ଜବରଦସ୍ତ ସରକାରୀ ଯୋଜନା! କୃଷକଙ୍କୁ ମାସକୁ ମିଳିବ ୩୦୦୦ ପେନସନ, ଜାଣନ୍ତୁ କିଭଳି କରିବେ ଆବେଦନ

ନୂଆଦିଲ୍ଲୀ,୬।୭: କେନ୍ଦ୍ର ସରକାର କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ପିଏମ୍‌ କିଶାନ ମାନଧନ ଯୋଜନା ଚଳାଉଛନ୍ତି। ଏହି ଯୋଜନାରେ ବହୁତ କମ୍‌ ଟଙ୍କା ଯୋଗଦାନ କରି (୫୫ରୁ ୨୦୦ ଟଙ୍କା ମାସକୁ) ୬୦ ବର୍ଷ ବୟସ ପରେ୩୦୦୦ ଟଙ୍କା ପେନସନ ପାଇପାରିବେ। ବଡ଼ କଥା ହେଉଛି ଯେ ଏହି ଯୋଜନାରେ ଯେତେ ଟଙ୍କା କୃଷକ ଦେବେ ସେତିଟି ଟଙ୍କା ସରକାର ମଧ୍ୟ ଅଂଶଦାନ ଦିଅନ୍ତୁ।
ପିଏମ୍‌ କିଷାନ ମାନଧନ ଯୋଜନା ପ୍ରାରମ୍ଭିକ ସମୟରେ ସରକାରଙ୍କ ପକ୍ଷରୁ ଦେଶର ଆର୍ଥିକସ୍ତରରେ ଦୁର୍ବଳ କୃଷକମାନଙ୍କ ବୃଦ୍ଧାବସ୍ଥା  ସୁରକ୍ଷିତ କରିବା ପାଇଁ କରାଯାଇଥିଲା। ଏହି ଯୋଜନାରେ ନିବେଶ କରି କୃଷକମାନେ ୬୦ ବର୍ଷ ପରେ ମାସକୁ ୩ ହଜାର ଲେଖାଏ ବର୍ଷକୁ ୩୬ ହଜାର ଟଙ୍କାର ପେନସନ ପାଇପାରିବେ।
ଦେଶରେ ଅନେକ ଶିକ୍ଷକ ଏହି ଯୋଜନା ଅଧିନରେ ଆବେଦନ କରି ଲାଭବାନ ହେଉଛନ୍ତି। ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ବୟସ ଥିବା କୃଷକ ଏଥିରେ ଆବେଦନ କରିପାରିବେ। ଯେଉଁ ବୟସରୁ ଆବେଦନ କରିବେ ସେହି ଅନୁଯାୟୀ ନିବେଶ ରାଶି ସ୍ଥିର କରାଯାଇଥାଏ।
ଯଦି ଆପଣଙ୍କ ବୟସ ୧୮ ବର୍ଷ ତେବେ ଆପଣଙ୍କୁ ମାସିକ ୫୫ ଟଙ୍କା ନିବେଶ କରିବାକୁ ପଡ଼ିଥାଏ। ୬୦ ବର୍ଷ ବୟସ ହେବା ଯାଏ ଏଥିରେ ଆବେଦନ କରିବାକୁ ପଡ଼ିଥାଏ। ୬୦ ବର୍ଷ ପରେ ଆପଣଙ୍କୁ ମାସକୁ ୩ ହଜାର ଟଙ୍କାର ପେନସନ ମିଳିଥାଏ। ଏମିତିରେ ବର୍ଷକୁ ଆପଣଙ୍କୁ ୩୬ ହଜାର ଟଙ୍କା ମିଳିଥାଏ। ଯଦି କେହି ଏହି ଯୋଜନାରେ ଆବେଦନ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ କିଛି ସର୍ତ୍ତ ମାନିବାକୁ ପଡ଼ିଥାଏ।
ଯୋଜନାର ସର୍ତ୍ତ କ’ଣ?
-ଏହି ଯୋଜନାର ଲାଭ ଲଘୁ ତଥା ସୀମାନିକଟବର୍ତ୍ତୀ କୃଷକ ପାଇପାରିବେ।
-ଏଥିନେଇ ଆପଣଙ୍କ ନିକଟରେ ୨ ହେକ୍ଟର ନଚେତ ଏହାଠାରୁ କମ୍‌ କୃଷିଯୋଗ୍ୟ ଜମି ରହିବା ଆବଶ୍ୟକ।
-ଯଦି ଏହାଠାରୁ କମ୍‌ ଜମି ଥାଏ ତେବେ ଆପଣଙ୍କ ଆବେଦନ ରଦ୍ଦ ହୋଇଯିବ।
କେଉଁ କାଗଜପତ୍ର ଆବଶ୍ୟକ?
-ଏହି ଯୋଜନାରେ ଆବେଦନ କରିବା ଲାଗି ଆପଣଙ୍କ ପାଖରେ ଆଧାର କାର୍ଡ, ପରିଚୟ ପତ୍ର, ଆୟ ପ୍ରମାଣ ପତ୍ର, ବୟସ ପ୍ରମାଣ ପତ୍ର, ବ୍ୟାଙ୍କ ପାସବୁକ୍‌, ମୋବାଇଲ ନଂ ଆଦି ଆବଶ୍ୟକ।
ଯଦି ଆପଣ ସରକାରୀ ଚାକିରି କରିଛନ୍ତି କିମ୍ବା ଆୟକର ରିଟର୍ନ ଦାଖଲ କରୁଛନ୍ତି ତେବେ ଏହି ସ୍ଥିତିରେ ଆପଣଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?