ଇ-ଡେସ୍‌ପାଚ୍‌କୁ ଡର, ହ୍ବାଟ୍ସଆପ୍‌ରେ କାରବାର

ଯାଜପୁର,୧୦।୭(ହର୍ଷବର୍ଦ୍ଧନ ବେହେରା):ରାଜ୍ୟ ସରକାର ଦୁର୍ନୀତିର ମୂଳୋତ୍ପାଟନ କରି ଲୋକଙ୍କ ମୁଖ୍ୟମନ୍ତ୍ରୀ ତଥା ସ୍ବଚ୍ଛ ସରକାର ଗଢ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହିସବୁ ପ୍ରଚାର ସର୍ବସ୍ବ ହେଉଛି। ନିଜର ଅପାରଗତାକୁ ଲୁଚାଇବାକୁ ଇ-ଡେସ୍‌ପାଚ୍‌ ଓ ଜିଲା ୱେବପୋର୍ଟାଲକୁ ନବୀକରଣ କରାଯାଉ ନାହିଁ। ଡେସ୍‌ପାଚ୍‌ କ୍ଷେତ୍ରରେ ଅତି ଚାଲାକି ଭାବେ ନମ୍ବର ସିନା ବଢୁଛି ହେଲେ ବାସ୍ତବରେ ଚିଠିପତ୍ର ପଡୁନି। ଏଥିରେ ସର୍ବାଗ୍ରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଅବକାରୀ, ପରିବହନ, ଯୋଗାଣ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସ୍‌ଏସ୍‌), ଜିଲା ଶିଳ୍ପ କେନ୍ଦ୍ର, ବ୍ୟାସନଗର ଓ ଯାଜପୁର ପୌର ପରିଷଦ, ଜିଲା ଶିଳ୍ପ, ପୂର୍ତ୍ତ ଆଦି ବିଭାଗ ଆଗରେ ରହିଛି। ଫଳରେ ତଥ୍ୟ ଆବଶ୍ୟକ କରୁଥିବା ସାଧାରଣ ଜନତା ଏନେଇ ପ୍ରଶ୍ନ ଉଠାଇଛନ୍ତି।
ବିଭାଗୀୟ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ରାଜ୍ୟ ସରକାର ପ୍ରାୟ ୧୨ ବର୍ଷ ତଳେ ଇ-ଡେସ୍‌ପାଚ୍‌ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏଥିରେ ରାଜ୍ୟର ସମସ୍ତ ବିଭାଗର ଚିଠିପତ୍ର ଆଦାନ ପ୍ରଦାନ ସହ ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ପ୍ରତିଦିନ ଅପ୍‌ଡେଟ୍‌ ହେବାକୁ ନିର୍ଦ୍ଦେଶ ରହିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକେ ଯେପରି ଜାଣିପାରିବେ, ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। କିନ୍ତୁ ଯାଜପୁର ଜିଲା ପ୍ରଶାସନ ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟରେ ବ୍ୟତିକ୍ରମ ସୃଷ୍ଟି କରିବା ସହ କେବଳ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ପ୍ରଚାର କରୁଛନ୍ତି। ଏହି ଇ-ଡେସ୍‌ପାଚ୍‌ ଓ ୱେବପୋର୍ଟାଲ ଦାୟିତ୍ୱରେ ଥିବା ଭୁବନେଶ୍ୱରର ଅଧିକାରୀମାନେ ନିୟମିତ ବ୍ୟବଧାନରେ ଏନେଇ ସମୀକ୍ଷା ନ କରି ଆଖି ବୁଜି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏହା ତଦନ୍ତ ସାପେକ୍ଷ ବୋଲି ମତପ୍ରକାଶ ପାଇଛି। ସରକାର ଏଥିପ୍ରତି ଧ୍ୟାନ ଦେବେ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।
ସୂଚନା ଅନୁଯାୟୀ, ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ସୁଦ୍ଧା ୨୫୨୩ଟିି ଚିଠିପତ୍ର ଡେସ୍‌ପାଚ୍‌ ହୋଇଥିବାବେଳେ ୮୩୯୯୫ଟି ଚିଠି ରିସିଭ ହୋଇଛି। କିନ୍ତୁ ବାସ୍ତବରେ ଗତ ପ୍ରାୟ ୫ ବର୍ଷ ହେବ ଗୋଟିଏ ବି ଚିଠି ଇ-ଡେସ୍‌ପାଚ୍‌ ହୋଇନାହିଁ।ଶେଷଚିଠି ୨୦୧୯ ନଭେମ୍ବର ୭ ତାରିଖରେ ଡେସ୍‌ପାଚ୍‌ ହୋଇଥିବା ଦେଖିବାକୁ ମିଳିଛି। ଏପରି କି ରିସିଭ କ୍ଷେତ୍ରରେ ମଧ୍ୟ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ନିୟମିତ ଚିଠିପତ୍ର ଆଦାନ ପ୍ରଦାନ ହେଉ ନ ଥିବା ଦେଖିବାକୁ ମିଳିଛି। ଏହାବାଦ୍‌ ଯାଜପୁର ୱେବପୋର୍ଟାଲରେ ମଧ୍ୟ ବହୁ ଗୁରୁତ୍ୱପୂଣ୍ଣର୍ର୍ ତଥ୍ୟ ଦିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି। ରାଜ୍ୟର ଅନ୍ୟ ଜିଲା ଅପେକ୍ଷା ଯାଜପୁର ଜିଲା ପ୍ରଶାସନ କେଉଁ କାରଣରୁ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଉଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏଥିଯୋଗୁ ରାଜ୍ୟ ସରକାର କେତେକାଂଶରେ ସାଧାରଣ ଲୋକଙ୍କ ଆସ୍ଥା ହରାଇଥିବା ମନେ ହେଉଛି। ଅନ୍ୟପକ୍ଷେ ଜିଲା ଶିଳ୍ପ କେନ୍ଦ୍ରରେ ଚିଠି ଡେସ୍‌ପାଚ୍‌ ୨୩ା୧୦ା୨୦୧୯ରୁ ବନ୍ଦ ପଡିଛି। ଡେପୁଟି ଡାଇରେକ୍ଟର ଅଫ୍‌ ଏଗ୍ରିକଲଚର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋପରେଟିଭ ସୋସାଇଟି, ଅବକାରୀ ସୁପରିଟେଣ୍ଡେଣ୍ଟ, ଜିଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗରେ ଶୂନ ପତ୍ର ପ୍ରେରଣ କରାଯାଇଛି। ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ, ଆସିଷ୍ଟାଣ୍ଟ ଡେପୁଟି ଡାଇରେକ୍ଟର ଅଫ୍‌ ହର୍ଟିକଲଚର, ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ, ଯାଜପୁର ଓ ଚଣ୍ଡିଖୋଲ ଆରଟିଓ, ଯାଜପୁର ଓ ବ୍ୟାସନଗର ମ୍ୟୁନିସିପାଲିଟି, ଚଣ୍ଡିଖୋଲ ଆରଡବ୍ଲ୍ୟୁଏସ୍‌ଏସ୍‌ ଆଦି ବିଭାଗରେ ନମ୍ବର ବଢୁଛି ସତ ହେଲେ ଦୀର୍ଘ ସମୟ ହେବ ଚିଠିପତ୍ର ଦିଶୁନାହିଁ। ଏଭଳି ଭାବେ ଜିଲାବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନିରାଶ କରାଯାଉଛି ବୋଲି ମତପ୍ରକାଶ ପାଇଛି । ଇ-ଡେସ୍‌ପାଚ୍‌ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବେ ଏକ କମ୍ପ୍ୟୁଟର ସଂସ୍ଥାଙ୍କୁ ନିୟୋଜିତ କରାଯାଇଛି। ଉକ୍ତ ସଂସ୍ଥା ପାଇଁ ପ୍ରତି ମାସରେ ବିପୁଳ ଅର୍ଥ ଶ୍ରାଦ୍ଧ ବି ହେଉଛି। ଏହାସତ୍ତ୍ବେ ବିଭାଗୀୟ ଚିଠି ଓ ନିର୍ଦ୍ଦେଶାବଳୀ ଆଦି ସେହି ପୁରୁଣା ଢଙ୍ଗରେ ଫାଇଲରୁ ଫାଇଲକୁ ବୁଲୁଛି । ଏବେ କେତେକ ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ର ହ୍ବାଟ୍ସଆପ୍‌ ଗ୍ରୁପରେ ଆଦାନପ୍ରଦାନ ହେଉଥିବା ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ନିଖିଳ ପବନ କଲ୍ୟାଣଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ମଙ୍ଗଳବାର ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri