Posted inଜାତୀୟ

ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ, ଆଉ ତା’ପରେ

ଫତେହପୁର,୨୩।୧୦: ଉତ୍ତର ପ୍ରଦେଶର ଫତେପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କୁ ଭେଟିବାକୁ ଆସିଥିବା ପ୍ରେମିକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ଆରପୁର ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ମାମଲାରେ ଯୁବତୀଙ୍କ ବାପାଙ୍କ ସମେତ ୪ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। କିନ୍ତୁ ଘଟଣା ପରଠାରୁ ସମସ୍ତ ଅଭିଯୁକ୍ତ ଘରେ ତାଲା ପକାଇ ଘଟଣାସ୍ଥଳରୁ ଫେରାର ଅଛନ୍ତି।
ଅରୁପୁର ଗ୍ରାମରେ ରହୁଥିବା ଅନିରୁଦ୍ଧ ନାମକ ଜଣେ ଯୁବକ ନିଜ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଘଟଣା ଦିନ ୨୫ ବର୍ଷୀୟ ଅନିରୁଦ୍ଧ ତାଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ଅନିରୁଦ୍ଧ ଏକ କୋଠରୀରେ ତାଙ୍କ ପ୍ରେମିକାଙ୍କୁ ଭେଟୁଥିବାବେଳେ ହଠାତ୍‌ ଯୁବତୀଙ୍କ ପରିବାର ସଦସ୍ୟ ଦେଖିଦେଇଥିଲେ। ଏହାପରେ ସେମାନେ ଅନିରୁଦ୍ଧଙ୍କୁ ବାହାର କରି ଜୋରରେ ପିଟିଥିଲେ। ସେ ବାରମ୍ବାର କ୍ଷମା ମାଗିବାଥିଲେ ମଧ୍ୟ ଯୁବତୀଙ୍କ ପରିବାର ତାଙ୍କୁ ନିର୍ଦ୍ଦୟ ଭାବରେ ପିଟିଥିଲେ। ଯୁବକଙ୍କ ପରିବାରୟ ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲା ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ…

Video: ନେପାଳ ବନ୍ୟା ପରେ ମିଳିଲା କୋଟି କୋଟି ଟଙ୍କାର ସୁନା; ୮ ଘଣ୍ଟାର ଅପରେଶନରେ ବିପୁଳ ସମ୍ପତ୍ତି ଉଦ୍ଧାର

କାଠମାଣ୍ଡୁ,୩୧।୮: ଭୋଟେ କୋଶି ନଦୀରେ ଭୟଙ୍କର ବନ୍ୟା ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 903 ରେ ପହଞ୍ଚିଛି। ନୁୱାକୋଟ ଜିଲାର ତ୍ରିଶୁଳି…

ଚାଷଜମିରୁ ଆଠ ଫୁଟର ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ, ସରପଞ୍ଚ..

ବଡ଼ଗାଁ,୩୧।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଅଞ୍ଚଳରେ ବର୍ଷା ଋତୁରେ ଅଜଗର ସାପ ଗାଁ ସହ ଚାଷଜମିରେ ଦେଖାଯାଇଥାନ୍ତି। ଚଳିତବର୍ଷ ବଡ଼ଗାଁର ସାପ ଧରାଳି ମହେନ୍ଦ୍ର ନାଏକ…

ନେପାଳ ବନ୍ୟା ପରେ କନ୍ଦାଉଛି ଜମି ଯାଇଥିବା ପାଣି କାଦୁଅ, ISRO ଫଟୋ ଦେଲା ବଡ଼ ତଥ୍ୟ, ଭାରତ ଉପରେ ରହିଛି ବିପଦ!

କାଠମାଣ୍ଡୁ,୩୧।୮: ନେପାଳରେ ହୋଇଥିବା ବିନାଶକାରୀ ବନ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ପ୍ରକାଶ ପାଇଛି। ପ୍ରଥମେ ପ୍ରବଳ ବର୍ଷା ଏବଂ ହିମସ୍ଖଳନକୁ ପ୍ରାଥମିକ କାରଣ ଭାବରେ ବିବେଚନା…

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା, ୩ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ,୩୧।୮: ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି। ଏହି ସମୟରେ, ଭୋଟେ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ନୂତନ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri