Posted inଫୁରସତ

୨ ବର୍ଷର ଶିଶୁପୁତ୍ରକୁ ବିକି ଗର୍ଲଫ୍ରେଣ୍ଡଙ୍କ ସହ ବୁଲିବାକୁ ଗଲେ ଏହି ବ୍ୟକ୍ତି

ବେଜିଂ,୪।୫: ଚାଇନାର ଏକ ପିଶାଚ ପିତା ଦୁଇ ବର୍ଷର ଶିଶୁପୁତ୍ରକୁ ବିକି ଗର୍ଲଫ୍ରେଣ୍ଡଙ୍କ ସହ ବିଦେଶ ବୁଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ ପିଲାର ଦେଖାଶୁଣା କରିବା ପାଇଁ ରାୟ ହୋଇଥିଲା। ସବୁବେଳେ ସ୍ତ୍ରୀଙ୍କ ସହ ଝଗଡ଼ା ଲାଗି ରହୁଥିଲା। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ପରେ ବ୍ୟକ୍ତିଜଣକ କାମ କରିବାକୁ ଅନ୍ୟ ଏକ ସହରକୁ ଚାଲିଗଲେ। ପରେ ଆସି ପୁଅକୁ ସାଥୀରେ ନେଇ ଚାଙ୍ଗୁସ ସହରରେ ଏକ ଦମ୍ପତିଙ୍କୁ ବିକି ଦେଇଥିଲେ। ପରେ ଏହି ପଇସାରେ ଗର୍ଲଫ୍ରେଣ୍ଡଙ୍କୁ ସହ ଦେଶ ଭ୍ରମଣରେ ବାହାରିପଡ଼ିଲେ।

କିଛିଦିନ ପର୍ଯ୍ୟନ୍ତ ଯେତେବେଳେ ପୁଅ ଫେରିଲେ ନାହିଁ ସେତେବେଳେ ମା’ ପୋଲିସରେ ସୂଚନା ଦେଇଥିଲେ। ପରେ ପୋଲିସ ଯାଞ୍ଚ କରି ଏହି ବ୍ୟକ୍ତିଙ୍କୁ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ଏହି ବ୍ୟକ୍ତିଜଣକ ଦୁଇ ଝିଇଙ୍କୁ କୌଣସି ଏକ ପରିବାରକୁ ବିକି ଦେଇଥିଲେ। ପୋଲିସ ଏହି ଘଟଣାର ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଚଢେଇ ହୁଡେଡ ପିତୋହୋଇ

ପପୁଆ ନୁଉଗିନିରେ ଦେଖିବାକୁ ମିଳନ୍ତି କଳା ଓ ବାଦାମୀ ରଙ୍ଗର ଏକ ସୁନ୍ଦର ଛୋଟିଆ ଚଢେଇ, ଯାହାର ନାଁ ହୁଡେଡ ପିତୋହୋଇ। ଦେଖିବାକୁ ସୁନ୍ଦର ହେଲେ...

ଗାଈକୁ ନେଇ ମହିଳା ଆଇଏଏସ୍‌, ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଝଗଡା

ଗାନ୍ଧୀନଗର, ୨୨।୧: ଗୁଜରାଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କ ମଧ୍ୟରେ ଝଗଡା ଲାଗିଛି। ଝଗଡା ପ୍ରଶମିତ କରିବା...

ମୋଦି-ରାହୁଲଙ୍କ ଉପରେ କ’ଣ ରହିବ ସୂର୍ଯ୍ୟ ପରାଗର ପ୍ରଭାବ

ନୂଆଦିଲ୍ଲୀ: ଜୁନ୍‌ ୨୧ରେ ପଡୁଥିବା ସୂର୍ଯ୍ୟ ପରାଗକୁ ନେଇ ଜ୍ୟୋତିର୍ବିଦମାନେ ନାନା ଗଣନା କରିଛନ୍ତି। ଏହି ସୂର୍ଯ୍ୟ ପରାଗର ପ୍ରଭାବ କିଛି ରାଶି ଉପରେ ଭଲ...

ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର...

ବ୍ରିଟେନ ପ୍ରଧାନମନ୍ତ୍ରୀ ଚଳାଇଲେ ଭାରତୀୟ କମ୍ପାନୀର ସାଇକେଲ, ଜାଣନ୍ତୁ କାହିଁକି

ଲଣ୍ଡନ,୩୦ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ‘ମେଡ ଇନ୍‌ ଇଣ୍ଡିଆ’ ଅର୍ଥାତ୍‌ ଭାରତୀୟ କମ୍ପାନୀର ସାଇକେଲ ଚଲାଉଥିବା ନଜର ଆସିଛନ୍ତି। ଜନସନ କୋଭିଡ୍‌ -୧୯ ସହିତ...

୫୦୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ଏହି ଜେପିଇଜି ଫାଇଲ୍‌

ଆମେରିକାର ବିପଲ ନାମକ ଜଣେ ଆର୍ଟିଷ୍ଟଙ୍କ ଏକ ଡିଜିଟାଲ ଫାଇଲ୍‌(ଜେପିଇଜି) ୫୦୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ଫଟୋରେ ବିଭିନ୍ନ ଡିଜିଟାଲ ଫଟୋ ରହିଛି।...

କରୋନା ଆକ୍ରାନ୍ତଙ୍କ ସ୍ମୃତିଶକ୍ତି ହ୍ରାସ ପାଉଛି, ମନରେ ସୃଷ୍ଟି ହେଉଛି ଭ୍ରମ !

ଆନାପୋଲିସ୍‌, ୨୭।୯: କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରେ ଏବେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। ଏନେଇ ମେରୀଲାଣ୍ଡର ଜନ୍‌ ହପକିନ୍ସ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ...

ପ୍ରଥମ ଦରମା ଥିଲା ୨୦ଟଙ୍କା: ଲୋକପ୍ରିୟ ବିଜ୍ଞାନ ଲେଖକ ଶରତ ଚନ୍ଦ୍ର ମିଶ୍ର

ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଆର୍ମଳା ଗାଁରେ ମୋ ଜନ୍ମ। ରେମୁଣା ହାଇସ୍କୁଲ୍‌ରୁ ୧୯୭୧ ମସିହାରେ ମାଟ୍ରିକ୍‌ ପାସ୍‌ କରି ଫକୀର ମୋହନ କଲେଜରେ...

Advertisement
Archives

Model This Week