ଶିକ୍ଷାନୁଷ୍ଠାନରେ କମ୍‌ ତାଲିକାରେ ଅଧିକ ଶିକ୍ଷକ

ନାଉଗାଁ,୨।୪(ସ୍ବ.ପ୍ର.): ନାଉଗାଁରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ସମୁଦାୟ ୭୯ଟି ରହିଛି। ଏସବୁ ବିଦ୍ୟାଳୟ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା ଓ ମଧ୍ୟାହ୍ନଭୋଜନର ତଦାରଖ ପାଇଁ ୯ଟି କ୍ଲଷ୍ଟର ରହିଛି। ଏହି ୯ କ୍ଲଷ୍ଟରରେ ୯ ଜଣ ସିଆର୍‌ସିସି ନିଯୁକ୍ତ ହୋଇଛନ୍ତି। ଏସବୁ ବିଦ୍ୟାଳୟରେ ପିଲାସଂଖ୍ୟା ଅନୁସାରେ କେତେଜଣ ଶିକ୍ଷକ ରହିଛନ୍ତି ସେ ସମ୍ପର୍କରେ ଗତ ମାର୍ଚ୍ଚରେ ଏକ ତାଲିକା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଜିଲା ଶିକ୍ଷାଧିକାରୀଙ୍କ ଅଫିସ୍‌କୁ ପଠାଯାଇଛି। ଏଥିରେ ଭୁଲ୍‌ ତଥ୍ୟ ଦିଆଯାଇଥିବା ଜଣାପଡ଼ିଛି। ଏ ନେଇ ଗତ ୨୯ ମାର୍ଚ୍ଚ ୨୦୨୩ରେ ବାଲି ମଝିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା କମିଟି ସଭାପତି ଓ ଅଭିଭାବକମାନେ ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।
ଶିକ୍ଷା କମିଟି ସଭାପତି ପ୍ରଶାନ୍ତ ସାହୁ, ଆଲୋକ କୁମାର ଦାସ, ପ୍ରଫୁଲ୍ଲ ସାହୁ, ଅମିୟ ପୃଷ୍ଟି ଓ ନିରଞ୍ଜନ ପୃଷ୍ଟିଙ୍କ ଅଭିଯୋଗ ଅନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୬୦ରୁ ଊର୍ଦ୍ଧ୍ୱ ପିଲା ପାଠ ପଢ଼ନ୍ତି। ୭ ଶ୍ରେଣୀକୁ ୩ ଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଦୀର୍ଘଦିନ ହେବ ଛୁଟିରେ ରହିଛନ୍ତି। ପ୍ରଧାନ ଶିକ୍ଷକଙ୍କୁ ଛାଡ଼ି ଆଉ ଜଣେମାତ୍ର ସହକାରୀ ଶିକ୍ଷକ ରହିଛନ୍ତି। କିନ୍ତୁ ସରକାରଙ୍କ ଇ-ଡେସ୍‌ପାଚ୍‌କୁ ଅନୁଧ୍ୟାନ କଲେ ଉକ୍ତ ବିଦ୍ୟାଳୟରେ ୪ ଜଣ ଶିକ୍ଷକ ଥିବା ଦର୍ଶାଯାଇଛି। କେବଳ ବାଲି ମଝିପଡା ନୁହେଁ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଜିଲା ଶିକ୍ଷାଧିକାରୀଙ୍କୁ ପଠାଯାଇଥିବା ଇ-ଡେସ୍‌ପାଚ୍‌ ଚିଠି ସଂଖା ୪୨୮/୯ା୩ା୨୩ର ତାଲିକାରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ଦର୍ଶାଯାଇଛି। ନନ୍ଦିଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୯୪ ଜଣ ପିଲା ଥିବାବେଳେ ସେଠାରେ ୪ ଶିକ୍ଷକ ରହିଛନ୍ତି । କିନ୍ତୁ ତାଲିକାରେ ୬ ଜଣ ଶିକ୍ଷକ ଥିବା ଉଲ୍ଲେଖ ରହିଛି। ଭଟଣା ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୫୧ ଜଣ ପିଲାଙ୍କ ଲାଗି ୩ ଶିକ୍ଷକ ରହିଛନ୍ତି। କିନ୍ତୁ ତାଲିକାରେ ୫ ଶିକ୍ଷକ ଲେଖାଯାଇଛି। ପଞ୍ଚାୟତ ବାଣିପୀଠ ଜାମୁଦଣ୍ଡାରେ ୧ରୁ ୮ମ ପର୍ଯ୍ୟନ୍ତ ୮୦ ଜଣ ପିଲାଙ୍କୁ ୫ ଶିକ୍ଷକ ଥିବାବେଳେ ତାଲିକାରେ ୪ ଦର୍ଶାଯାଇଛି। ସେହିପରି ପଞ୍ଚାୟତିରାଜ ନୋଡାଲ ଉଚ୍ଚ ବିଦ୍ୟାଳୟ ଏରେଡ଼ାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୧୮୮ ଜଣ ପିଲାଙ୍କ ପାଇଁ ୧୦ ଶିକ୍ଷକ ଥିବାବେଳେ ତାଲିକାରେ କିନ୍ତୁ ୧୧ ଦର୍ଶାଯାଇଛି। ଏହି ବିଦ୍ୟାଳୟରେ ୧ମରୁ ୮ମ ପର୍ଯ୍ୟନ୍ତ ମାତ୍ର ୩ ଜଣ ଶିକ୍ଷକ ଥିବାବେଳେ ୯ମ ଓ ଦଶମ ୨ଟି ଶ୍ରେଣୀରେ ୭ ଜଣ ଶିକ୍ଷକ ରହିଛନ୍ତି। ଏଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କମ୍‌ସଂଖ୍ୟକ ଶିକ୍ଷକ ଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏଭଳି ସ୍ଥିତିରେ ବାସ୍ତବତା ଓ ପଠାଯାଇଥିବା ତାଲିକାରେ ତାଳମେଳ ରହୁ ନ ଥିବାରୁ ଅଧିକାଂଶ ସମୟରେ ପିଲାମାନେ ଅସୁବିଧାରେପଡ଼ୁଛନ୍ତି। ଅନେକ ବିଦ୍ୟାଳୟରେ ଶ୍ରେଣୀ ଅନୁସାରେ ଆବଶ୍ୟକ ଶିକ୍ଷକ ନ ଥିବାବେଳେ ଅଧିକ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ଫଳରେ ପିଲାମାନଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଭାବକମାନେ କହିଛନ୍ତି। ଶିକ୍ଷା ବିଭାଗ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବା ବେଳେ ଭୁଲ୍‌ ତଥ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷେ ବ୍ଲକ ଶିକ୍ଷାଧିକାରୀ ଏ ସମ୍ପର୍କରେ ଅବଗତ ନ ଥିବା ଜଣାପଡ଼ିଛି। ବ୍ଲକ ଶିକ୍ଷାଧିକାରୀ(ବିଇଓ)ମନୋରମା ରାଉତ କହିଛନ୍ତି, କେବେ ତାଲିକା ପଠାଯାଇଛି ତାହା ଦେଖିବାପରେ ଜଣାଇବେ ବୋଲି କହିଛନ୍ତି। ବିଇଓଙ୍କ କାର୍ଯ୍ୟାଳୟରୁ ଏହି ଚିଠି ହୋଇଥିବାବେଳେ ସେ କିପରି ଏ ବିଷୟରେ ଅବଗତ ନାହାନ୍ତି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?