Posted inରାଜ୍ୟ

ସାର, କୀଟନାଶକ, ବିହନରେ ଠକେଇ: କ୍ଷତି ସହୁଛି ଚାଷୀ, କମ୍ପାନୀ କର୍ତ୍ତୃପକ୍ଷ ଚୁପ୍‌

ବରଗଡ଼ ଅଫିସ୍‌,୪।୧: ବରଗଡ଼ ଜିଲାରେ ଅସଲି ବ୍ରାଣ୍ଡ୍‌ ଆଳରେ ନକଲି କାରବାର ଚାଲିଛି। ସାର, ବିହନ, କୀଟନାଶକକୁ ଅସଲି ବ୍ରାଣ୍ଡ୍‌ ଦର୍ଶାଇ ବିଭିନ୍ନ କମ୍ପାନୀ ଏଭଳି କାରବାର କରୁଛନ୍ତି । ପୂର୍ବରୁ ନିମ୍ନମାନର ବିହନ, କୀଟନାଶକ, ସାର ପ୍ରୟୋଗ କରି ଜିଲାର ଚାଷୀମାନେ କ୍ଷତି ସହିଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ନକଲି କମ୍ପାନୀ ଜିଲାରେ କାୟା ବିସ୍ତାର କରିଥିବାରୁ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଜିଲାରେ ରବିଋତୁରେ ୭୯ହଜାର ୬୦ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ଏଥିପାଇଁ ୮ହଜାର ଲିଟର କୀଟନାଶକ ଏବଂ ୧ହଜାର କୁଇଣ୍ଟାଲ ବିହନ ଦରକାର। ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଉତ୍ତମ ଗୁଣମାନର ସାର, ବିହନ, କୀଟନାଶକ ଯୋଗାଇବା ପାଇଁ ଜିଲାରେ ଲାଇସେନ୍ସପ୍ରାପ୍ତ ୪୭୧ଜଣ ସାର ବିକ୍ରେତା, ୫୨୬ଜଣ କୀଟନାଶକ ବିକ୍ରେତା ଏବଂ ୩୬୩ଜଣ ବିହନ ବିକ୍ରେତା ରହିଛନ୍ତି। ହେଲେ ବିଭିନ୍ନ କମ୍ପାନୀର କର୍ମଚାରୀ ରବିଚାଷ ଆରମ୍ଭରୁ ଚାଷୀଙ୍କୁ ପ୍ରଲୋଭନ ଦେଖାଇ ନକଲି ସାର, କୀଟନାଶକ, ବିହନ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଗତ ୩୧ତାରିଖରେ ବରଗଡ଼ରେ ଜିଲାରେ ଏକ ନାମୀଦାମୀ କମ୍ପାନୀର ବ୍ରାଣ୍ଡ୍‌ ବ୍ୟବହାର କରି କିଛି ଅସାଧୁ ବ୍ୟବସାୟୀ ନକଲି କୀଟନାଶକ ବିକ୍ରି କରୁଥିବା ବେଳେ ଧରାପଡ଼ିଛନ୍ତି। ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ରହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେ ନେଇ ପୋଲିସରେ କୌଣସି ଏତଲା ଦିଆଯାଇନାହିଁ। ଏଥିରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ସମ୍ପୃକ୍ତ କମ୍ପାନୀର କର୍ମଚାରୀ ବି.ବି ରେଡ୍ଡୀ କହିଛନ୍ତି, ସେ ବରଗଡ଼ ଏବଂ ସମ୍ବଲପୁର ଜିଲା ଦାୟିତ୍ୱରେ ରହିଛନ୍ତି। ଗତ ଦୁଇଦିନ ତଳେ ସେ ପରିଦର୍ଶନରେ ଆସିଥିବାବେଳେ ସେଭଳି ନକଲି କାରବାର ତାଙ୍କ ଦୃଷ୍ଟିକୁ ଆସିଥିଲା ଏବଂ ଗତବର୍ଷ ମଧ୍ୟ ଏଭଳି ନକଲି କାରବାର ହୋଇଥିଲା ବୋଲି ରେଡ୍ଡୀ କହିଛନ୍ତି। ଅନ୍ୟପଟେ ସୋମବାର ସମ୍ପୃକ୍ତ କମ୍ପାନୀର କର୍ମଚାରୀ ଅତାବିରା ଅଞ୍ଚଳର କୀଟନାଶକ ବିକ୍ରେତା ଏବଂ କିଛି ଚାଷୀଙ୍କୁ ନେଇ ବରଗଡ଼ ଜିଲାପାଳଙ୍କ ଅଫିସକୁ ଆସିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ଏ ନେଇ ପୋଲିସରେ ଏତଲା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଖବର ଲେଖାହେବା ସୁଦ୍ଧା ସମ୍ପୃକ୍ତ କମ୍ପାନୀ କର୍ମଚାରୀ ବରଗଡ଼ ଟାଉନ ଥାନାରେ ଏତଲା ଦେଇ ନ ଥିବା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି। ଏ ସମ୍ପର୍କରେ ବରଗଡ଼ ମୁଖ୍ୟ ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କୁ ପଚାରିବାରୁ ସେ କହିଥିଲେ, ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଅଭିଯୋଗ ମିଳିନାହିଁ। ପୂର୍ବରୁ ଯେଉଁ ଅଭିଯୋଗ ଆସିଥିଲା, ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ ସାର, ବିହନ, କୀଟନାଶକ କିଣିବା ପରେ ବିଲ୍‌, ରସିଦ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?