Posted inଜାତୀୟ

ପାକ୍‌ ବାନ୍ଧବୀଙ୍କ ଲାଗି ଫସିଲେ

ନୂଆଦିଲ୍ଲୀ,୧୮।୭: ଭାରତ-ପାକିସ୍ତାନ ସୀମାନ୍ତରୁ ଜଣେ ମହାରାଷ୍ଟ୍ରର ଯୁବକଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଜଣେ ବାନ୍ଧବୀଙ୍କୁ ଦେଖାକରିବା ଲାଗି ସେ ଗୁଜରାଟର କଚ୍ଛ ଦେଇ ପାକିସ୍ତାନ ଯାଉଥିବାବେଳେ ବିଏସ୍‌ଏଫ୍‌ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରର ଓସ୍‌ମାନାବାଦ ନିବାସୀ ସିଦ୍ଦିକ ମହମ୍ମଦ ଜିଶାନ ଫେସ୍‌ବୁକ ଓ ହ୍ବାଟ୍ସଆପ୍‌ ଜରିଆରେ ସମ୍ପର୍କ ରଖିବା ସହ ବାନ୍ଧବୀଙ୍କୁ ଦେଖାକରିବା ଲାଗି ଦୀର୍ଘ ୧୨ ଶହ କି.ମି. ଅତିକ୍ରମ କରିଥିଲେ। କରାଚୀ ଅନ୍ତର୍ଗତ ଶାହା ଫୈଜଲରେ ବାନ୍ଧବୀଙ୍କ ଘର। ଗୁଗଲ ମ୍ୟାପ୍‌ ଜରିଆରେ ସେ ତାଙ୍କ ଘରେ ପହଞ୍ଚିବା ଲାଗି ଆଶା ରଖିଥିଲେ। କଚ୍ଛର ରନରେ ବିଏସ୍‌ଏଫ୍‌ ପକ୍ଷରୁ ସିଦ୍ଦିକଙ୍କୁ ଗିରଫ କରାଯିବା ପରେ ତାଙ୍କଠାରୁ ଏଟିଏମ୍‌ କାର୍ଡ, ପାନ୍‌ କାର୍ଡ, ଆଧାର କାର୍ଡ ଆଦି ଜବତ କରାଯାଇଛି। ପାକ୍‌ ସୀମା ନିକଟରେ ପହଞ୍ଚିବା ଲାଗି ସେ ଘରୁ ଏକ ବାଇକ୍‌ରେ ଆସିଥିଲେ। ମହାରାଷ୍ଟ୍ର ପୋଲିସର ଏକ ନିଖୋଜ ମାମଲା ସମ୍ପର୍କରେ ବିଏସ୍‌ଏଫ୍‌କୁ ଅବଗତ କରାଯିବା ପରେ େaମାବାଇଲ ଫୋନ୍‌ ଟ୍ରାକିଂକରି ସିଦ୍ଦିକଙ୍କୁ ସୀମାରୁ ଗିରଫ କରାଯାଇଥିଲା। ଅଧିକ ଅନୁସନ୍ଧାନ ଲାଗି ଗିରଫ ସିଦ୍ଦିକଙ୍କୁ ପୋଲିସ ଜିମା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଭାଜପାରେ ଯୋଗଦେଇଥିବା କଂଗ୍ରେସ ନେତାଙ୍କୁ ମନ୍ତ୍ରୀ ପଦ

ଲକ୍ଷ୍ନୌ, ୨୫।୯: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଜାତି ଏବଂ ଆଞ୍ଚଳିକତାରେ ସନ୍ତୁଳନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର...

ନିର୍ବାଚନ ଆୟୋଗଙ୍କର ମଧ୍ୟ ଆବଶ୍ୟକତା ରହିଛି ଆଦର୍ଶ ଆଚାର ସଂହିତା: କପିଲ ସିବଲ…

ନୂଆଦିଲ୍ଲୀ,୫।୧୦ : ନିର୍ବାଚନ ପ୍ରତିଶ୍ରୁତିର ଆର୍ଥିକ ଦକ୍ଷତା ବିଷୟରେ ଭୋଟରଙ୍କୁ ପ୍ରାମାଣିକ ସୂଚନା ପ୍ରଦାନ କରିବା ପାଇଁ ମଡେଲ ଆଚରଣ ବିଧିରେ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ...

ଝଲସୁଛି ରାମନଗରୀ ଅଯୋଧ୍ୟା, ଗିନିଜ୍‌‌ ଓ୍ବାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ

ଲକ୍ଷ୍ନୌ,୧୪ା୧୧: ଅଯୋଧ୍ୟାରେ ଦୀପାବଳି ଉତ୍ସବ ଆରମ୍ଭ ହୋଇସାରିଛି। ଆଜି ରାମନଗରୀର ସୌନ୍ଦର୍ଯ୍ୟ ଢେର୍‌ ଅଧିକ ବଢ଼ିଯାଇଛି। ଅଯୋଧ୍ୟାରେ ଶୁକ୍ରବାର ଦୀପତ୍ସୋବ ପାଳନ କରାଯାଇଥିଲା। ଏଠାରେ ପ୍ରାୟ...

ଯୋଗୀ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା

ଲକ୍ଷ୍ନୌ,୭।୯: ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ଅଜିଜ୍‌ କୁରେଶୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ସେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା...

ଓଲଟିଲା ମାଛ ଟ୍ରକ୍‌: ଲୋକେ ନେଲେ ବୋହି

ନୂଆଦିଲ୍ଲୀ,୨୨।୧: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ୍‌ ମାଛ ଟ୍ରକ୍‌ ଏବଂ ଟ୍ରଲର ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ମାଛ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ...

ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ…

ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ଅଧିବେଶନର ପ୍ରଥମ ସପ୍ତାହରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ...

ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଲା ପୋଲିସ

ନୂଆଦିଲ୍ଲୀ,୧୭।୧୦: ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବୁଧୁବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା...

ଗଣତନ୍ତ୍ର ଦିବସରେ ସାମିଲ ହେବ ମଣିଷକୁ ନେଇ ଉଡୁଥିବା ଡ୍ରୋନ୍‌

ନୂଆଦିଲ୍ଲୀ,୨୪ ।୧: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଏମିତି ଦିନ ଥିଲା ଯେତେବେଳେ ଆମେ ମିଶାଇଲ ଓ ଅସ୍ତ୍ରଶସ୍ତ୍ର ପାଇଁ...

Advertisement
Archives

Model This Week