ଅଭୟାରଣ୍ୟରେ ବଢ଼ୁଛି ଭୟ

ଦେଶର ସର୍ବବୃହତ୍‌ ବିଷୁବ ମଣ୍ଡଳୀୟ ଜଙ୍ଗଲ ଭାବେ ପ୍ରସିଦ୍ଧ ଶିମିଳିପାଳ। ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଅମ୍ଳଜାନ କେନ୍ଦ୍ର। ଜାତୀୟ ଉଦ୍ୟାନ,ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବେ ପରିଚିତ ଶିମିଳିପାଳ ଅଭୟାରଣ୍ୟକୁ ୟୁନେସ୍କୋ ପକ୍ଷରୁ ମିଳିଛି ବିଶ୍ୱ ଐତିହ୍ୟ ମାନ୍ୟତା। ମାତ୍ର ଜୀବଜଗତକୁ ବଞ୍ଚାଇ ରଖୁଥିବା ଏହି ଅଭୟାରଣ୍ୟରେ ଏବେ ଭୟ ରାଜୁତି କରୁଛି। ଏଠାରେ ବସବାସ କରୁଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ବନବିଭାଗ ଅବହେଳା ପ୍ରଦର୍ଶନ କରିବାରେ ଲାଗିଛି। କର୍ମଚାରୀ ଓ ଶିକାରୀମାନେ ମିଳିତ ଭାବେ ଶିକାର କରିବା ଦ୍ୱାରା ଧୀରେ ଧୀରେ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ନିୟମିତ ବ୍ୟବଧାନରେ ହାତୀ ଓ ବାଘ ଶିକାର ଚାଲିଛି। ଗୁଳି ଶବ୍ଦ ଶୁଣି ନିଜକୁ ଅସୁରକ୍ଷିତ ମନେକରୁଥିବା ହିଂସ୍ର ଓ ତୃଣଭୋଜି ଜାତୀୟ ପ୍ରାଣୀମାନେ ଜଙ୍ଗଲ ଛାଡ଼ି ଗଁା ଓ ସହରମୁହଁା ହେଉଛନ୍ତି। ସେମାନଙ୍କ ବଂଶବୃଦ୍ଧି ତଥା ସୁରକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ହେଁ ତାହା ଠିକ୍‌ ଭାବେ ବିନିଯୋଗ ହେଉ ନ ଥିବା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିିଛନ୍ତି।
୨୭୫୦ବର୍ଗ କି.ମି. ପରିଧି ମଧ୍ୟରେ ରହିଛି ଶିମିଳିପାଳ ଅଭୟାରଣ୍ୟ। ଏହାରି ଭିତରେ ୫୫ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ପ୍ରଜାତିର ପକ୍ଷୀ, ୬୨ପ୍ରକାର ସରୀସୃପ ଓ ୨୦ପ୍ରଜାତିର ଉଭୟଚର ପ୍ରାଣୀ ବସବାସ କରୁଛନ୍ତି। ଏଥିରେ ମହାବଳ, କଳାରଙ୍ଗର ମହାବଳ, କଲରାପତରିଆ ବାଘ, ଜଙ୍ଗଲୀ ବିରାଡି, ବଳିଆ କୁକୁର, ଗଧିଆ, ହାତୀ, ଭାଲୁ, ଶମ୍ବର, କୁଟୁରା, ହରିଣ, ଚୌଶିଙ୍ଗା, ଗୟଳ, ଗୁରାଣ୍ଡି, ବାର୍‌ହା, ବଜ୍ରକାପ୍ତା, ଝିଙ୍କ, ପାହାଡୀ କଇଁଛ, କୁମ୍ଭୀର ଓ ବିଷଧର ସାପ ଭଳି ସରୀସୃପ ଆଦି ବିଭିନ୍ନ ଜୀବଜନ୍ତୁ ଦେଖିବାକୁ ମିଳେ। ଏହି ବନ୍ୟପ୍ରାଣୀଙ୍କୁ ଦେଖି ପର୍ଯ୍ୟଟକମାନେ ଖୁସି ହେବା ସହ ଏହାର ସୁରକ୍ଷା ପ୍ରତି ଦାବି ଉଠାଇଛନ୍ତି। ଦିନକୁ ଦିନ ବାଘ ଛାଲ ଜବତ ହେବା ଓ ଦନ୍ତାହାତୀ ଶିକାର ଘଟଣା ପ୍ରାଣୀପ୍ରେମୀ ଓ ଆଗନ୍ତୁକମାନଙ୍କୁ କଷ୍ଟ ଦେଉଛି। ମହାବଳ ବାଘ ଓ ହାତୀ ସଂଖ୍ୟା କମୁଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି।
-ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri