ମୃତ୍ୟୁ ପୂର୍ବରୁ ୭୩୬ ଟଙ୍କା ମା’କୁ ଦେଇ ଯାଇଥିଲେ ବାପା: ପୁଅ ବିୟର ସହ ପୂରା କଲା କାହାଣୀ

ସାଧାରଣତଃ କୌଣସି ମାତାପିତା ଚାହାନ୍ତି ନାହିଁ ସେମାନଙ୍କ ପୁଅ ନିଶା ସେବନ କରୁ, ମାତ୍ର ସୋସିଆଲ ମିଡିଆରେ ଏଭଳି ବାପା ପୁଅଙ୍କ କାହାଣୀ ଭାଇରାଲ ହେଉଛି। ଜଣେ ବାପା ତାଙ୍କ ମୃତ୍ୟୁ ପୂର୍ବରୁ ୭୩୬ ଟଙ୍କା ସ୍ତ୍ରୀକୁ ଦେଇଥିଲେ। କାରଣ ସ୍ତ୍ରୀ ହିଁ ସେହି ଟଙ୍କା କିଛି ପୁଅକୁ ଦେଇପାରିବେ। ଆଉ ସେହି ଟଙ୍କାରେ ପୁଅକୁ ୨୧ ବର୍ଷ ହେଲେ ସେ ପ୍ରଥମେ ବିୟର ପିଇପାରିବ ବୋଲି ବାପା ଚାହୁଁଥିଲେ । ତେବେ ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ …

ଯେତେବେଳେ ମ୍ୟାଟ ଗୁଡମ୍ୟାନ ନାମକ ଏହି ବାଳକଙ୍କୁ ୨୧ ବର୍ଷ ହେଲା, ସେତେବେଳେ ସେ ଭାବିଥିଲେ ଯେ, ତାଙ୍କ ପିତା ଆଜି ତାଙ୍କ ସହ ପାର୍ଟି କରିବାକୁ ଉପସ୍ଥିତ ଥାନ୍ତେ କି । କିନ୍ତୁ ତାଙ୍କର କୌଣସି ଧାରଣା ନ ଥିଲା ଯେ, ବାପା, ତାଙ୍କ ମୃତ୍ୟୁ ପୂର୍ବରୁ ମ୍ୟାଟଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା କରିଥିଲେ।

ଆମେରିକାର ମାସାଚୁସେଟ୍ସରେ ରହୁଥିବା ମ୍ୟାଟଙ୍କ ବାପା ଜନ୍‌ ଗୁଡମ୍ୟାନଙ୍କର ୬ ବର୍ଷ ତଳେ କ୍ୟାନ୍‌ସରରେ ମୃତ୍ୟୁ ହୋଇଥିଲା। ତାହା ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କୁ ୭୩୬ ଟଙ୍କା ଦେଇଥିଲେ; ଯାହାଦ୍ୱାରା ପୁଅକୁ ୨୧ ବର୍ଷ ହେଲେ ସେ ପ୍ରଥମ ଥର ପାଇଁ ଏହି ଟଙ୍କାରେ ବିୟର ପିଇପାରିବ।

ବାପାଙ୍କ ମୃତ୍ୟୁ ପରେ ମଧ୍ୟ ମ୍ୟାଟଙ୍କ ମା’ ଏବଂ ଭଉଣୀ ଏହି ରହସ୍ୟ ଲୁଚାଇ ରଖିଥିଲେ। ଶେଷରେ, ୨୧ ବର୍ଷ ବୟସରେ ମ୍ୟାଟଙ୍କୁ ବିୟର ପିଇବା ପାଇଁ ବାପା ଦେଇଥିବା ଟଙ୍କା ଦିଆଯାଇଥିଲା। ଡିସେମ୍ବରରେ ମ୍ୟାଟ ମାସାଚୁସେଟ୍ସରେ ତାଙ୍କର ମଦ୍ୟପାନ ବୟସ (୨୧ ବର୍ଷ) ହେବାର ୁବାପାଙ୍କ ଟଙ୍କା ଖର୍ଚ୍ଚ କରିଥିଲେ।

ପରେ ମ୍ୟାଟ ଟୁଇଟରରେ ବାପାଙ୍କ ଟଙ୍କା ସହିତ ବିୟର ପିଇବାର କାହାଣୀ ଶେୟାର କରିଥିଲେ। ଏହି ଟୁଇଟର ଭାଇରାଲ ହେବାରେ ଲାଗିଲା।
ଏହା ପରେ ବିୟର କମ୍ପାନୀ ମ୍ୟାଟଙ୍କ ପାଖକୁ ୮ କାର୍ଟୁନ ବିୟର ପଠାଇଥିଲା।

ବାପାଙ୍କ ଇଚ୍ଛା ପୂରା କଲା ପୁଅ


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଭିତରେ ଥାଇ ଏମିତି ଚତୁରତା ଦେଖାଉଛି ସାମୁଦ୍ରିକ ଜୀବ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ରାହୁଲଙ୍କ ଭବିଷ୍ୟତ ପାଇଁ ବିପଦ ନ ଥିଲେ ମନମୋହନ, ସେଥିପାଇଁ ସୋନିଆ କରିଥିଲେ ପ୍ରଧାନମନ୍ତ୍ରୀ: ଓବାମା

ୱାଶିଂଟନ/ନୂଆଦିଲ୍ଲୀ,୧୭ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ର୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ସୋନିଆ...

ରୁଷିଆ ଆକ୍ରମଣ ବନ୍ଦ କରୁ: ଆଇସିଜେ

ହେଗ୍‌, ୧୭ା୩: ରୁଷିଆ ତୁରନ୍ତ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁ ବୋଲି ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ନିର୍ଦ୍ଦେଶ...

ଗଧ ମେଳା କରି ଆର୍ଥିକ ସ୍ଥିତି ସୁଧାରିବାକୁ ଚାହୁଁଛି ପାକିସ୍ତାନ

ଇସ୍‌ଲାମାବାଦ,୧୪।୯: ଭାରତରେ କାହାକୁ ଗଧ କହିଦେଲେ ପରିସ୍ଥିତି ଖରାପ ହୋଇଯାଇଥାଏ। ହେଲେ ପାକିସ୍ତାନ ଏବେ ଏହି ଗଧକୁ ତା’ର ରୋଜଗାରର ପ୍ରମୁଖ ମାଧ୍ୟମ ବୋଲି ଧରି...

ନଓ୍ବାଜଙ୍କୁ ପ୍ରଧାନମନ୍ତ୍ରୀ କହିଲେ ବାଚସ୍ପତି

ଇସଲାମାବାଦ,୧୨ା୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଶେହବାଜ ଶରିଫ୍‌ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବାଚସ୍ପତି ଆୟାଜ୍‌ ସାଦିକ୍‌ ଭୁଲ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ନାଁ...

ଏଲିୟନଙ୍କୁ ନେଇ ବଡ ଖୁଲାସା: ଅସ୍ଥିତ୍ୱ ସତ୍ୟ, ଏଥିପାଇଁ ସେମାନେ ରହସ୍ୟ

ନୂଆଦିଲ୍ଲୀ,୮।୧୨: ମହାକାଶର ଅନେକ ଫର୍ଦ୍ଦ ଆଜିବି ରହସ୍ୟାବୃତ। ତନ୍ମଧ୍ୟରୁ ଏଲିୟନମାନଙ୍କ ଅବସ୍ଥିତି ଗୋଟିଏ। ତେବେ ସେମାନଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଇସ୍ରାଏଲର ପୂର୍ବତନ ଜେନେରାଲ...

ଦୌଡ଼ରୁ ଓହରିଲେ ବ୍ଲୁମ୍‌ବର୍ଗ

ଓ୍ବାଶିଂଟନ,୫ା୩: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଉଦ୍ଦିଷ୍ଟ ଡେମୋକ୍ରାଟିକ୍‌ ପ୍ରାଇମେରି ପ୍ରସେସ୍‌ ‘ସୁପର ଟ୍ୟୁଜ୍‌ଡେ’ ଦୁର୍ବଳ ପ୍ରଦର୍ଶନ ପରେ ଦୌଡ଼ରୁ ଓହରିଯାଇଛନ୍ତି ବିଲିଅନାରି...

ନ୍ୟୁୟର୍କରେ ରେଷ୍ଟୁରାଣ୍ଟ୍‌ ଖୋଲିଲେ ଦେଶୀ ଗର୍ଲ

ନ୍ୟୁୟର୍କ,୭।୩: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ଏକ ଭାରତୀୟ ରେଷ୍ଟୁରାଣ୍ଟ୍‌ ଖୋଲିଛନ୍ତି। ଏହାର ନାମ ସେ ସୋନା ରଖିଛନ୍ତି। ରେଷ୍ଟୁରାଣ୍ଟ୍‌ର ଫଟୋ ସେ ସୋସିଆଲ୍‌...

Advertisement
Archives

Model This Week