Posted inଖେଳ

ଫର୍ମୁଲାଓ୍ବାନ: ରେନଲ୍ଟକୁ ଫେରିବେ ଆଲୋଁସୋ

ସ୍ପେଲବର୍ଗ, ୯ା୭(ଏପି)- ଫର୍ମୁଲାଓ୍ବାନ ମୋଟରରେସିଂର ପୂର୍ବତନ ବିଶ୍ୱ ଚାମ୍ପିୟନ ଫର୍ନାଣ୍ଡୋ ଆଲୋଁସୋ ଆସନ୍ତା ସିଜନରେ ରେନଲ୍ଟ ଟିମ୍‌କୁ ଫେରିବେ। ଶେଷଥରପାଇଁ ୨୦୧୮ ସିଜନରେ ସେ ମ୍ୟାକଲରେନ ଡ୍ରାଇଭ୍‌ କରିଥିଲେ। ଏହି ସିଜନ ଶେଷରେ ସେ ମ୍ୟାକଲରେନ ଓ ଫର୍ମୁଲାଓ୍ବାନରୁ ଓହରି ଆସିଥିଲେ। ୨୦୧୮-୧୯ ସିଜନରେ ସେ ଏଫଆଇଏ ଓ୍ବାଲର୍‌ଡ ଏଣ୍ଡୁରାନ୍ସ ଚାମ୍ପିୟନଶିପ୍‌ କ୍ୟାରିୟର ଆରମ୍ଭ କରିଥିଲେ। ୨୦୨୨ ଫର୍ମୁଲାଓ୍ବାନ ସିଜନରେ ଡାନିଏଲ ରିକାର୍ଡୋଙ୍କ ସ୍ଥାନରେ ୩୮ ବର୍ଷୀୟ ଆଲୋଁସୋ ରେନଲ୍ଟରେ ସାମିଲ ହେବେ ବୋଲି ଫ୍ରେଞ୍ଚ୍‌ ନିର୍ମାତା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ରିକାର୍ଡୋ ଆସନ୍ତା ସିଜନୀରୁ ମ୍ୟାକଲରେନରେ ଯୋଗଦେବେ। ଗତ ସିଜନରେ ଫର୍ମୁଲାଓ୍ବାନରେ ରେନଲ୍ଟ ପଏଣ୍ଟ ପାଇଁ ସଂଘର୍ଷ କରୁଥିବା ପରିଲକ୍ଷିତ ହୋଇଥିଲା। ଆଲୋଁସୋ ରେନଲ୍ଟ ଡ୍ରାଇଭ୍‌ କରି କ୍ୟାରିୟରରେ ୨ ଥର ୨୦୦୫ ଓ ୨୦୦୬ରେ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଛନ୍ତି। ତେବେ ଏକାଧିକ ସିଜନରେ ସେ କାହିଁକି ଏହାଠାରୁ ଦୂରରେ ରହିଥିଲେ ସେ ସମ୍ପର୍କରେ ରେନଲ୍ଟ ପକ୍ଷରୁ କିଛି ପ୍ରକାଶ କରାଯାଇନାହିଁ। ଫର୍ମୁଲାଓ୍ବାନ ମୋଟରରେସିଂ କ୍ୟାରିୟରରେ ଆଲୋଁସୋ ୩୨ଟି ରେସ୍‌ ଜିତିଛନ୍ତି। ନିଜ ସମୟରେ ସେ ୬ ଥର ଚାମ୍ପିୟନ ଲୁଇସ ହାମିଲଟନଙ୍କ ସହ ପ୍ରତିଭାବାନ୍‌ ଡ୍ରାଇଭର ବିବେଚିତ ହେଉଛନ୍ତି। ଆସନ୍ତା ବର୍ଷ ଆଲୋଁସୋଙ୍କ ସହ ୨୩ ବର୍ଷୀୟ ଫ୍ରେଞ୍ଚ୍‌ ଡ୍ରାଇଭର ଏଷ୍ଟାବେନ ଓକନ ରେନଲ୍ଟ ଡ୍ରାଇଭ୍‌ କରିବେ। ” ରେନଲ୍ଟ ଟିମ୍‌କୁ ଫେରିବା ମୋ ପାଇଁ ଗର୍ବ ଏବଂ ଭାବପ୍ରବଣର ବିଷୟ। ଏହିଠାରୁ ହିଁ ମୋ କ୍ୟାରିୟର ଆରମ୍ଭ ହୋଇଥିଲା“ ବୋଲି ଆଲୋଁସୋ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡିଆରେ ଭାଙ୍ଗ୍‌ଡା ନାଚିଲେ କୋହଲି: ଜାଣନ୍ତୁ କାହିଁକି

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଉପରେ କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ଭାରୀ ପଡିଛି। କିୱି ବୋଲରମାନେ...

ଏଫ୍‌ସି ଗୋଆ ସହ ଆହୁରି ୨ବର୍ଷ ରହିବେ ବେଡିଆ

ପଣଜୀ, ୯ା୬ (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ଏଫ୍‌ସି ଗୋଆ ଏଡୁ ବେଡିଆଙ୍କ ସହ ଚୁକ୍ତି ନବୀକରଣ କରିଛି। ଫଳରେ ଏହି ସ୍ପେନ୍‌ ଫୁଟ୍‌ବଲର...

ଆଇପିଏଲ୍‌ ମ୍ୟାଚ୍‌ ସଂଖ୍ୟା ହ୍ରାସ ହେବ

ମୁମ୍ବାଇ,୧୫।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ୮ଟି ଦଳ ତଥା ଫ୍ରାଞ୍ଚାଇଜ୍‌...

ଚଳିତବର୍ଷ ଭାରତୀୟ ଖେଳ ଜଗତରେ ସର୍ବାଧିକ ପସନ୍ଦର ଟୁଇଟ୍‌: ଜାଣନ୍ତୁ କେଉଁ ଖେଳାଳି କରିଥିଲେ ଏହି ଟୁଇଟ୍‌

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନ ଥାନ୍ତି। ସେ ତାଙ୍କର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ...

ନମ୍ବର ୧ ହେଲା ଭାରତ

ଅହମଦାବାଦ,୨୬।୨: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୧୦ ଉଇକେଟରେ ହରାଇ ଚାରିମ୍ୟାଚ...

ଏକଦିବସୀୟ କ୍ରିକେଟରରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ସବୁ ବୋଲରଙ୍କଙ୍କ ସ୍ବପ୍ନ ଥାଏ। ଏକଦିବସୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୪୯ଟି ହ୍ୟାଟ୍ରିକ ହୋଇଛି। ପ୍ରଥମ ହ୍ୟାଟ୍ରିକ ବେଶ୍‌ ରୋଚକ ଥିଲା। ସାଧାରଣତଃ...

ଅନୁଷ୍କା ମା’ ହେବା କଥା ଜାଣି ଦେଡଶୂର କହିଲେ ଏମିତି କଥା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ସସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି। ୨୦୨୧ ଜାନୁୟାରୀ...

ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ : ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୨୦।୧: କୋଭିଡ୍‌-୧୯ ମହାମାରୀ କାରଣରୁ ଦେଶରେ କୌଣସି ପ୍ରକାର କ୍ରିକେଟ ଇଭେଣ୍ଟ ଅନୁଷ୍ଠିତ ହୋଇନାହିଁ। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ବାତିଲ ହେବା ପରେ...

Advertisement


Archives

Model This Week