ଡର ପ୍ରସଙ୍ଗ

ଦୈନନ୍ଦିନ ଜୀବନରେ ଊଣାଅଧିକେ ଡର ରହୁଛି, ଆମ ସମସ୍ତଙ୍କ ଭିତରେ। ବସିଲେ ଡର,ଚାଲିଲେ ଡର, ପାଟି ଖୋଲିଲେ ଡର, ନୀରବ ରହିଲେ ଡର! ସୃଷ୍ଟିର ନିୟମ କହୁଛି, ଜୀବନ ସହଜ ସରଳ ସୁସଂଗତ ଢଙ୍ଗରେ ଗତିକରିବା କଥା। ଜୀବନକୁ କେନ୍ଦ୍ର କରି ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ନିର୍ଦ୍ଦିଷ୍ଟ ରୀତିନୀତି ଦ୍ୱାରା ପରିଚାଳିତ ହେବା କଥା। ଆଉ ଏଥିରେ ଯଦି ବ୍ୟତିକ୍ରମ ଘଟୁଛି, ତାହାହେଲେ ଡରର ସୂତ୍ରପାତ୍ର ହେଉଛି।
‘ବାପରାଣ ଢେଙ୍କିଗିଳ’ ନ୍ୟାୟରେ ବେଳେବେଳେ ଆମେ ଅନ୍ୟମାନଙ୍କ ଚାପ, ପ୍ରଭାବ, କ୍ଷମତା, ପଦବୀ, ପରାକ୍ରମର ଉତ୍ପୀଡ଼ନ ହେତୁ ଡରିବାକୁ ବାଧ୍ୟ ହେଉ। ନୀତି, ଆଦର୍ଶ, ମୂଲ୍ୟବୋଧକୁ ନେଇ ବର୍ତ୍ତମାନ ସମୟରେ ବଞ୍ଚିରହିବା ବଡ଼ କଷ୍ଟକର ବ୍ୟାପାର। ସେମିତି ଦୁର୍ନୀତି, ଅନୀତି, ଭ୍ରଷ୍ଟାଚାର, ଅସାଧୁ କାରବାର ବିରୋଧରେ ସ୍ବରୋତ୍ତୋଳନ କରିବା ମଧ୍ୟ ବଡ଼ ବିପଦ। ସଚ୍ଚା, ସତ୍ୟନିଷ୍ଠ, କର୍ମଠ, ନୀତିନିଷ୍ଠ ହେବା ଅର୍ଥ ଖଣ୍ଡାଧାରରେ ଚାଲିବା। ଆମେ ଯେଉଁ କ୍ଷେତ୍ରରେ ଥାଉ ନା କାହିଁକି,ଆମକୁ ବାଧ୍ୟ କରାଯାଉଛି, ଦୁର୍ନୀତିରେ ଲିପ୍ତ ହେବାକୁ କିମ୍ବା ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ, ଅନୀତିକର କାର୍ଯ୍ୟ କରିବାକୁ। ଯଦ୍ଦ୍ବାରା ମାନସିକ ଚାପର ବଶବର୍ତ୍ତୀ ହୋଇ ଡରର ବଳୟ ଭିତରେ ଆମେ ବନ୍ଦୀ ହୋଇଯାଉଛୁ।
ଘରେ ହେଉ କି ସମାଜରେ, କର୍ମକ୍ଷେତ୍ରରେ ହେଉ କି ସଉକ, ସାଧନା କ୍ଷେତ୍ରରେ, ସାଙ୍ଗସାଥୀ, ଆତ୍ମୀୟସ୍ବଜନ, ପ୍ରିୟପରିଜନ ଆଦି ସମ୍ପର୍କର କ୍ଷେତ୍ରରେ ହେଉ କି ଚର୍ଚ୍ଚା, ଆଲୋଚନା, ଗମାତ, ଗୁଲିଖଟିର କ୍ଷେତ୍ରରେ ହେଉ ଏବେ ସବୁଠି ପରିଲକ୍ଷିତ ହେଉଛି ତ୍ରୁଟି, ବିଚ୍ୟୁତି, ବିଲକ୍ଷଣ, ବିଶୃଙ୍ଖଳା, ବିରୋଧାଭାସ! ଅତଏବ ଏଇ ଦୃଷ୍ଟିରୁ କେହିନା କେହି ଅନ୍ୟମାନଙ୍କୁ ଡରାଉଛନ୍ତି ବା କେହିନା କେହି ଅନ୍ୟମାନଙ୍କୁ ଡରୁଛନ୍ତି। ଅଫିସରେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ନିଜ କର୍ତ୍ତବ୍ୟ ଶୃଙ୍ଖଳିତଭାବେ ସମ୍ପାଦନ କରୁଥିଲେ ମଧ୍ୟ ଅହଙ୍କାରୀ ପ୍ରକୃତିର ବସ୍‌ଙ୍କର କ୍ରୋଧ, ରୋଷର ଶିକାର ହୋଇ ଡରିଥାନ୍ତି। ଅପରପକ୍ଷେ, କର୍ମକୋଢ଼ି,ବେପରୁଆ,ଠକ କର୍ମଚାରୀମାନଙ୍କର ବୃଥା ବାହାଦୁରି, ବାହୁସ୍ଫୋଟରେ ଡରୁଛନ୍ତି ବସ୍‌!
ସବୁକ୍ଷେତ୍ରରେ ପ୍ରାୟ ଏମିତି ସଙ୍ଗିନ ପରିସ୍ଥିତି!
‘ତେଲିଆ ମୁଣ୍ଡରେ ତେଲ’, ‘ମନ୍ଦକବି ଯଶପ୍ରାର୍ଥୀ’,‘ଗାଲୁଆଙ୍କ ବାରବାଟି ଚାଷ’, ‘ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ’ର ଅସମାହିତ ଓ ଅଭାବନୀୟ ପରିଣତି!
‘ଆପଣା ହସ୍ତେ ଜିହ୍ବା ଛେଦି, କେ ଅଛି ତା’ର ପ୍ରତିବାଦୀ’ ନ୍ୟାୟରେ ଅନେକ କ୍ଷେତ୍ରରେ ଆମେ ନିଜେ ନିଜ ଡରର ସୃଜକ। ନିଜ ଇଚ୍ଛାରେ ବା ନିଜ ଜ୍ଞାତସାରରେ ଭୁଲ କାମ କରି ତା’ର ପରିଣାମ ପ୍ରତି ବେପରୁଆ ହୋଇଥାଉ। ଏହା ଆମର ଅପରିଣାମଦର୍ଶିତା। ଏଇ ଅପରିଣାମଦର୍ଶିତା ପରବର୍ତ୍ତୀ ସମୟରେ ଆମକୁ ବିପଦଗ୍ରସ୍ତ କରାଏ। ଆଉ ବିପଦଗ୍ରସ୍ତ ହେଲେ ନିଜଭିତରେ ଡର ଜାତ ହେବା ନିଶ୍ଚିତ।
କେତେକ କ୍ଷେତ୍ରରେ ଆମର କୌଣସି ଭୁଲ ନ ଥାଇ ଅକାରଣେ ଛନ୍ଦି ହୋଇଯାଉ ଡରର ଇନ୍ଦ୍ରଜାଲରେ। ସାହିର ଦାଦା ଆସି ଜୁଲମ କରିବେ, ”ହଇହୋ ବାବୁ, କ’ଣ ଆମକୁ ନୂଆ ଦେଖୁଛ? ପାଟିତୁଣ୍ଡ, ଯୁକ୍ତିତର୍କ ନ କରି ଚଟାପଟ ଚାନ୍ଦା ଦେଇଦିଅ। ନୋହିଲେ ସିଧା ଉପରକୁ ଉଠେଇଦେବୁ, ହାଁ !“ କୁଜିନେତା ଆସି କହିବେ, ”ଆମ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜିତାଅ। ନଚେତ୍‌ କଥା ଖରାପ ହେବ, ଘଟଣା ଦୁର୍ଘଟଣା ରୂପ ନେବ!“ ଭେଣ୍ଡା ପୁଅ ବୟସ୍କ ବାପାଙ୍କୁ ଧମକ ଦେଉଛି,”ମୋତେ ଟଙ୍କା ଦିଅ, ବିଜ୍‌ନେସ କରିବି, ବାଇକ କିଣିବି, ମସ୍ତି, ବୋବାଲ କରିବି। ନଚେତ୍‌ ଭଙ୍ଗାଭଙ୍ଗି କରି ସବୁ ଚୂରମାର୍‌ କରିଦେବି। “ ପତିଙ୍କୁ ପତ୍ନୀଙ୍କର ଚେତାବନୀ,”ବିନା ପ୍ରତିବାଦରେ ମୋର ଯାବତୀୟ ଫରମାସି ପୂରଣ କର, ନୋହିଲେ ପତ୍ନୀ ନିର୍ଯାତନା ମାମଲାରେ ତୁମକୁ ଫସେଇଦେବି!“ ବିପରୀତ କ୍ରମ ମଧ୍ୟ ସତ୍ୟ ହେଉଛି । ଅର୍ଥାତ୍‌ ପତିଙ୍କର ପତ୍ନୀଙ୍କୁ ମଧ୍ୟ ରହୁଛି ସେମିତି କିଛି ଧମକ ବା ଚେତାବନୀ। ଏମିତି ଡର ପ୍ରକ୍ରିୟା ସଚରାଚର ଚାଲିଛି। ତେଣୁ ଡରିବା ଏକ ସ୍ବାଭାବିକ ଆବେଗ। କୌଣସି କାରଣ ନ ଥାଇ ବି ହଠାତ୍‌ ଜଣେ ଡରିଯାଇପାରେ!
ଡରିବା ଆଜିର କନସେପ୍ଟ ବା ଧାରଣା ନୁହେଁ। ଇତିହାସ ହେଉ କି ପୁରାଣଶାସ୍ତ୍ର, ପ୍ରାୟ ସବୁଠି ପ୍ରମାଣ ରହିଛି; ସମ୍ରାଟ, ରାଜା, ବାଦଶାହ, ନବାବ, ସୁଲତାନମାନେ କେଉଁଠି ନା କେଉଁଠି କାହାକୁ ନା କାହାକୁ ଡରୁଥିଲେ। ପରାକ୍ରମୀ,ଦୁର୍ଦ୍ଧର୍ଷ, ଦିଗବିଜୟୀ, ଶତ୍ରୁହନ୍ତା ହୋଇ ବି ମୂଷା, ଚୁଚୁନ୍ଦ୍ରା, ବିଲେଇ, ଝିଟିପିଟି,ଅସରପା ପରି ଇତର ପ୍ରାଣୀକୁ ଦେଖି ମଧ୍ୟ ସେମାନେ ଡରି ଯାଉଥିଲେ। ତେଣୁ ଡରିବା ସାଧାରଣ କଥା, ସହଜାତ ପ୍ରବୃତ୍ତି। ଫରକ ଏତିକି ଯେ ପୂର୍ବରୁ ଡରର ଡରତ୍ୱ ଉପରେ କାହାରି ପ୍ରଶ୍ନ ଇ ନ ଥିଲା। ଡରର ସ୍ବତନ୍ତ୍ର ପଦମର୍ଯ୍ୟାଦା ଥିଲା। ନିଜର ଗୁରୁତ୍ୱକୁ ନେଇ ଗରୀୟାନ୍‌ ଥିଲା ଡର! ହେଲେ ଏବେ ପରା ଡରରେ ଯାବତୀୟ ଭେଜାଲ। ପୂର୍ବେ ଡର ଉତ୍ପନ୍ନ ହେବାମାତ୍ରେ ଯଥେଷ୍ଟ ସତର୍କତା ରହୁଥିଲା ନିଜଭିତରେ। ଡରର ଘେରଭିତରୁ ଖସିଯିବାର ପନ୍ଥା ବାହାର କରିବା ସମ୍ଭବ ହେଉଥିଲା। ହେଲେ ଏବେ ଡରର ସ୍ବରୂପ ସର୍ବବ୍ୟାପ୍ତ ଏବଂ ସମ୍ପୂର୍ଣ୍ଣ ବିନାଶକାରୀ! ପୂର୍ବେ ଉଭୟ ଡରିବା ଲୋକ ଆଉ ଡରାଇବା ଲୋକଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ଠାକ୍‌ ରହୁଥିଲା। ତେଣୁ ଡରାଣ ପ୍ରକ୍ରିୟାରେ କୌଣସି ପ୍ରକାରର ଅନିୟମିତତା ପରିଲକ୍ଷିତ ହେଉ ନ ଥିଲା। ଅଥଚ ଏବେ ସବୁ ଓଲଟା! ଶିକ୍ଷକ ଡରୁଛନ୍ତି ଛାତ୍ରଙ୍କୁ, ଗୁରୁ ଡରୁଛନ୍ତି ଶିଷ୍ୟଙ୍କୁ, ମା’ବାପା ଡରୁଛନ୍ତି ପୁଅ ଝିଅଙ୍କୁ, ଜନତା ଡରୁଛନ୍ତି ନେତାଙ୍କୁ, ଜ୍ଞାନୀ ଅଜ୍ଞାନଙ୍କୁ, ଗଣତନ୍ତ୍ରପ୍ରେମୀ ଡରୁଛନ୍ତି ଅଗଣତାନ୍ତ୍ରିକ ତତ୍ତ୍ୱଙ୍କୁ, ପଣ୍ଡିତ ଡରୁଛନ୍ତି ମୂର୍ଖଙ୍କୁ, ସାଧୁ ଡରୁଛନ୍ତି ଖଳଙ୍କୁ, ସାହିତି୍ୟକ ଡରୁଛନ୍ତି ଅଣସାହିତି୍ୟକ ତଥା ଦଲାଲ ସଙ୍ଗଠକଙ୍କୁ!
ତେବେ ଡରିଯାଇ ପଛଘୁଞ୍ଚା ଦେବା, କାତର, କାକୁସ୍ଥ ହୋଇ ପରିସ୍ଥିତି କିମ୍ବା ପ୍ରତିପକ୍ଷ ପାଖରେ ଆତ୍ମସମର୍ପଣ କରିବା ଉଚିତ ନୁହେଁ। ଯେକୌଣସି ଆହ୍ବାନ,ସମସ୍ୟା, ପ୍ରତିବନ୍ଧକ,ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ସମୟରେ ପ୍ରଥମେ ତ ଡରିଯିବା ସ୍ବାଭାବିକ କଥା। ତା’ପରେ କିନ୍ତୁ ଶକ୍ତି, ସାହସ, ବୁଦ୍ଧି, ବିବେକ, ଜ୍ଞାନ, ଧୈର୍ଯ୍ୟର ସହ ସେସବୁକୁ ଦୃଢଭାବରେ ମୁକାବିଲା କରିବା ଉଚିତ। ପବିତ୍ର ଗ୍ରନ୍ଥ ଶ୍ରୀମଦ୍‌ ଭାଗବତରେ ଲେଖାଅଛି,‘ବୁଦ୍ଧି ବିବେକ ଜ୍ଞାନ ବଳେ। କିବା ଅସାଧ୍ୟ ମହୀତଳେ !’ କିଂ ଅଧିକଂ ?!
‘ଇନ୍ଦ୍ରଧନୁ’, ବୀମାବିହାର
ମର୍କତନଗର, କଟକ
ମୋ:୮୯୧୭୪୭୯୬୪୦


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?