ହରିଡ଼ାପାଟୁରେ ଜ୍ୱର ଆତଙ୍କ: ୨୦ରୁ ଉର୍ଦ୍ଧ ବ୍ୟକ୍ତି ଆକ୍ରାନ୍ତ, ତୁରନ୍ତ ଚିକିତ୍ସା ପାଇଁ ଦାବି…

ପାତ୍ରପୁର, ୬।୧୧(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ଆଦିବାସୀ ଅଧୁଷିତ ବୁରାତାଲ ପଂଚାୟତ ହରିଡ଼ାପାଟୁ ଗ୍ରାମରେ ଦଶ ଦିନ ହେଲା ଜ୍ୱର ଆତଙ୍କ ଦେଖାଦେଥିବା ଅଭିଯୋଗ ହୋଇଛିି । ଗ୍ରାମରେ ପ୍ରଥମେ କିଛି ବ୍ୟକ୍ତିଙ୍କୁ ଥଣ୍ଡା, କାଶ ସହ ଜ୍ୱର ହୋଇଥିବା ବେଳେ ଏବେ ଗ୍ରାମର ଟୁଡୁକା ନାୟକ, ଜାଗିଲି ନାୟକ, ରାଧା ନାୟକ, ଗୌରୀ ନାୟକ, ଗୀତା ନାୟକ, ଚୈତନ୍ୟ ନାୟକ, ରଜନୀ ନାୟକ, ମାର୍କଣ୍ଡ ନାୟକ, ମାଳତୀ ନାୟକ, ମୁନା ନାୟକ, ସମ୍ବାରି ନାୟକ, ଅର୍ଜୁନ ନାୟକ, ଶ୍ରୀମତୀ ନାୟକ, ଦେବାଶିଷ ନାୟକ, ମଙ୍ଗଳା ନାୟକ ପ୍ରମୁଖ ବ୍ୟକ୍ତିଙ୍କୁ ଜ୍ୱର, ଥଣ୍ଡା, କାଶ ହୋଇଥିବା ଜଣାପଡ଼ିଛି । ଗ୍ରାମକୁ ଯିବା ପାଇଁ ରାସ୍ତା ଭଲ ନଥିବା ବେଳେ ଚିକିତ୍ସା ପାଇଁ ବୋହି ଆଣିବାରେ ଅସୁବିଧା ହେଉଛି ସ୍ୱାସ୍ଥ୍ୟ କର୍ମୀ ଗ୍ରାମରେ ପହଞ୍ଚି ଚିକିତ୍ସା କଲେ ବିଶେଷ ଉପକୃତ ହେବେ ବୋଲି ଆଦିବାସୀମାନେ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ କି, ବୁରାତାଲ ପଞ୍ଚାୟତ ଅଧିନ ହରିଡ଼ାପାଟୁ ଗ୍ରାମଟି ପାହାଡ଼ ଉପରେ ରହୁଥିବା ବେଳେ ସେଠାରେ ପ୍ରାୟ ୩୫ରୁ ଉର୍ଦ୍ଧ ପରିବାର ବସବାସ କରୁଥିଲେ । ଗତ ତିତଲି ବାତ୍ୟା ପରେ ହରିଡ଼ାପାଟୁର ପ୍ରାୟ ବାର ପରିବାର ଧାଡ଼ିଆମ୍ବ ନିକଟ ପାହାଡ଼ ତଳେ ଆସି ବସବାସ କରୁଛନ୍ତି । ତୁରନ୍ତ ଗ୍ରାମରେ ଡ଼ାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା କରାଇବା ପାଇଁ ଦାବି ହୋଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

‘ପାଠ ପଢ଼ି ମାର୍କ ଆଣିବା ଚିନ୍ତାରୁ ବାହାରି ଗବେଷଣା କରିବା ଜରୁରୀ’

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହ ଯୁକ୍ତ…

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

ସ୍ବାସ୍ଥ୍ୟ ପାଇଁ ବିପଦ ସାଜିଛି ସାର-ଔଷଧ, ଜୈବିକ ସାର ପ୍ରୟୋଗ କରି…

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କଲ୍ୟାଣ ମଣ୍ଡପରେ ବୁଧବାର ଅନନ୍ୟା ଜୈବିକ ପନିପରିବା ଓ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥରସନ୍ଧିରେ ମୁଣ୍ଡ ପଶି…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଛନ୍ତି। ପଥରସନ୍ଧିରେ…

ପେଟ୍ରୋଲ, ଡିଜେଲ ଅଭାବ: ଲୋକଙ୍କ ଲମ୍ବା ଧାଡ଼ି

ନବରଙ୍ଗପୁର,୬।୫(ସଦାଶିବ ପ୍ରହରାଜ): ପେଟ୍ରୋଲ ଓ ଡିଜେଲ ଆଧୁନିକ ଜୀବନର ମୂଳ ଶକ୍ତିସ୍ରୋତ। ଏହାର ଅଭାବ କେବଳ ଯାତାୟାତକୁ ନୁହେଁ, ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଦୈନିକ…

ଜନଆକ୍ରୋଶ ସମାବେଶରେ ହଜାର ହଜାର ମହିଳା ହେଲେ ଏକଜୁଟ୍‌

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): ଭାଜପା ତରଫରୁ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ରେ ଜନଆକ୍ରୋଶ ମହିଳା ସମାବେଶ ବୁଧବାର ଅନୁଷ୍ଠିତ ହୋଇଛି।…

ଜନଗଣନାରେ ସାମିଲ ହେଲେ ଜିଲାପାଳ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ)-ରାଜ୍ୟରେ ଗତ ଏପ୍ରିଲ ୧୫ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖରେ ଏହା ଶେଷ ହେବ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri