କୁଆପଥର ମାଡ଼ରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଉମରକୋଟ, ୧୩।୧(ସ୍ବ.ପ୍ର.) କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ମୂର୍ତ୍ତୃମା ପଞ୍ଚାୟତରେ ୩୦ହେକ୍ଟର ମକାଚାଷରୁ ୧୨ ହେକ୍ଟର, ବକୋଦା, ଇନ୍ଦ୍ରପୁରୀ, ସ୍ବର୍ଣ୍ଣପୁରୀ, ଗୋଟିଗୁଡ଼ା,ଉମର ଗାଁରେ ହୋଇଥିବା ୩୫୦ ହେକ୍ଟର ମକାଚାଷରୁ ୧୬୦ହେକ୍ଟର ମକା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କୁଆପଥର ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ଉମରକୋଟ ମଣ୍ଡଳ କୃଷି ଅଧିକାରୀ ବିଧୁଭୂଷଣ ମହାକୁଡ଼ କହିଛନ୍ତି। ପନିପରିବା ନଷ୍ଟଜନିତ ତଥ୍ୟ ଜାଣିବା ପାଇଁ ଏଏଚ୍‌ଓ ସରୋଜ ସେନାପତିଙ୍କୁ ତାଙ୍କ ଟେଲିଫୋନ ନମ୍ବର ୭୯୭୮୭୬୩୪୭୯ରେ ଯୋଗା ଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଋଣ କରି ଚାଷୀ ମକାଚାଷ କରିଥିଲେ। ଅନେକ ସ୍ଥାନରେ ଗଛ କଅଁଳ ଅବସ୍ଥାରେ ରହିଥିବା ବେଳେ କେତେ ଜାଗାରେ ମକାଗଛରେ ଫୁଲ ଧରିଥିଲା। ଏହି ସମୟରେ କୁଆପଥର ବର୍ଷା ହୋଇ ସବୁ କିଛି ଉଜାଡ଼ିଦେଇଛି ବୋଲି ଚାଷୀ କହିଛନ୍ତି। ଫୁଲକୋବି, ମଟର, ବିନ୍‌ସ ଫସଲ କରିଥିବା ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଉମରକୋଟ ବ୍ଲକ ଭାମିନି, ଚିକଲପଦର, ମୂର୍ତ୍ତୁମା, ସୁକିଗାଁ, ବୋକଦା, କୋପେନା ପଞ୍ଚାୟତରେ କୁଆପଥର ମାଡ଼ରେ ଫସଲ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ବ୍ଲକ ଅଧ୍ୟକ୍ଷ ଲାଇବାନ ଭକ୍ତ କେତେକ ସ୍ଥାନକୁ ଯାଇ କ୍ଷୟକ୍ଷତି ଦେଖି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଚାଷୀଙ୍କ କ୍ଷୟକ୍ଷତି ବାବଦରେ ଜିଲା ପ୍ରଶାସନ ଓ କୃଷି ବିଭାଗ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କୁ ଜଣାଇ ସହାୟତା ରାଶି ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବେ ବୋଲି ବିଧାୟକ ଏବଂ ବ୍ଳକ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?