ନିର୍ଭୀକ ବିଚାରପତି

ଆମେରିକୀୟ ସଂଘୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଅଦାଲତ ହେଉଛି ସୁପ୍ରିମକୋର୍ଟ ଅଫ୍‌ ଦି ୟୁନାଇଟେଡ୍‌ ଷ୍ଟେଟ୍ସ (ଏସ୍‌ସିଓଟିୟୁଏସ୍‌)। ସମସ୍ତ ସଂଘୀୟ କୋର୍ଟର ଶୀର୍ଷ ଅପିଲ୍‌ ଅଦାଲତ ହୋଇଥିବାରୁ ଏହାର ରାୟ ଆମେରିକାର ରାଜନୀତି ଓ ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ଆମେରିକାର ମହିଳାମାନଙ୍କ ଗର୍ଭପାତ ଅଧିକାରକୁ ନେଇ ସୁପ୍ରିମକୋର୍ଟ ୨୪ ଜୁନ୍‌ ୨୦୨୨ରେ ଯେଉଁ ରାୟ ଦେଇଥିଲେ ତାହା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଅର୍ଦ୍ଧଶତାବ୍ଦୀ ତଳର ପୁରୁଣା ‘ରୋ ବାନାମ ଓ୍ବେଡ୍‌’ ନିଷ୍ପତ୍ତିକୁ ଓଲଟାଇ ଆମେରିକା ସୁପ୍ରିମକୋର୍ଟ ଗର୍ଭପାତ ସଂକ୍ରାନ୍ତ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରିଛନ୍ତି। ଏଥିରୁ ପ୍ରତୀୟମାନ ହୋଇଛି ଯେ, ସେଠାକାର ସର୍ବୋଚ୍ଚ ଅଦାଲତଙ୍କ ମତ ସର୍ବାଧିକ ଗୁରୁତ୍ୱ ବହନ କରୁଛି। ଏହି ଶୀର୍ଷ ଅଦାଲତରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ୯ ଜଣ ବିଚାରପତି ଅଛନ୍ତି। ଅନ୍ୟ ୮ ଜଣ ଆସୋସିଏଟ୍‌ ଜଷ୍ଟିସ୍‌ ଭାବେ ପରିଚିତ। ୩୦ ଜୁନ୍‌ରେ ଜଷ୍ଟିସ୍‌ ଷ୍ଟିଫେନ୍‌ ବ୍ରେୟର ଅବସର ନେବା ପରେ କେତଞ୍ଜି ବ୍ରାଉନ୍‌ ଜାକ୍‌ସନ ନୂତନ ବିଚାରପତି ଭାବେ ଶପଥ ନେଇଛନ୍ତି। ତାଙ୍କୁ ମିଶାଇ ଆମେରିକା ସୁପ୍ରିମକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ୪ରେ ପହଞ୍ଚତ୍ଛି। ହେଲେ ସବୁଠାରୁ ଐତିହାସିକ ବିଷୟ ହେଲା ଆମେରିକାର ୨୩୩ ବର୍ଷର ନ୍ୟାୟିକ ଇତିହାସରେ ପ୍ରଥମ କୃଷ୍ଣକାୟ ମହିଳା ବିଚାରପତି ହେବାର ସୌଭାଗ୍ୟ କେତଞ୍ଜିଙ୍କୁ ମିଳିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ନିଯୁକ୍ତ କରିବା ପରେ କହିଛନ୍ତି, ଏହା ତାଙ୍କ ଦେଶ ପାଇଁ ବିରାଟ ପଦକ୍ଷେପ ସ୍ବରୂପ ପ୍ରତିଭାତ ହୋଇଛି। ଫଳରେ ସବୁ କୃଷ୍ଣକାୟ ଯୁବତୀ କେତଞ୍ଜିଙ୍କ ପ୍ରତିଭା ଦ୍ୱାରା ଅନୁପ୍ରାଣୀତ ହେବା ସହ ଦମ୍ଭଧରି ଆଗକୁ ଯିବାର ବାଟ ପାଇଛନ୍ତି ଏବଂ ସବୁ ଆମେରିକୀୟଙ୍କ ପାଇଁ ସମାନତାର ବାର୍ତ୍ତା ପହଞ୍ଚତ୍ଛି ବୋଲି ବାଇଡେନ୍‌ କହିଛନ୍ତି। ଅବଶ୍ୟ କୁହାଯାଉଛି ୨୦୨୦ ପ୍ରାଇମେରୀ ନିର୍ବାଚନ ବେଳେ କୃଷ୍ଣକାୟମାନଙ୍କ ସମର୍ଥନ ମିଳିଥିବାରୁ ବାଇଡେନ୍‌ ତାଙ୍କ ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଏଭଳି ବୃହତ୍‌ ପଦକ୍ଷେପ ନେଇଛନ୍ତି। ତେବେ ଆମେରିକା ସୁପ୍ରିମକୋର୍ଟରେ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ମହିଳା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କେତଞ୍ଜିଙ୍କ ବିଷୟରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
କେତଞ୍ଜି ୧୪ ସେପ୍ଟେମ୍ବର ୧୯୭୦ରେ ଓ୍ବାଶିଂଟନ୍‌ ଡିସିରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ସେ ଫ୍ଲୋରିଡାର ମାୟାମୀରେ ବଢ଼ିଥିଲେ। ତାଙ୍କ ମାତାପିତା ବ୍ଲାକ୍‌ କଲେଜେସ୍‌ ଓ ୟୁନିଭର୍ସିଟିଜ୍‌ରୁ ଗ୍ରାଜୁଏଟ୍‌ ହୋଇଥିଲେ। ପିତା ଜନି ବ୍ରାଉନ୍‌ ବୃତ୍ତିରେ ଥିଲେ ଓକିଲ। ପରବର୍ତ୍ତୀ ସମୟରେ ସେ ମାୟାମୀ-ଡାଡେ କାଉଣ୍ଟି ସ୍କୁଲ ବୋର୍ଡର ଚିଫ୍‌ ଆଟର୍ନି ହୋଇଥିଲେ। ମାତା ଏଲେରୀ ନ୍ୟୁ ଓ୍ବାର୍ଲଡ୍‌ ସ୍କୁଲ ଅଫ୍‌ ଦି ଆର୍ଟସ୍‌ର ଅଧ୍ୟକ୍ଷା ଥିଲେ। ଏକ ଉଚ୍ଚଶିକ୍ଷିତ ପରିବାରରୁ ଆସିଥିବାରୁ କେତଞ୍ଜି ବଡ଼ ବିଧିଶାସ୍ତ୍ରୀ ବା ଆଇନଜ୍ଞ ହେବାକୁ ଭବିଷ୍ୟତ ଲକ୍ଷ୍ୟ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଲ’ କଲେଜରେ ପାଠ ପଢ଼ିଥିଲେ। ନିଜର ପ୍ରତିଭା ବଳରେ ସେ ହାର୍ଭାର୍ଡ ଲ’ ରିଭ୍ୟୁର ସମ୍ପାଦକ ମଧ୍ୟ ହୋଇଥିଲେ। ତାଙ୍କ ବୃତ୍ତିଗତ ଆଇନ ଜୀବନ ତିନି ଜଣ ବିଶିଷ୍ଟ ଆଇନଜ୍ଞଙ୍କ ଅଧୀନରେ କ୍ଲର୍କଶିପ୍‌ରୁ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ଷ୍ଟିଫେନ୍‌ ବ୍ରେୟର ଥିଲେ ଅନ୍ୟତମ। ସୌଭାଗ୍ୟ କ୍ରମେ ସୁପ୍ରିମକୋର୍ଟ ଆସୋସିଏଟ୍‌ ଜଜ୍‌ ପଦବୀରୁ ବ୍ରେୟର ଅବସର ନେବା ପରେ ତାଙ୍କ ସ୍ଥାନରେ କେତଞ୍ଜି ଅବସ୍ଥାପିତ ହୋଇଛନ୍ତି। ଏହି ପଦବୀ ହାସଲ କରିବା ପୂର୍ବରୁ ସେ ସରକାରୀ ନ୍ୟାୟିକ ବ୍ୟବସ୍ଥା ଓ ଘରୋଇ ଲ’ ଫାର୍ମରୁ ଅଭିଜ୍ଞତା ଅର୍ଜନ କରିଥିଲେ। ଆମେରିକା କୋର୍ଟ ଅଫ୍‌ ଅପିଲ୍ସର ଡି.ସି. ସର୍କିଟରେ ଯୋଗ ଦେବା ପୂର୍ବରୁ ସେ ୨୦୧୩ରୁ ୨୦୨୧ ଯାଏ ଡିଷ୍ଟ୍ରିକ୍ଟ ଅଫ୍‌ କଲମ୍ବିଆର ଡିଷ୍ଟ୍ରିକ୍ଟ କୋର୍ଟର ଜଜ୍‌ ହୋଇଥିଲେ। ସେ ମଧ୍ୟ ୨୦୧୦ରୁ ୨୦୧୪ ଯାଏ ୟୁନାଇଟେଡ୍‌ ଷ୍ଟେଟ୍‌ସ ସେଣ୍ଟେନ୍ସିଂ କମିଶନ୍‌ର ଉପାଧ୍ୟକ୍ଷ ହୋଇଥିଲେ। ନ୍ୟାୟିକ ବିଷୟବସ୍ତୁ ଉପରେ ଦଖଲ ଥିବାରୁ ସେ ତାହାକୁ ରିପୋର୍ଟିଂ କ୍ଷେତ୍ରରେ ମଧ୍ୟ ଉପଯୋଗ କରିଥିଲେ। ୧୯୯୨ରୁ ୧୯୯୩ ପର୍ଯ୍ୟନ୍ତ ସେ ‘ଟାଇମ୍‌’ ପତ୍ରିକାର ଷ୍ଟାଫ୍‌ ରିପୋର୍ଟର ଓ ରିସର୍ଚ୍ଚର ଭାବେ କାର୍ଯ୍ୟ କରିଥିଲେ। ୧୯୯୬ରେ ସେ ଜୁରିସ୍‌ ଡକ୍ଟର କମ୍‌ ଲାଉଡେ୍‌ ଡିଗ୍ରୀ ଅର୍ଜନ କରିଥିଲେ। କେତଞ୍ଜି ଜଣେ ସୁବକ୍ତା ଥିବାରୁ କ୍ୟାରିୟରକୁ ଏହା ବେଶ୍‌ ସହାୟକ ହୋଇପାରିଛି। ଏଥିସହିତ ସେ ହାର୍ଭାର୍ଡରେ ପଢ଼ୁଥିବା ବେଳେ ମଞ୍ଚରେ କମେଡି କରି ଛାତ୍ର ଓ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ସେଥିପାଇଁ ତାଙ୍କୁ ଡ୍ରାମା ପାଠ ପଢ଼ାଇବାକୁ ମଧ୍ୟ ସୁଯୋଗ ମିଳିଥିଲା।
କେତଞ୍ଜିଙ୍କ ବ୍ୟକ୍ତିଗତ ଜୀବନ କହିଲେ ସେ ୧୯୯୬ରେ ଡାକ୍ତର ପାଟ୍ରିକ୍‌ ଗ୍ରାଭେସ୍‌ ଜାକ୍‌ସନଙ୍କୁ ବିବାହ କରିଥିଲେ। ପାଟ୍ରିକ ବୋଷ୍ଟନ୍‌ ବାସିନ୍ଦା ଓ କଣ୍ଟିନେଣ୍ଟାଲ କଂଗ୍ରେସ ପ୍ରତିନିଧି ଜୋନାଥନ ଜାକ୍‌ସନଙ୍କ ସନ୍ତାନ। କେତଞ୍ଜିଙ୍କ ଲୈଲା ଓ ତାଲିଆ ନାମରେ ଦୁଇ ଝିଅ ଅଛନ୍ତି। ପରିବାର ପ୍ରୋଟେଷ୍ଟାଣ୍ଟ ସମ୍ପ୍ରଦାୟର। ସୁପ୍ରିମକୋର୍ଟରେ କେତଞ୍ଜି ବ୍ରାଉନ୍‌ ଜାକସନ୍‌ଙ୍କୁ ଯଦିଓ କଞ୍ଜରଭେଟିଭ୍‌ ବିଚାରପତିଙ୍କ ସହ ମିଶି କାମ କରିବାରେ ଅଡ଼ୁଆ ଲାଗିପାରେ; କିନ୍ତୁ ତାଙ୍କ ନ୍ୟାୟିକ ଦୂରଦୃଷ୍ଟି ଆମେରିକୀୟଙ୍କୁ ଆଗକୁ ନୂଆ ଦିଗ ଦେଖାଇବ ବୋଲି ଅଶା କରାଯାଉଛି। କାରଣ ଡିଷ୍ଟ୍ରିକ୍ଟ କୋର୍ଟରେ ଥିବା ବେଳେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଥିଲେ। ସେହି ସମୟରେ ଏକ ଆଇନ ପ୍ରଣୟନ ସମ୍ବନ୍ଧୀୟ ମାମଲାରେ କୋର୍ଟରେ ପ୍ରମାଣ ଦେବା ଲାଗି ହାଜିର ଅର୍ଡରରେ ଲେଖିଥିଲେ-‘ରାଷ୍ଟ୍ରପତିମାନେ ରାଜା ନୁହନ୍ତି’। ତାଙ୍କର ସେତିକି ଲେଖା ଆମେରିକାର ବିଧାନପାଳିକା ଓ ନ୍ୟାୟପାଳିକାରେ ହଇଚଇ ସୃଷ୍ଟି କରିଥିଲା।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?