ସୋସିଆଲ୍‌ ମିଡ଼ିଆରେ ନିର୍ଯାତନା ଭୟ: ଆକାଉଣ୍ଟ୍‌ ବନ୍ଦ କରୁଛନ୍ତି ଝିଅ ବୋହୂ

ଓ୍ବାଶିଂଟନ, ୭।୧୦: ଦେଶରେ ମହିଳାଙ୍କ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ବହୁତ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବି ଝିଅ ବୋହୂମାନେ ନିଜକୁ ସୁରକ୍ଷିତ ମନେ କରି ପାରୁ ନାହାନ୍ତି। ରାସ୍ତାଘାଟ କଥା ତ ଛାଡ଼ ଏବେ ଅନ୍‌ ଲାଇନ୍‌ରେ ନିର୍ଯାତନା ଭୟରେ ବହୁ ଝିଅ ବୋହୂ ବାଧ୍ୟ ହୋଇ ସେମାନଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ବନ୍ଦ କରିଦେଉଛନ୍ତି। ଏକ ସ୍ବେଚ୍ଛାସେବୀ ସଂଗଠନ ପ୍ଲାନ୍‌ ଇଣ୍ଟରନ୍ୟାଶନାଲ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅନ୍‌ଲାଇନ୍‌ରେ ଅଶ୍ଳୀଳ ଶବ୍ଦ ବ୍ୟବହାର ଯୋଗୁ ଝିଅ ବୋହୂମାନେ ସୋସିଆଲ ମିଡ଼ିଆ ଛାଡ଼ିଥିବା ଏଥିରେ ଦର୍ଶାଯାଇଛି। ୫୮ ପ୍ରତିଶତରୁ ଅଧିକ ଝିଅ ବୋହୂ ବିଭିନ୍ନ ପ୍ରକାର ଅନ୍‌ଲାଇନ୍‌ ନିର୍ଯାତନା ସହୁଛନ୍ତି। ବ୍ରାଜିଲ୍‌, ଭାରତ, ଆମେରିକା, ନାଇଜେରିଆ, ସ୍ପେନ୍‌, ଥାଇଲାଣ୍ଡ୍‌ ସମେତ ୨୨ଟି ଦେଶରେ ଏହି ସର୍ଭେ ହୋଇଥିଲା। ସର୍ଭେରେ ୧୫ରୁ ୩୫ ବର୍ଷ ବୟସ୍କ ୧୪ ହଜାର ଝିଅ ବୋହୂଙ୍କୁ ସାମିଲ୍‌ କରାଯାଇଥିଲା। ସେମାନଙ୍କ ପ୍ରତି ଅନ୍‌ଲାଇନ୍‌ରେ ହେଉଥିବା ନିର୍ଯାତନା ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା। ୧୯ ପ୍ରତିଶତ ସେମାନଙ୍କର ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ ବନ୍ଦ କରିଦେଇଥିବା ପ୍ରକାଶ କରିଥିଲେ। ସେହିପରି ୧୦ ପ୍ରତିଶତ ବିବାହିତା ମହିଳା ସୋସିଆଲ୍‌ ମିଡ଼ିଆରେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ବଦଳାଇ ଦେଇଥିବା ସର୍ଭେ ସମୟରେ କହିଥିଲେ। ଏଭଳି ଘଟଣା ଫେସ୍‌ବୁକ୍‌ରେ ଅଧିକ ହେଉଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଫେସବୁକ୍‌ରେ ୩୯ ପ୍ରତିଶତ ଏଭଳି ଘଟଣା ଘଟୁଥିବା ବେଳେ ଇନଷ୍ଟାଗ୍ରାମ୍‌ରେ ୨୩ ପ୍ରତିଶତ, ହ୍ବାଟସ୍‌ଆପ୍‌ରେ ୧୪, ସ୍ନାପ୍‌ ଚାଟ୍‌ରେ ୧୦ ଏବଂ ଟୁଇଟରରେ ୯ ପ୍ରତିଶତ ଘଟଣା ଘଟୁଛି ବୋଲି ପ୍ଲାନ୍‌ ଇଣ୍ଟରନ୍ୟାଶନାଲର ସିଇଓ ଏନି ବିର୍ଗିଟ୍ଟି ଅଲ୍‌ବ୍ରେକ୍ଟସେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଙ୍କଟ: ସ୍ବଦେଶକୁ ଫେରିବା ପାଇଁ ୩୨ହଜାର ଭାରତୀୟ ୟୁଏଇରେ କଲେ ରେଜିଷ୍ଟ୍ରେଶନ

ଆବୁଧାବି,୧।୫: କରୋନା ଭାଇରସ୍‌ ମହାସଙ୍କଟ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି। ଅନ୍ୟ ଦେଶକୁ ରୋଜଗାର ବା ଅନ୍ୟ କାର୍ଯ୍ୟ...

ପୁଟିନ୍‌ଙ୍କ ଗିରଫ ପରଓ୍ବାନାକୁ ନେଇ ଚିନ୍ତାରେ ରୁଷିଆ

ମସ୍କୋ,୨୬ା୪ : ଯୁଦ୍ଧ ଅପରାଧ ଅଭିଯୋଗରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କ ବିରୋଧରେ ଅନ୍ତର୍ଜାତୀୟ ଫୌଜଦାରି କୋର୍ଟ (ଆଇସିସି) ଗତ ମାସରେ ଗିରଫ ପରଓ୍ବାନା ଜାରି...

ଚାଇନା ବୁଦ୍ଧି ଶିଖିଲା: ଅଧାବାଟରେ ଅଟକିଲା ଏସ୍‌-୪୦୦ ମିଜାଇଲ୍‌ ଡିଫେନ୍ସ୍‌ ସିଷ୍ଟମ

ବେଜିଂ/ମସ୍କୋ, ୨୭।୭: ଚାଇନା ଏବେ ବୁଦ୍ଧି ଶିଖିଛି। ରୁଷ୍‌ ପକ୍ଷରୁ ଚାଇନାକୁ ଏସ୍‌-୪୦୦ ମିଜାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ ଯୋଗାଇଦେବା ନେଇ ଚୁକ୍ତି ହୋଇଥିଲା। ତେବେ ଏହାର...

ଓଡେସାରେ ରୁଷିଆର ମିଶାଇଲ ମାଡ଼: ୨୧ ମୃତ

କିଭ୍‌, ୨ା୭: କୃଷ୍ଣସାଗରର ଏକ ଦ୍ୱୀପରୁ ରୁଷିଆ ସୈନ୍ୟ ପ୍ରତ୍ୟାହାରର ଦିନକ ପରେ ରୁଷିଆ ୟୁକ୍ରେନ୍‌ର ଓଡେସା ସହର ସେରହିଭ୍‌କାରେ ଏକ ବଡ଼ ଧରଣର ମିଶାଇଲ...

ଆମେରିକାରେ ବିବାହ କଲେ ଏହି ଭାରତୀୟ ଯୋଡ଼ି, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ପରିବାର

କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ବଦଳାଇ ଦେଇଛି। ବିଶେଷକରି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି। ଏମିତି ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି ଆମେରିକାରେ।...

ପାକ୍‌ ସେନା ମୁଖପାତ୍ରଙ୍କ ଖ୍ରୀଷ୍ଟମାସ ଶୁଭେଚ୍ଛା ଟୁଇଟ୍‌ : ଓଡ଼ିଶାକୁ ବଦ୍‌ନାମ ଲାଗି ପ୍ରୟାସ

ଇସ୍‌ଲାମାବାଦ, ୨୬ା୧୨: ସାରା ବିଶ୍ୱରେ ଖ୍ରୀଷ୍ଟମାସ ଧୁମ୍‌ଧାମରେ ପାଳନ କରାଯାଉ ଥିବାବେଳେ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୂରାଇ ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ...

ଅକ୍ସିଜେନ ଟାଙ୍କିରେ ବିସ୍ଫୋରଣ : ୮୨ ମୃତ

ବାଗ୍‌ଦାଦ, ୨୫।୪: ଇରାକ ରାଜଧାନୀ ବାଗ୍‌ଦାଦର ଦିୟାଲା ବ୍ରିଜ୍‌ ଅଞ୍ଚଳରେ ଥିବା ଇବ୍‌ନ ଖାଟିବ୍‌ ହସ୍ପିଟାଲରେ ଶନିବାର ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ୮୨ ଜଣଙ୍କ ମୃତ୍ୟୁ...

୩ ବର୍ଷ ପରେ ସ୍ବାମୀଙ୍କୁ ଭେଟିଲେ ସ୍ତ୍ରୀ, ପରେ ଯାହା ହେଲା ଜାଣିଲେ, ଆଖିରେ ଆସିଯିବ ଲୁହ

ଚାଇନାରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ।  ଦୀର୍ଘ ତିନି ବର୍ଷର ଅପେକ୍ଷା ପରେ ଜଣେ ରୁଷିଆ ମହିଳା...

Advertisement
Archives

Model This Week