୧୩ରେ ସିବିଏସ୍‌ଇ ଅଫିସ ଆଗରେ ଧାରଣା ଦେବ ଅଭିଭାବକ ମହାସଂଘ

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): କରୋନା ମହାମାରୀ ପାଇଁ ଗତ ୬ମାସ ହେବ ସ୍କୁଲ ବନ୍ଦ ରହିଛି। ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ନ ହେବା ପାଇଁ ଅନ୍‌ଲାଇନ କ୍ଲାସ ଚାଲିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଫି’ ଛାଡ଼ କିମ୍ବା ସ୍ବାଭାବିକ ପରିସ୍ଥିତି ଆସିଲେ ଆଦାୟ ପାଇଁ ଅପିଲ କଲେ। କିନ୍ତୁ ସ୍କୁଲଗୁଡ଼ିକର ମନମାନି ଯୋଗୁ ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚତ୍ଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଆପୋସ ବୁଝାମଣା ହୋଇ ତାହା ଉପସ୍ଥାପିତ ହୋଇଛି ଓ ଖୁବ୍‌ଶୀଘ୍ର ଏନେଇ ରାୟ ଆସିବାକୁ ଯାଉଛି। ହେଲେ ବର୍ତ୍ତମାନ ସିବିଏସଇର ନବମ ଓ ଏକାଦଶ ଶ୍ରେଣୀ ପାଇଁ ନାମ ପଞ୍ଜୀକରଣ ତଥା ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଫର୍ମ ପୂରଣ ଆଳରେ ଘରୋଇ ସ୍କୁଲଗୁଡ଼ିକ ଅଭିଭାବକଙ୍କୁ ଡାକି ଅଫ୍‌ଲାଇନ ଫର୍ମ ପୂରଣ କରିବା ସହିତ ସବୁ ଫି’ ଜୋର ଜବରଦସ୍ତ ଆଦାୟ କରୁଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି। ମହାସଂଘର କହିବାନୁଯାୟୀ, ସିବିଏସଇ କର୍ତ୍ତୃପକ୍ଷ ଏଭଳି ସମୟରେ ଏପରି କରିବା ଅତ୍ୟନ୍ତ ନିନ୍ଦନୀୟ। ମହାମାରୀରେ ରୋଜଗାର ନ ଥିବାବେଳେ ଜରିମାନା ସହ ଫର୍ମ ପୂରଣ ନିର୍ଦ୍ଦେଶ ପ୍ରତ୍ୟାହାର ଓ ଅବଧି ବୃଦ୍ଧି ତଥା ଅଭିଭାବକଙ୍କୁ କେବଳ ଅନ୍‌ଲାଇନରେ ଫର୍ମ ପୂରଣ ଅନୁମତି ପ୍ରଦାନ କରାଯାଉ ବୋଲି ସିବିଏସଇ ଅଧ୍ୟକ୍ଷଙ୍କୁ ଦାବି ଜଣାଇ ଦିଆଯାଇଛି। ଯଦି ଆମର ଦାବି ତୁରନ୍ତ କାର୍ଯ୍ୟକାରୀ ନ ହୁଏ ତେବେ ଆସନ୍ତା ୧୩ ତାରିଖରେ ସିବିଏସ୍‌ଇର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ମହାସଂଘ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?