ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଲୋହରାଯୋର ଗ୍ରାମରେ ଚଳିତ ବର୍ଷ ଅପୂର୍ବ ଉତ୍ସାହର ସହ ରଜ ପର୍ବ ପାଳନ କରାଯାଇଛି। କଳାକ୍ଷେତ୍ର ଓଡ଼ିଶା ଓ କଳାକ୍ଷେତ୍ର ଗ୍ରାମ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଦୁର୍ଗମ ଅଞ୍ଚଳରେ ‘ରାଜ୍ୟସ୍ତରୀୟ ଲୋକକଳା ଦିବସ’ ଓ ‘ରଜ ମହୋତ୍ସବ’ର ସଫଳ ଆୟୋଜନ କରାଯାଇଛି। ଏହି ଭବ୍ୟ ମହୋତ୍ସବରେ ଲାଞ୍ଜିଗଡ଼ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିସାରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ସ୍ଥାନୀୟ ମହିଳା ଓ ଯୁବତୀମାନଙ୍କ ସହ ରଜଦୋଳି ଝୁଲିବା ସହ ପର୍ବର ଭରପୂର ଆନନ୍ଦ ନେଇଥିଲେ।

ଗ୍ରାମର ମହିଳା ଓ ଯୁବତୀମାନେ ନୂତନ ବସ୍ତ୍ର ପରିଧାନ କରିବା ସହ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ। ସମସ୍ତେ ମିଶି ଦୋଳି ଖେଳିବା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ରଜ ପାଳନ କମିଟି ଏବଂ କୃତି ପ୍ରତିଯୋଗୀ ଝିଅମାନଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।

ଏହି ମହୋତ୍ସବର ଏକ ନିଆରା ଦିଗ ଥିଲା ବିଭିନ୍ନ ରାଜନୈତିକ ଦଳର ଏକତ୍ରୀକରଣ। ଦଳୀୟ ଆଭିମୁଖ୍ୟ ଭୁଲି ବିଜେଡି, BJP ଏବଂ କଂଗ୍ରେସର ଅନେକ ବରିଷ୍ଠ କର୍ମକର୍ତ୍ତା ଓ ନେତୃବୃନ୍ଦ ଏକାଠି ଏହି ଲୋକପର୍ବରେ ସାମିଲ ହୋଇଥିଲେ। ଜନପ୍ରତିନିଧି ଏବଂ ରାଜନେତାମାନେ ଏଭଳି ପର୍ବରେ ଯୋଗଦେବା ଦ୍ୱାରା ସାଧାରଣ ଜନତାଙ୍କ ସହ ସେମାନଙ୍କ ସାଂସ୍କୃତିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ କଳାକ୍ଷେତ୍ର ଜିଲା ଶାଖାର ମୁଖ୍ୟ ଉପଦେଷ୍ଟା ଡ଼ଃ. ଅଜୟ କୁମାର ମିଶ୍ର, ଜିଲା ସଂଯୋଜକ କରୁଣାକର ଦାସ, ସହ-ସଂଯୋଜକ ଅଜିତ କୁମାର ଦୁର୍ଗା, ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଏବଂ ସମଗୁଡ଼ାଠାରେ ପରମେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ପ୍ରସିଦ୍ଧ ଘୁମୁରା ଗୁରୁ କୈଳାଶ ଚନ୍ଦ୍ର ନାଏକ ଓ ସଂକୀର୍ତ୍ତନ ଗୁରୁ ଡମ୍ବରୁଧର ମହାଲିକ ମଧ୍ୟ ଗରିମାମୟ ଉପସ୍ଥିତି ଜାହିର କରିଥିଲେ।

ଆଦିବାସୀ ସଂସ୍କୃତି ମଧ୍ୟରେ ଓଡ଼ିଆ ଲୋକପରମ୍ପରାର ଏହି ମିଶ୍ରଣ ଏକ ନୂତନ ସାଂସ୍କୃତିକ ସେତୁ ସଦୃଶ ହୋଇଛି। ଗତ କିଛି ବର୍ଷ ହେବ ଏହି ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ରଜ ପର୍ବକୁ ନେଇ ବ୍ୟାପକ ଉତ୍ସାହ ପ୍ରକାଶ ପାଉଛି। ରଜ ଏବେ କେବଳ ଏକ ପରମ୍ପରା ହୋଇ ରହିନାହିଁ, ବରଂ ଦୁର୍ଗମ ଅଞ୍ଚଳରେ ଏହା ସାମାଜିକ ସଂହତି ଓ ସାଂସ୍କୃତିକ ଆଦାନ-ପ୍ରଦାନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

ମୋହନା,୧୭।୯(ମନ୍ମଥ ମିଶ୍ର): ସ୍କୁଟିରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ । ପୋଲିସ ଚେକିଂ ବେଳେ ଧରାପଡ଼ିଲା ଚାଲାଣକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ…

ସ୍ବାମୀଙ୍କୁ ପିଟିଦେଲା ବାଇକ୍‌, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…

କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା…

ଓରାଙ୍ଗ୍‌ଉଟାନଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍; ୩ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର/ବାରଙ୍ଗ,୧୭।୯(ବନ୍ଦନା ସେଠୀ/ଲିଙ୍ଗରାଜ ରାଉତ): ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ୫ଟି ଶାବକ ଓରାଙ୍ଗ୍‌ଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ…

ପ୍ରଶଂସା ସାଉଁଟିଛନ୍ତି ପୁରୁଷୋତ୍ତମପୁର ସବ୍‌ଇନ୍ସପେକ୍ଟର , ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଆଜି…

ପୁରୁଷୋତ୍ତମପୁର,୧୭ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ସିନିୟର ସବଇନ୍ସପେକ୍ଟର ସୁଶାନ୍ତ କୁମାର ମିଶ୍ରଙ୍କ ବଦଳି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଆଇ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

ପୂଜା ମଣ୍ଡପରେ ପୂର୍ବତନ ବିଧାୟକ, ଯୁବଗୋଷ୍ଠୀଙ୍କୁ ଭେଟି…

ଗଞ୍ଜାମ,୧୭ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସାହିରେ ଧୂମ୍‌ଧାମରେ ଚାଲିଛି ଅଗ୍ର୍ୟ ପୂଜ୍ୟ ଗଜାନନଙ୍କ ପୂଜା। ଆକର୍ଷଣୀୟ ମେଢ଼ ଅତ୍ୟାଧୁନିକ ଆଲୋକ ମାଳାରେ ସହର ଝଲସି ଉଠୁଛି।…

ହୃଦ୍‌ଘାତରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

ଭବାନୀପାଟଣା,୧୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଭୋଇ (୬୩)ଙ୍କ ବୁଧବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?