୧୧୨୦ ଦୋକାନରେ ମିଳିବ ଫାଭିପିରାଭିର୍‌

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): କରୋନା ଆକ୍ରାନ୍ତ ଚିକିତ୍ସା କ୍ଷେତ୍ରରେ ଫାଭିପିରାଭିର୍‌ ଔଷଧ ବ୍ୟବହାର କରାଯାଉଛି। ବିଶେଷକରି ହାମ୍‌ କ୍ୱାରାଣ୍ଟାଇନରେ ଥିବା ସଂକ୍ରମିତମାନେ ଏହି ଔଷଧ ଖାଇବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସରକାରୀ ସ୍ତରରେ ଫାଭିପିରାଭିର୍‌ ଟାବଲେଟ୍‌ ଦିଆଯାଉଥିବାବେଳେ ଡ୍ରଗ୍ସ ଓ କସ୍‌ମେଟିକ୍ସ ଆଇନ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ଔଷଧ ଦୋକାନରେ ବିକ୍ରି ପାଇଁ ମଧ୍ୟ ଅନୁମତି ମିଳିଛି। ପୂର୍ବରୁ ରାଜ୍ୟର ୩ଶହଟି ଲାଇସେନ୍ସପ୍ରାପ୍ତ ଦୋକାନରେ ଫାଭିପିରାଭିର୍‌ ଉପଲବ୍ଧ ହୋଇଥିବାବେଳେ ଏବେ ଏହି ସଂଖ୍ୟା ୧୧୨୦କୁ ବୃଦ୍ଧି କରାଯାଇଛି। ଏନେଇ ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯିବା ସହ ନୂଆ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି।
ତେବେ କେଉଁ ସ୍ଥାନରେ କେତେ ସଂଖ୍ୟକ ଔଷଧ ଦୋକାନରେ ଏହା ଉପଲବ୍ଧ ହେବ ତାହା ନିର୍ଦ୍ଦେଶାଳୟ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଅତି ବେଶିରେ ୪୦ଟି ଲେଖାଏ ଔଷଧ ଦୋକାନରେ ଫାବିଫିରାଭିର୍‌ ଉପଲବ୍ଧ ହେବ। ସେହିପରି ଅନୁଗୋଳ, ମୟୂରଭଞ୍ଜ ଓ ସମ୍ବଲପୁର ଜିଲାରେ ସର୍ବାଧିକ ୬୦ଟି ଲେଖାଏ ଦୋକାନରେ ଏହି ଔଷଧ ବିକ୍ରି ପାଇଁ ଅନୁମତି ମିଳିଥିବାବେଳେ ସୁନ୍ଦରଗଡ଼, ବଲାଙ୍ଗୀର ଓ ଢେଙ୍କାନାଳରେ ୫୦ ଲେଖାଏ, ବାଲେଶ୍ୱର, କଳାହାଣ୍ଡି, କେନ୍ଦୁଝର ଓ ବରଗଡ଼ରେ ୪୦ ଲେଖାଏ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼, ପୁରୀ, ଭଦ୍ରକ ଓ ସୋନପୁରରେ ୩୦ଟି ଲେଖାଏ, ଫୁଲବାଣୀ ଓ ରାୟଗଡ଼ାରେ ୨୫ ଲେଖାଏ, କଟକ, ଖୋର୍ଦ୍ଧା ଓ ଗଞ୍ଜାମରେ ୨୦ ଲେଖାଏ, ଗଜପତି, ମାଲକାନଗିରି, ନୂଆପଡ଼ା ଓ ନବରଙ୍ଗପୁରରେ ୧୫ ଲେଖାଏ ଏବଂ ବୌଦ୍ଧ ଓ ଦେବଗଡ଼ରେ ସର୍ବାଧିକ ୧୦ଟି ଲେଖାଏ ଔଷଧ ଦୋକାନରେ ଫାଭିପିରାଭିର୍‌ ଔଷଧ ବିକ୍ରି ହୋଇପାରିବ। କେଉଁ ଔଷଧ ଦୋକାନକୁ ଏଥିପାଇଁ ଅନୁମତି ଦିଆଯିବ ଡ୍ରଗ୍ସ ଇନ୍ସପେକ୍ଟରମାନେ ତାହା ଚିହ୍ନଟ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?