ଆଜିଠାରୁ ଆରମ୍ଭ ହେବ ‘ଏକାମ୍ର ଉତ୍ସବ’

ଭୁବନେଶ୍ୱର, ୫।୧ (ବନ୍ଦନା ସେଠୀ)- ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ‘ଏକାମ୍ର ଉତ୍ସବ’ ଅନୁଷ୍ଠିତ ହେବ। ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏନେଇ ଉତ୍ସବକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଥିବାବେଳେ ପାର୍କ ଉତ୍ସବ, ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ, ଫ୍ଲି ମାର୍କେଟ ଏବଂ ଏକାମ୍ର ୱାକ୍ସ ଭଳି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବିଡିଏ ପକ୍ଷରୁ ଶନିବାର କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏହି କ୍ରମରେ ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଖାଦ୍ୟ ମହୋତ୍ସବ ଆୟୋଜିତ ହେବ। ମହୋତ୍ସବରେ ଓଡିଆ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଏବଂ ଆନ୍ତର୍ଜାତୀୟ ଖାଦ୍ୟର ଷ୍ଟଲ ପଡିବ। ଏଥିରେ ବିଭିନ୍ନ ରକମର ଖାଦ୍ୟ ସାମଗ୍ରୀ ସହ ସ୍ବାଦିଷ୍ଟ ବ୍ୟଞ୍ଜନ ଉପଲବ୍ଧ ହେବ। ସେହିପରି ଜାନୁଆରୀ ୫ରୁ ୧୨ପର୍ଯ୍ୟନ୍ତ ମଧୁସୂଦନ ପାର୍କ, ଇନ୍ଦିରାଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲକଲାମ ପାର୍କରେ ଏହି ଉତ୍ସବ ଆୟୋଜିତ ହେବ। ସକାଳ ୬ଟା ୩୦ରୁ ୯ଟା ପର୍ଯ୍ୟନ୍ତ ମାନସିକ ଓ ଶାରୀରିକ ସୁସ୍ଥତା ନେଇ ଯୋଗ, ଜୁମ୍ବା ଭଳି ଶାରୀରିକ ବ୍ୟାୟାମ ଓ ସ୍ବାସ୍ଥ୍ୟ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସାଂସ୍କୃତିକ ତଥା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଓଡ଼ିଶାର ଲୋକକଳା, ଓଲିଉଡ଼ ସେଲିବ୍ରିଟିଙ୍କ ସହ ଆଳାପ ଏବଂ ପେପର କ୍ରାଫ୍ଟ, ମ୍ୟାଜିକ ସୋ, ୱେଷ୍ଟ ଟୁ ବେଷ୍ଟ ଭଳି ନାନା କାର୍ଯ୍ୟଶାଳାମାନ ଆୟୋଜିତ ହେବ। ଏଥିସହ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ଲାଇଭ୍‌ ସଙ୍ଗୀତ ପରିବେଷଣ କରାଯିବ।
ଏହାବାଦ୍‌ ନଗରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏଜି ଛକରୁ କଳ୍ପନା ଛକ, ଏଜି ଛକରୁ ରାଜଭବନ ଛକ, ଏଜି ଛକରୁ ହାଉସିଂ ବୋର୍ଡ ଛକ, ରାଜଭବନ ଛକରୁ ଏକ୍ସଆଇଏମ୍‌ବି ଛକ, ଇନଷ୍ଟିଚ୍ୟୁଟ୍‌ ଅଫ ଇଞ୍ଜିନିୟର୍ସ ପାର୍ଶ୍ୱ ରାସ୍ତାରୁ ହାଉସିଂ ବୋର୍ଡ ଛକ, ଜନପଥ ଓ ମଧୁସୂଦନ ମାର୍ଗ ଭଳି ପ୍ରମୁଖ ରାସ୍ତାଗୁଡ଼ିକ ଝିକିମିକି ଆଲୋକରେ ଝଲସିବ। ୫ରୁ ଜାନୁୟାରୀ ୧୬ପର୍ଯ୍ୟନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ରହିବା ସହ ଏହା ପ୍ରଭାସୀ ଭାରତୀୟ ଦିବସ ୨୦୨୫ ପାଇଁ ଏକ ଅନନ୍ୟ ପରିବେଶ ସୃଷ୍ଟି କରିବ। ଉତ୍ସବର ଅନ୍ୟ ଏକ ଆକର୍ଷଣ ସାଜିବ ଫ୍ଲି ମାର୍କେଟ। ଜାନୁଆରୀ ୧୬ ଯାଏଁ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ବଜାର ଖୋଲିବ। ପରିଦର୍ଶକମାନେ ଟ୍ରେଣ୍ଡରେ ଥିବା ପୋଷାକ, ଫୁଟୱେର ଏବଂ ଆନ୍ୟନ୍ୟ ଆସବାବପତ୍ର, ଅନନ୍ୟ ହସ୍ତତନ୍ତ ଘର ସଜ୍ଜା ସାମଗ୍ରୀ ଆଦି ଏଠାରେ କିଣିପାରିବେ। ଏଥିସହ ମନୋରଞ୍ଜନ ନେଇ କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ମଞ୍ଚ ଶୋ କରାଯିବ। ଉତ୍ସବର ଅନ୍ୟତମ ଅଂଶ ଭାବେ ‘ଏକାମ୍ର ୱାକ୍‌ସ’ ୨୦୨୪ ଡିସେମ୍ବର ୨୫ରୁ ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି। ସମ୍ମିଳନୀରେ ବିଡିଏ ଭିସି ଏନ୍‌. ଥିରୁମାଲା ନାୟକ, ସେକ୍ରେଟାରୀ ସ୍ନିଗ୍ଧା ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌: ଆଇନ ମନ୍ତ୍ରୀ କହୁକହୁ କହିଦେଲେ ପୂର୍ବ ସରକାରର

ଭୁବନେଶ୍ୱର,୧୩।୧:ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌ ନିଷ୍ପତ୍ତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ୧୯୭୫ରୁ ୧୯୭୭ ମଧ୍ୟରେ ବହୁ ଲୋକ...

ଭୁବନେଶ୍ବର ଯାଆଁଳା ଫାଣ୍ଡି ପାଖରେ ଦୁର୍ଘଟଣା; ୨ ମୃତ

ଭୁବନେଶ୍ୱର, ୧୩।୧: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପାଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ...

ଧରାପଡ଼ିଲା ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇର ସତ :ଜର୍ମାନୀରୁ ମାଲେସିଆ ଦେଇ ଆସିଥିଲା ଭାରତ

ଭୁବନେଶ୍ୱର,୧୩।୧: ଭୁବନେଶ୍ବର ବିମାନ ବନ୍ଦରରୁ ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇ ଜବତ ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚୋରା ଚାଲାଣ ପଛରେ ବଡ଼...

Ayushman Bharat Scheme: ପ୍ରତି ପରିବାରକୁ ମିଳିବ ୫ଲକ୍ଷ, ମହିଳାଙ୍କୁ…ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର,୧୩।୧: ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।...

ଓଡ଼ିଶାରେ ଆୟୁଷ୍ମାନ ପାଇଁ MoU, ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସୁବିଧା

ଭୁବନେଶ୍ୱର,୧୩।୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ MoU। ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ MoU ହୋଇଛି। ତେବେ...

ଜଗନ୍ନଥଙ୍କ ପ୍ରଶ୍ନବାଣ ପରେ ଉତ୍ତର ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ, କହିଲେ ଯାହାର ଖାଇବାକୁ ଇଚ୍ଛା ହେବ ସେ…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବିଜେଡିକୁ ଟାର୍ଗେଟ କରି...

ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି। ସେ...

ରଘୁବର ଯଦି ଲୋକଙ୍କ ରାଜ୍ୟପାଳ ଥିଲେ ତଡ଼ିଲ କାହିଁକି?

ନୟାଗଡ଼,୧୩।୧(ଲୋକନାଥ ମିଶ୍ର): ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡରେ ଭାଜପାରେ ସାମିଲ ହେବା ପରେ ନୟାଗଡ଼ ବିଧାୟକ ଅରୁଣ ସାହୁ ତାଙ୍କୁ ଟାର୍ଗେଟ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri