ହାଇଦ୍ରାବାଦରୁ ମୁକୁଳିଲେ ୯ ଶିଶୁ ଶ୍ରମିକ

ବୈପାରିଗୁଡ଼ା,୧୩।୧ (ଡି.ଏନ୍‌.ଏ.)  ହାଇଦ୍ରାବାଦରେ ବନ୍ଧାପଡ଼ିଛନ୍ତି ଶିଶୁ ଶ୍ରମିକ ଶୀର୍ଷକ ଖବର ଗତ ୭ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ଶ୍ରମ ବିଭାଗ ହାଇଦ୍ରାବାଦରେ ନିର୍ଯାତିତ ଶିଶୁ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ଦିଗରେ ପଦକ୍ଷେପ ନେଇଛି। ଫଳରେ ଏହି ୯ ଶିଶୁ ଶ୍ରମିକ ହାଇଦ୍ରାବାଦରୁ ମୁକୁଳି ଓଡ଼ିଶା ଫେରୁଥିବା ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ କହିଛନ୍ତି। ହାଇଦ୍ରାବାଦର ଶ୍ରମ ଅଧିକାରୀ ଓ ପୋଲିସ ସହାୟତାରେ ଏହି ଶିଶୁ ଶ୍ରମିକଙ୍କୁ ମୁକ୍ତ କରାଯାଇଥିବା ପାଣିଗ୍ରାହୀ କହିଛନ୍ତି। ସେମାନଙ୍କ ବୟାନ ରେକର୍ଡ ପରେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ହାଇଦ୍ରାବାଦ୍‌ରୁ ଫେରୁଥିବା ଏହି ଶିଶୁ ଶ୍ରମିକମାନଙ୍କ ସହ ଯୋଗାଯୋଗ କରିବାରୁ ସମ୍ପୃକ୍ତ ଠିକାଦାର ୩ ମାସର ମଜୁରି ବଦଳରେ ମାତ୍ର ଗୋଟିଏ ମାସର ଦେଇ ସେମାନଙ୍କୁ ପଠାଇ ଦେଇଥିବା ପ୍ରକାଶ କରିଛନ୍ତି। ଏହି ଶିଶୁ ଶ୍ରମିକମାନେ ପରିବାରର ଆର୍ଥତ୍କ ସମସ୍ୟା ଓ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ୩ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ସେମାନେ ଜଣେ ଠିକାଦାରଙ୍କ ଦ୍ବାରା ଏକ ଚକୋଲେଟ୍‌ ଫାକ୍ଟ୍ରିରେ ନିୟୋଜିତ ହୋଇଥିଲେ। ଅସ୍ବାସ୍ଥ୍ୟକର ପରିବେଶରେ ରହିବା ସହ ଦିନକୁ ୧୨ ଘଣ୍ଟା କାମ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିଲା। ଏପରିକି ଦେହ ଅସୁସ୍ଥ ହେଲେ ମଧ୍ୟ କାମ କରିବାକୁ ପଡୁଥିଲା। କାମ ନ କଲେ ମାଡ଼ ମରାଯାଉଥିବା ମୁକୁଳିଥିବା ଏହି ଶ୍ରମିକମାନେ ପ୍ରକାଶ କରିଛନ୍ତି। ମାସକୁ ୧୨ ହଜାର ଟଙ୍କା ମଜୁରି ଦେବାକୁ କହିଥିଲେ ମଧ୍ୟ ଠିକାଦାର ଟଙ୍କା ନ ଦେଇ ଦିନ ଗଡାଇ ଚାଲିଥିଲେ। ପରିବାର ଲୋକଙ୍କ ସହ ଫୋନ୍‌ରେ କଥା ହେବାକୁ ମଧ୍ୟ ଦେଉ ନ ଥିଲେ। ଏପରି ସ୍ଥଳେ ଏହି ଶିଶୁ ଶ୍ରମିକଙ୍କ ପରିବାର ଲୋକେ ଧରିତ୍ରୀର ବୈପାରିଗୁଡ଼ା ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ। ଶେଷରେ ଏହି ଶିଶୁ ଶ୍ରମିକମାନେ ସେଠାରୁ ମୁକୁଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ବାପାଙ୍କୁ ମାରିଥିଲେ, ଏବେ ଟାର୍ଗେଟ୍‌ରେ ପୁଅ

ଜୟପୁର,୪।୧୦(ନି.ପ୍ର.) : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ କଳସହାଣ୍ଡି ଗାଁରେ।...

ପାଣି ଆଣିବାକୁ ଅନ୍ୟ ସାହିକୁ ଯାଉଛନ୍ତି ଗ୍ରାମବାସୀ

ନାରାୟଣପାଟଣା ୨୨ା୫(ଡି.ଏନ୍‌.ଏ.): ଖରାର ପ୍ରକୋପ ଯେତିକି ବଢୁଛି ପାନୀୟ ଜଳ ନେଇ ସମସ୍ୟା ସେତିକି ଅଧିକ ହେଉଛି। ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାର...

ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

ଜୟପୁର, ୨୨ା୫(ନି.ପ୍ର.): ଜୟପୁରର ଐତିହାସିକ ରଥଯାତ୍ରା ନେଇ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ା ସ୍ଥାନୀୟ ପୌର ପରିଷଦର ସଭା ଗୃହରେ ହୋଇଥିବା ଏହି ବୈଠକରେ...

ନନ୍ଦପୁର ଅଞ୍ଚଳରୁ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚନ୍ଦନ କାଠ ଜବତ

କୋରାପୁଟ,୨୮ା୯(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡା ଅଞ୍ଚଳରୁ ସୋମବାର ଚନ୍ଦନକାଠ ଚୋରାଚାଲାଣ ହେବା ବେଳେ ଜବତ ହେବାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ଜିଲାର ନନ୍ଦପୁର...

ଫାଟୁସିନେରି ନିକଟରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପଟ୍ଟାଙ୍ଗୀ,୨୭ା୮(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ପଡ଼ୋଶୀ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମ ନିକଟରେ ଆନ୍ଧ୍ର ସୀମାରେ ଥିବା ସ୍ଥାନରେ...

ଜାଲଚାଷୀ ଠାବ ପରେ ଏବେ ଚିହ୍ନଟ ହେବେ ଭାଗଚାଷୀ

ଜୟପୁର,୧୧।୧(ଡି.ଏନ୍‌.ଏ.): ଜୟପୁର ବ୍ଲକ ଫାମ୍ପୁଣି ପଞ୍ଚାୟତରେ ଜାଲଚାଷୀ ଧରାପଡ଼ିବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବ୍ଲକରେ ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା...

ଦୁଇମାସ ତଳେ ବଦଳିି ହୋଇ ଆସିଥିଲେ, ଚାଲିଗଲା ଜୀବନ

ସେମିଳିଗୁଡ଼ା/ସୁନାବେଡ଼ା,୧୭ା୨(ସ୍ବ.ପ୍ର.): ୨୬ ନମ୍ବର ଜାତୀୟ ରାଜପଥ ସେମିଳିଗୁଡ଼ା ଗଙ୍ଗାମା’ ମନ୍ଦିର ନିକଟରେ ଏକ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ସ୍କୁଲ ଯାଉଥିବା ଜଣେ...

ସୁପ୍ରିମକୋର୍ଟଙ୍କ ରାୟକୁ ଗୁରୁତ୍ୱ ଦେଉନି ଆନ୍ଧ୍ର

ପଟ୍ଟାଙ୍ଗୀ,୮ା୯(ଡି.ଏନ୍‌.ଏ.):ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ କୋଟିଆ ପଞ୍ଚାୟତକୁ ନେଇ ଲାଗି ରହିଥିବା ବିବାଦ ରାଜନୈତିକ ସ୍ତରରେ ଆଲୋଚନାକରି ୬ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ...

Advertisement
Archives

Model This Week