ଆବର୍ଜନା ଗଦାରୁ ଅଜଣା ରୋଗର ଭୟ

ଭୁବନେଶ୍ୱର, ୬।୧୧ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ)ରେ ଅଳିଆର ପାହାଡ଼ ଜମା ହୋଇଛି। ଦିନେ ଅସ୍ଥାୟୀ ଭାବେ ଆବର୍ଜନା ପଡିବା ପାଇଁ ଆରମ୍ଭ ହୋଇଥିବା ଏହି ସ୍ଥାନ ଏବେ ସ୍ଥାୟୀ ଡମ୍ଫିୟାର୍ଡରେ ପରିଣତ ହୋଇଛି। ପୂର୍ବରୁ ସହରରୁ ବାହାରୁଥିବା ଅଳିଆ ଏଠାକୁ ଆସିବା ପରେ ଏହାର ବୃହତ୍‌ ଅଂଶ ଦାରୁଠେଙ୍ଗ ଡମ୍ଫିଂୟାର୍ଡକୁ ଯାଉଥିଲା। ମାତ୍ର ଦାରୁଠେଙ୍ଗରେ ଆବର୍ଜନା ପକାଇବା ବନ୍ଦ ହେବା ପରଠାରୁ ଦୈନିକ ସହରରୁ ବାହାରୁଥିବା ଶହଶହ ଟନ୍‌ ଆବର୍ଜନା ଆସି ଏହିଠାରେ ଗଦା ହେଉଛି। ୬୭ଟି ଓ୍ବାର୍ଡ ପାଇଁ ଏବେମାତ୍ର ୩୭ଟି ଏମ୍‌ସିସି କାର୍ଯ୍ୟକ୍ଷମ ହୋଇଥିବାରୁ ସହରର ସିଂହଭାଗ ଆବର୍ଜନା ଟିଟିଏସ୍‌କୁ ଆସୁଛି। ଫଳରେ ଟିଟିଏସ୍‌ ଉଛୁଳି ଏବେ ରାସ୍ତା କଡ଼କୁ ଅଳିଆ ମାଡି ଆସିଥିବାବେଳେ ସେଥିରୁ ନିର୍ଗତ ପଚାପାଣି ଚାରିଆଡକୁ ବୋହି ଚାଲିଛି। ଫଳରେ ପଚା ଦୁର୍ଗନ୍ଧରେ ଆଖପାଖ ଅଞ୍ଚଳ ଫାଟି ପଡୁଥିବାବେଳେ ଭିଏସ୍‌ଏସ୍‌ ନଗର, ଗାଡ଼କଣ, ରଙ୍ଗମାଟିଆ, ଭୋଟପଡ଼ା, ରେଲୱେ କଲୋନି, ଆଦିମାତା କଲୋନି, ଗଜପତିନଗର, ସୁବାସ ଏନ୍‌କ୍ଲେଭ, ଶକ୍ତିବିହାର, ଗଜପତିନଗର, ଲକ୍ଷ୍ମୀବିହାର, ପ୍ରଗତିବିହାର, ବାଣୀବିହାର, ରସୁଲଗଡ଼, ମଞ୍ଚେଶ୍ୱରରେ ରହୁଥିବା ଲୋକଙ୍କ ମନରେ ରୋଗ ଭୟ ଘାରିଲାଣି। ଅନେକେ ଚର୍ମ ଓ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ଆସୁଛି। ପୂର୍ବରୁ ଏ ସଂକ୍ରାନ୍ତରେ ଆଞ୍ଚଳିକ ସୁରକ୍ଷା ମଞ୍ଚ ଓ ଭିଏସ୍‌ଏସ୍‌ ଉନ୍ନୟନ ପରିଷଦ ମେୟର, କମିଶନର, ଖୋର୍ଦ୍ଧା ଜିଲାପାଳ ଓ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେମାନେ କେବଳ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ପ୍ରଦୂଷିତ ବାୟୁମଣ୍ଡଳ ପାଇଁ ବିଭିନ୍ନ ପ୍ରକାର ଚର୍ମରୋଗ ଓ ଅଜଣା ରୋଗରେ ମଧ୍ୟ ଲୋକେ ଆକ୍ରାନ୍ତ ହେଉଥିବା ଅଭିଯୋଗ ଆସୁଛି।ଏଥିରେ ଛାତ୍ରୀଛାତ୍ର ବେଶି ପ୍ରଭାବିତ ହେଉଛନ୍ତି। ସୈନିକ ସ୍କୁଲ, ରେଳବିହାର ପ୍ରାଥମିକ ସ୍କୁଲ, ଶିଶୁ ନିକେତନ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ଦୁର୍ଗନ୍ଧ ଭିତରେ ବସି ପାଠପଢ଼ିପାରୁ ନାହାନ୍ତି। ମାତ୍ର ଏତେସବୁ ପରେ ବି ବିଏମ୍‌ସି ଅଳିଆ ପରିଚାଳନା ପାଇଁ ପ୍ରୟାସ କରୁଥିବା କହି କର୍ତ୍ତୃପକ୍ଷ ଦୋଷ ଛଡାଇବାକୁ ବସିଛନ୍ତି।

୬ମାସରେ ସମାଧାନ ହେବ, କେବଳ ସହଯୋଗ ଲୋଡ଼ା
୬ମାସ ଭିତରେ ଆମେ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିବୁ। ଲୋକମାନେ ବିଏମ୍‌ସିକୁ ଅଳିଆ ପ୍ରୋସେସ୍‌ କରିବାକୁ ଓ ଡମ୍ପିଂ କରିବାକୁ ଅନୁମତି ଦେଉ ନାହାନ୍ତି। କିନ୍ତୁ ସେମାନଙ୍କୁ ସହର ସମ୍ପୂର୍ଣ୍ଣ ସ୍ବଚ୍ଛ ଦରକାର। ସହରରୁ ଅଳିଆ କାଢି ଗୋଟେ ସ୍ଥାନରେ ପକାଇବା ପରେ ହିଁ ତାହାକୁ ପ୍ରୋସେସ୍‌ କରିବୁ। ଷ୍ଟେଟ୍‌ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡର ଗାଇଡ୍‌ଲାଇନ୍‌ ଅନୁଯାୟୀ, ଟିଟିଏସ୍‌ରେ ସାଇଣ୍ଟିଫିକ୍‌ ପ୍ରୋସେସ୍‌ରେ ଓ୍ବିଣ୍ଡ୍ରୋସ୍‌ ମେଶିନ୍‌ ଦ୍ୱାରା କାମ କରାଯାଉଛି। ଟ୍ରାଏଲ ରନ୍‌ ସଫଳ ହୋଇଛି। ଏବେ ପୂର୍ବାପେକ୍ଷା ଗନ୍ଧ କମିଛି। ତେବେ ଯଦି ଲୋକମାନେ ଓଦା ଶୁଖିଲା ଅଳିଆ ଅଲଗା ଅଲଗା କରି ଦେବେ ତେବେ ଏହି ସମସ୍ୟା ରହିବ ନାହିଁ। ଅପରପକ୍ଷେ ମେଗା ଏମ୍‌ସିସି ନେଇ ମଧ୍ୟ କାମ ଚାଲିଛି। ୬ମାସ ଭିତରେ ନିର୍ମାଣ କାମ ସରିଯିବ। ଲୋକେ କେବଳ ବିଏମ୍‌ସିକୁ ଦୋଷ ନ ଦେଇ ସହଯୋଗ କରିବା ଆବଶ୍ୟକ।
-ବିଜୟ ଅମୃତା କୁଲାଙ୍ଗେ, କମିଶନର
ବାରମ୍ବାର ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନି
ଏ ବିଷୟରେ ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ କମିଶନରଙ୍କ ସହିତ ଦୁଇଥର ଆଲୋଚନା ହୋଇଛି। ଦୁର୍ଗନ୍ଧ ନ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରାଯାଇଥିଲେ ବି କିଛି ଲାଭ ହୋଇନାହିଁ। ତେବେ ଖୁବ୍‌ଶୀଘ୍ର ମେୟରଙ୍କ ସହ ପୁନର୍ବାର ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
-ଦିଲୀପ ଦାଶଶର୍ମା, ସାଧାରଣ ସମ୍ପାଦକ, ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ
ଜୀବନ ଅଭିଶପ୍ତ ପରି ଲାଗୁଛି
ଏହି ଅଞ୍ଚଳରେ ବାସ କରିବା ଏକ ଅଭିଶପ୍ତ ଜୀବନ ନେଇ ବଞ୍ଚତ୍ବା ସହିତ ସମାନ। କବାଟ ଝରକା ଖୋଲି ଦେଲେ ଘରେ ରହି ହେଉନାହିଁ। ପାହାଡ ଭଳି ଅଳିଆ ଗଦା ହୋଇ ଗଲାଣି। ବହୁବାର ଅଭିଯୋଗ ମଧ୍ୟ କଲୁଣି, ମାତ୍ର ମହାନଗର ନିଗମ ଆମମାନଙ୍କ କଥା କର୍ଣ୍ଣପାତ କରୁ ନାହିଁ।
-ଡ. ସୁରେନ୍ଦ୍ର ମିଶ୍ର, ସିଟିଜନ ଫୋରମ ଗ୍ରେଟର ସଭାପତି, ଗାଡକଣ

ରୋଗୀ, ଅସୁସ୍ଥ ବୟସ୍କ ବ୍ୟକ୍ତି ଅଧିକ କଷ୍ଟ ପାଉଛନ୍ତି
ଆଖପାଖ ପରିବେଶ ପୂରା ଦୂଷିତ ହୋଇଗଲାଣି। ଏଠାରେ ରହୁଥିବା ଲୋକ ସ୍ବଚ୍ଛ ପବନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଚାରି ପାଞ୍ଚ ମାସ ହେଲା ବାଲକୋନୀକୁ ଯାଇ ହେଉନି। କାର୍ତ୍ତିକ ମାସ ରାତିରୁ ଗାଧୋଇ ପବିତ୍ର ମନରେ ମନ୍ଦିର ଯିବାକୁ ବାହାରିଲେ ପ୍ରଥମେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ରୋଗୀ ଓ ଅସୁସ୍ଥ ବୟସ୍କ ବ୍ୟକ୍ତିମାନେ ଅଧିକ କଷ୍ଟ ପାଉଛନ୍ତି।
-ପ୍ରତାପ କୁମାର ନନ୍ଦ, ଡି ଏଲ୍‌ କଲୋନୀ
ବିଏମ୍‌ସି ସମ୍ବିଧାନର ଧାରା ୨୧କୁ ଉଲ୍ଲଂଘନ କରୁଛି
ଏଠାରେ ଦିନକୁ ପ୍ରାୟ ୩୦୦ ଟନ୍‌ରୁ ଊର୍ଦ୍ଧ୍ୱ ଅଳିଆ ପଡୁଛି। ବୈଜ୍ଞାନିକ ପ୍ରଣାଳୀରେ ପୃଥକୀକରଣ ହେଉ ନାହିଁ। ମୃତ ପଶୁପକ୍ଷୀ, ବଳକା ଖାଦ୍ୟ ପଦାର୍ଥ ବିଘଟନ ପରେ ଦୁର୍ଗନ୍ଧ ପ୍ରାୟ ୩-୪ କିଲୋମିଟର ପର୍ଯ୍ୟନ୍ତ ବ୍ୟାପୁଛି। ସ୍କୁଲ ପିଲା, ଶିକ୍ଷକ ମାସ୍କ ପିନ୍ଧି ସ୍କୁଲ ଆସୁଛନ୍ତି। ବିଷାକ୍ତ ବାୟୁ ସେବନ କରି ଲୋକ ରୋଗରେ ପଡ଼ୁଛନ୍ତି। ଏପରିକି ସ୍ଲୋ ପଏଜନ୍‌ ନ ଦେଇ ସେମାନଙ୍କୁ ସିଧା ମାରି ଦିଅନ୍ତୁ ବୋଲି ଲୋକେ କହିଲେଣି। ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ,ନିର୍ମଳ ବାୟୁ, ବିଶୁଦ୍ଧ ଜଳ ସବୁ ନାଗରିକଙ୍କର ମୌଳିକ ଅଧିକାର। ମାତ୍ର ବିଏମ୍‌ସି ଏହି ଧାରାକୁ ଉଲ୍ଲଂଘନ କରୁଛି।
-ରମେଶ ସାହୁ, ନେତାଜୀ ସୁଭାଷ ଏନ୍‌କ୍ଲେଭ୍‌, ମଞ୍ଚେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?