ସଂକ୍ରମଣ ଭୟ: ଟ୍ରେନ୍‌ରେ ଯାତ୍ରୀଙ୍କ ସଂଖ୍ୟା କମିଛି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): କରୋନା ସଂକ୍ରମଣ ଭୟ ଯୋଗୁ ସାଧାରଣ ପରିବହନ ବ୍ୟବସ୍ଥା ବିଶେଷଭାବେ ପ୍ରଭାବିତ ହୋଇଛି। ଦେଶରେ ସର୍ବାଧିକ ଯାତ୍ରୀ ପରିବହନ ମାଧ୍ୟମ ରେଳଯାତ୍ରା ସର୍ବାଧିକ ପ୍ରଭାବିତ ହୋଇଛି। ସଂକ୍ରମଣ ଭୟ ଯୋଗୁ ଲୋକେ ଜରୁରୀ ନ ଥିଲେ ଟ୍ରେନ୍‌ରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି। କରୋନା କଟକଣା କୋହଳ ପରେ ଲୋକଙ୍କୁ ଯାତାୟାତରେ ସୁବିଧା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ମେ’ ୧୩ଠାରୁ ୬ ଯୋଡ଼ା ଆନ୍ତଃରାଜ୍ୟ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ଏହାସହ ମେ’ ପହିଲାରୁ ରାଜଧାନୀ ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ସେହିଭଳି ଜୁନ୍‌ ପହିଲାରୁ ଓଡ଼ିଶା ଭିତରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ତେବେ ରାଜଧାନୀ ସ୍ପେଶାଲ ଟ୍ରେନ୍‌ରେ ମେ’ ୧୩ରୁ ଜୁନ୍‌ ୨୪ ମଧ୍ୟରେ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ମାତ୍ର ୪୫.୪୭ ପ୍ରତିଶତ ଯାତ୍ରୀ ଯାଇଛନ୍ତି। ସେହିଭଳି ପୁରୀ-ସିଆଲଦା ସ୍ପେଶାଲ୍‌ ଟ୍ରେନ୍‌ରେ ୧୩.୬୮% ଯାତ୍ରୀ ଆସିଥିବାବେଳେ ୧୫.୭୧% ଯାତ୍ରୀ ଯାଇଛନ୍ତି। ଭୁବନେଶ୍ୱର-ହାୱାଡା ସ୍ପେଶାଲ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ୫୧% ଯାତ୍ରୀ ଆସିଥିବାବେଳେ ମାତ୍ର ୩୪.୦୭% ଯାତ୍ରୀ ଯାଇଛନ୍ତି। ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ବତନ୍ତ୍ର ଏକ୍ସପ୍ରେସ୍‌ରେ ୫୨.୬୯% ଯାତ୍ରୀ ଭୁବନେଶ୍ୱରରୁ ମୁମ୍ବାଇ ଯାଇଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ଭିତରେ ଯାତାୟାତ କରୁଥିବା ଟ୍ରେନ୍‌ଗୁଡ଼ିକରେ ଅକ୍ୟୁପାନ୍ସି ଆହୁରି କମ୍‌ ରହୁଛି। ସମ୍ବଲପୁର-ଖୋର୍ଦ୍ଧାରୋଡ୍‌ ଇଣ୍ଟରସିଟି ସ୍ପେଶାଲ ଟ୍ରେନ୍‌ରେ ମାତ୍ର ୧୭.୭୭% ଯାତ୍ରୀ ଆସୁଥିବା ବେଳେ ୯.୭୬% ଯାତ୍ରୀ ଯାଉଛନ୍ତି। ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ସ୍ପେଶାଲ୍‌ ଟ୍ରେନ୍‌ରେ ୨୦.୮୯% ଯାତ୍ରୀ ଯାଉଥିବାବେଳେ ୧୭.୬୪% ଯାତ୍ରୀ ଆସୁଛନ୍ତି। ସେହିଭଳି ଭଦ୍ରକ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌ରେ ମାତ୍ର ୪.୧% ଯାତ୍ରୀ ଯାଇଥିବା ବେଳେ ୮.୫୨% ଯାତ୍ରୀ ଆସିଛନ୍ତି। ଭୁବନେଶ୍ୱର-ବ୍ରହ୍ମପୁର ସ୍ବତନ୍ତ୍ର ଟ୍ରେନ୍‌ରେ ୧୦.୪୮% ଯାତ୍ରୀ ଯାଇଛନ୍ତି ଏବଂ ୨୫.୭୬% ଆସିଛନ୍ତି। ଭୁବନେଶ୍ୱର-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ରେ ୪୨.୬୭% ଯାତ୍ରୀ ଯାଇଛନ୍ତି ଏବଂ ୪୧.୫୮% ଆସିଛନ୍ତି। ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ୍‌ରେ ୨୩.୦୫% ଯାତ୍ରୀ ଯାଇଥିବାବେଳେ ୨୦.୪୯% ଯାତ୍ରୀ ଆସିଥିବା ପୂର୍ବତଟ ରେଳପଥର ତଥ୍ୟରୁ ଜଣାପଡ଼ିଛି। ତେବେ କୋଭିଡ୍‌-୧୯ ନିର୍ଦ୍ଦେଶାନାମା ଅନୁସାରେ ପୂର୍ବତଟ ରେଳପଥ ପରିସୀମା ଷ୍ଟେଶନ ଅଞ୍ଚଳରେ ସ୍ବଚ୍ଛତା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ନିୟମିତ ବ୍ୟବଧାନରେ ଷ୍ଟେଶନ୍‌, ଟ୍ରେନ୍‌, ଷ୍ଟେଶନ୍‌ ଅଞ୍ଚଳ, ଆବାସିକ ସ୍ଥାନ ବିଶୋଧିତ କରାଯାଉଛି। ଯାତ୍ରୀଙ୍କ ଶରୀରର ତାପମାତ୍ରା ମପାଯିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି। ସୁରକ୍ଷିତ ଯାତ୍ରା ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଟ୍ରେନ୍‌ କୋଚ୍‌ଗୁଡ଼ିକର ନିୟମିତ ବିଶୁଦ୍ଧିକରଣ କରାଯାଉଛି। ଏହାସତ୍ତ୍ୱେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଭୟ ରହୁଥିବାରୁ ସାଧାରଣ ଲୋକେ ଅତ୍ୟାବଶ୍ୟକ ନ ଥିଲେ ଟ୍ରେନ୍‌ରେ ଯାତ୍ରା କରୁ ନ ଥିବା ଦେଖାଯାଉଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?