ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ମାଡ଼: ଜେଲ୍‌ ଗଲେ ବାପା, ପୁଅ

ରୂପ୍‌ସା,୧୩।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡ଼ା ପଞ୍ଚାୟତ ଅନ୍ତର୍ଗତ ଉପର ବାରାପାଳ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା (ନଂ. ୮୭/୨୦) ରୁଜୁ କରି ଅଭିଯୁକ୍ତ ବାପା ଗଜେନ୍ଦ୍ର ବେହେରା ଓ ତାଙ୍କ ପୁଅ ଟୁଟୁ ବେହେରାଙ୍କୁ ସୋମବାର ଗିରଫ କରିଛି।
ପୋଲିସ କହିଛି, ଟୁଟୁ ସ୍ତ୍ରୀଙ୍କ ଦେହ ଅସୁସ୍ଥ ଥିଲା। ଏକମାସ ଧରି ଜ୍ୱର ନ ଛାଡ଼ିବାରୁ ସେହି ଗ୍ରାମର ବୃଦ୍ଧା ତୁଳସୀ ମୁର୍ମୁଙ୍କୁ ଡାହାଣୀ ସନ୍ଦେହରେ ଗତ ୯ ତାରିଖରେ ଗଜେନ୍ଦ୍ର ବେହେରା ଓ ତାଙ୍କ ପୁଅ ମିଶି ବାନ୍ଧି ପକାଇ ନିର୍ଦ୍ଧୁମ୍‌ ମାଡ଼ ମାରିଥିବା ଏତଲାରେ ଦର୍ଶାଯାଇଛି। ଗ୍ରାମବାସୀ ଓ ୱାର୍ଡସଭ୍ୟାଙ୍କ ଉପସ୍ଥିତିରେ ଘଟଣାର ସମାଧାନ ନ ହେବାରୁ ତୁଳସୀ ମୁର୍ମୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଏସ୍‌ଆଇ ନରହରି ମହାଳିକ ଅଭିଯୁକ୍ତଙ୍କ ଘରେ ରାତିରେ ଚଢ଼ାଉ କରି ଉଭୟ ବାପାପୁଅଙ୍କୁ ଗିରଫ କରିଥିଲେ। ଉଭୟଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri