ ଶିକ୍ଷକ ଥିବା ଉଲ୍ଲେଖ ରହିଛି। ଭଟଣା ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୫୧ ଜଣ ପିଲାଙ୍କ ଲାଗି ୩ ଶିକ୍ଷକ ରହିଛନ୍ତି। କିନ୍ତୁ ତାଲିକାରେ ୫ ଶିକ୍ଷକ ଲେଖାଯାଇଛି। ପଞ୍ଚାୟତ ବାଣିପୀଠ ଜାମୁଦଣ୍ଡାରେ ୧ରୁ ୮ମ ପର୍ଯ୍ୟନ୍ତ ୮୦ ଜଣ ପିଲାଙ୍କୁ ୫ ଶିକ୍ଷକ ଥିବାବେଳେ ତାଲିକାରେ ୪ ଦର୍ଶାଯାଇଛି। ସେହିପରି ପଞ୍ଚାୟତିରାଜ ନୋଡାଲ ଉଚ୍ଚ ବିଦ୍ୟାଳୟ ଏରେଡ଼ାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୧୮୮ ଜଣ ପିଲାଙ୍କ ପାଇଁ ୧୦ ଶିକ୍ଷକ ଥିବାବେଳେ ତାଲିକାରେ କିନ୍ତୁ ୧୧ ଦର୍ଶାଯାଇଛି। ଏହି ବିଦ୍ୟାଳୟରେ ୧ମରୁ ୮ମ ପର୍ଯ୍ୟନ୍ତ ମାତ୍ର ୩ ଜଣ ଶିକ୍ଷକ ଥିବାବେଳେ ୯ମ ଓ ଦଶମ ୨ଟି ଶ୍ରେଣୀରେ ୭ ଜଣ ଶିକ୍ଷକ ରହିଛନ୍ତି। ଏଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କମ୍‌ସଂଖ୍ୟକ ଶିକ୍ଷକ ଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏଭଳି ସ୍ଥିତିରେ ବାସ୍ତବତା ଓ ପଠାଯାଇଥିବା ତାଲିକାରେ ତାଳମେଳ ରହୁ ନ ଥିବାରୁ ଅଧିକାଂଶ ସମୟରେ ପିଲାମାନେ ଅସୁବିଧାରେପଡ଼ୁଛନ୍ତି। ଅନେକ ବିଦ୍ୟାଳୟରେ ଶ୍ରେଣୀ ଅନୁସାରେ ଆବଶ୍ୟକ ଶିକ୍ଷକ ନ ଥିବାବେଳେ ଅଧିକ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ଫଳରେ ପିଲାମାନଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଭାବକମାନେ କହିଛନ୍ତି। ଶିକ୍ଷା ବିଭାଗ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବା ବେଳେ ଭୁଲ୍‌ ତଥ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷେ ବ୍ଲକ ଶିକ୍ଷାଧିକାରୀ ଏ ସମ୍ପର୍କରେ ଅବଗତ ନ ଥିବା ଜଣାପଡ଼ିଛି। ବ୍ଲକ ଶିକ୍ଷାଧିକାରୀ(ବିଇଓ)ମନୋରମା ରାଉତ କହିଛନ୍ତି, କେବେ ତାଲିକା ପଠାଯାଇଛି ତାହା ଦେଖିବାପରେ ଜଣାଇବେ ବୋଲି କହିଛନ୍ତି। ବିଇଓଙ୍କ କାର୍ଯ୍ୟାଳୟରୁ ଏହି ଚିଠି ହୋଇଥିବାବେଳେ ସେ କିପରି ଏ ବିଷୟରେ ଅବଗତ ନାହାନ୍ତି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ଭେଟିଲେ ରାସେଶ୍ୱରୀ, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri