Posted inଫୁରସତ

ସ୍ତ୍ରୀ ଜାଣିପାରିବେ ନାହିଁ ବୋଲି ପ୍ରେମିକାଙ୍କ ନାଁରେ ଝିଅଙ୍କ ନାମ ରଖିଦେଲେ ବ୍ୟକ୍ତି; ପରେ ଯାହା ହେଲା ଜାଣିଲେ…

ନୂଆଦିଲ୍ଲୀ: ମାତାପିତାମାନେ ବହୁତ ଭାବିଚିନ୍ତି ନିଜ ସନ୍ତାନର ନାମ ସ୍ଥିର କରିଥାନ୍ତି। କିଛି ଲୋକ ସେମାନଙ୍କ ପିଲାମାନଙ୍କ ନାମ ସମସ୍ତଙ୍କଠାରୁ ଅଲଗା ରଖିବାକୁ ଚାହୁଁଥିବା ବେଳେ କିଛି ସେମାନଙ୍କର ଆଦର୍ଶ ଏବଂ ବିଚାରକୁ ନେଇ ନାମ ବାଛନ୍ତି। ତେବେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କ ନାମରେ ନିଜ ଝିଅର ନାମ ରଖିବାକୁ ନେଇ ଏବେ ଚର୍ଚ୍ଚାରେ। ଏପରି କରି ସେ ବାହାରେ ଥିବା ତାଙ୍କର ଅନୈତିକ ସମ୍ପର୍କ ବିଷୟରେ ଲୁଚାଇବାକୁ ଚାହୁଁଥିଲେ। ହେଲେ ଶିଶୁଜନ୍ମର କିଛି ମାସ ପରେ ସବୁକିଛି ଜଣାପଡ଼ିଯାଇଥିଲା। ଏହାକୁ ନେଇ ଘରେ ତୁମୁଳକାଣ୍ଡ ମଧ୍ୟ ହୋଇଥିଲା।

ଘଟଣାଟି ଆମେରିକାର କେଣ୍ଟୁକି ଅଞ୍ଚଳର। ନିଜ ନାମକୁ ନେଇ ଏହି ଘଟଣା ବିଷୟରେ ପ୍ରକାଶ କରିଛନ୍ତି ଉକ୍ତ ଯୁବତୀ, ଯାହାଙ୍କ ନାମ ତାଙ୍କ ବାପା ନିଜ ପ୍ରେମିକାଙ୍କ ନାମରେ ରଖିଥିଲେ। ସେ ଜନ୍ମ ହେବା ସମୟରେ ମାତାପିତା ଭିନ୍ନ ନିଷ୍ପତ୍ତି ନେଇଥିଲେ। ଯଦି ପୁଅ ହୁଏ ତେବେ ତାର ନାମ ମା’ ରଖିବେ ଏବଂ ଯଦି ଝିଅ ହୁଏ ତେବେ ତାର ନାମ ବାପା ରଖିବେ ବୋଲି ସ୍ଥିର ହୋଇଥିଲା। ସେ ଜନ୍ମ ହେବା ପରେ ତାଙ୍କ ବାପା ଡାକ୍ତରଖାନାର କାଗଜପତ୍ରରେ ତାଙ୍କ ନାମ ‘ଖ୍ରିଷ୍ଟିନା’ ରଖିଥିଲେ। ମା’ ମଧ୍ୟ ନାମକୁ ନେଇ ଆପତ୍ତି ଉଠାଇ ନ ଥିଲେ। କାରଣ ସେ ଏଭଳି ନାମକରଣ ପଛର କାହାଣୀ ଜାଣି ନ ଥିଲେ। ସବୁକିଛି ଠିକ୍‌ ଚାଲିଥିବା ବେଳେ କିଛି ମାସ ପରେ ସ୍ବାମୀ ତାଙ୍କୁ ପ୍ରତାରଣା କରୁଥିବା ଖ୍ରିଷ୍ଟିନାଙ୍କ ମା’ ଜାଣିବାକୁ ପାଇଥିଲେ। କେବେ ଯଦି ପ୍ରେମିକାଙ୍କ ବିଷୟରେ କିଛି ମୁହଁରୁ ବାହାରିଯାଏ ଓ ସ୍ତ୍ରୀ ପ୍ରଶ୍ନ କରନ୍ତି ତେବେ ସେ ଝିଅଙ୍କ ବିଷୟରେ କହୁଥିବା ସଫେଇ ଦେବାକୁ ଝିଅଙ୍କ ନାମ ରଖିଥିବା ସେ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ସେ ରାଗରେ ଲାଲ ପଡ଼ିଯାଇଥିଲେ। ତା‘ପରେ ଯାହା ଘଟିଥିବ ଅନୁମାନ କରାଯାଇପାରେ ବୋଲି ଖ୍ରିଷ୍ଟିନା କହିଛନ୍ତି। ଯୁବତୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri