ଜ୍ଞାନ ଆହରଣ ପାଇଁ ବାହାର ରାଜ୍ୟକୁ ଯିବେ ଚାଷୀ

ଭୁବନେଶ୍ୱର, ୧୯।୨(ଅସମାପିକା ସାହୁ):ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉତ୍ସବରେ ସଭାପତିତ୍ୱ କରି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ରାଜ୍ୟର ୯୨ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାବେଳେ ସେମାନଙ୍କ ଆୟବୃଦ୍ଧି ନିମନ୍ତେ କୃଷି ସହିତ ମାଛଚାଷ ଓ ପ୍ରାଣିପାଳନ ଏକ ସର୍ବୋତ୍କୃଷ୍ଟ ମାଧ୍ୟମ। ଚାଷୀମାନଙ୍କୁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଅବଗତ କରାଇବା ଓ ଦକ୍ଷ କରାଇବା ପାଇଁ ଅଧିକରୁ ଅଧିକ କୃଷକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏଥିସହ ଜ୍ଞାନ ଆହରଣ ପାଇଁ ସେମାନଙ୍କୁ ବାହାର ରାଜ୍ୟକୁ ପରିଭ୍ରମଣରେ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସମାବେଶରେ ପ୍ରଥମଥର ପାଇଁ ଆୟୋଜିତ ‘ଆସ୍କ ଦି ମିନିଷ୍ଟର’ କାର୍ଯ୍ୟକ୍ରମରେ ଚାଷୀମାନେ ମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଥିଲେ। ମନ୍ତ୍ରୀ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲାର ୧୦୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଗୋପାଳନ ଓ ପ୍ରାଣିପାଳନ ଆୟବୃଦ୍ଧି ଓ ରୋଜଗାର ସୃଷ୍ଟିର ଏକ ବଳିଷ୍ଠ ମାଧ୍ୟମ। ରାଜ୍ୟରେ ମାଛଚାଷ, ଗୋପାଳନ ଓ ପ୍ରାଣିପାଳନର ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ପ୍ରଥମଥର ପାଇଁ ରାଜ୍ୟସ୍ତରରେ ଆୟୋଜିତ ଏହି ସମାବେଶ ରାଜ୍ୟର ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ କହିଲେ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଫଳରେ ରାଜ୍ୟର କୋଣ ଅନୁକୋଣରେ ମାଛଚାଷ ଓ ପ୍ରାଣିପାଳନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ଏହାଦ୍ୱାରା ଗାଁଗହଳିର ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ସହଜରେ ମିଳିପାରୁଛି। ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦୁ ରାୟ ପ୍ରମୁଖ ମତ୍ସ୍ୟ ଓ ପ୍ରାଣିସମ୍ପଦର ଅଭିବୃଦ୍ଧିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ରାଜ୍ୟର ଚାମ୍ପିୟନ୍‌ ଚାଷୀଙ୍କ ସମେତ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ମତ୍ସ୍ୟ ଓ ପ୍ରାଣିପାଳନ ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା କରିଥିବା ଉଦ୍ୟୋଗୀଙ୍କୁ ସବ୍‌ସିଡି ରାଶିର ଚେକ୍‌ ପ୍ରଦାନ କରାଯାଇଥିଲା। ପ୍ରଦର୍ଶନରେ ସର୍ବୋତ୍କୃଷ୍ଟ ଷ୍ଟଲ ନିମନ୍ତେ ସରକାରୀ ବିଭାଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବେସରକାରୀ ବିଭାଗରେ ପଶୁପତି ଆଗ୍ରୋଭେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଷ୍ଟାର୍ଟଅପ୍‌ ବିଭାଗରେ ଗୌମୟ ଆଗ୍ରୋ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ସ୍ବତନ୍ତ୍ର ପୁରସ୍କାର ବର୍ଗରେ ଥିଙ୍କ୍‌ର ଇନୋଭେଟିଭ୍‌ ସଲ୍ୟୁଶନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ହରିୟାଣାର ଯୁବରାଜ ମୁରା ବଫାଲୋକୁ ପୁରସ୍କୃତ କରାଯାଇଥିଲା। ସମ୍ବଲପୁରର ମହିଳା ଚାଷୀ ଅନିତା ଓରାମ୍‌ ସ୍ବାଗତ ଭାଷଣ ଓ ପୁରୀର ମହିଳା ଚାଷୀ ତନ୍ମୟୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri