Posted inଜାତୀୟ

ଭାଜପା ସରକାର ଭାଙ୍ଗିଦେବ କୃଷକ ଆନ୍ଦୋଳନ : ଅଖିଳେଶ

ଲକ୍ଷ୍ନୌ,୨୯।୧୨: ଭାଜପା ସରକାର କୃଷକଙ୍କୁ ସର୍ବଦା ଅସମ୍ମାନିତ କରିଛି। ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ହିଁ କେନ୍ଦ୍ରରୁ ଭାଜପା ସରକାର ଓପାଡ଼ି ଫୋପାଡିବ। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଏଭଳି କହିଛନ୍ତି ପୂର୍ବତନ ଉତ୍ତରପ୍ରଦେଶ(ୟୁପି) ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।

ଉର୍ଦ୍ଦୁ ଲେଖକ ମୁନାଓ୍ବର ରାଣାଙ୍କ ଝିଅ ସୋମିୟା ରାଣା, ବହୁଜନ ସମାଜବାଦୀ ପାର୍ଟିର ମାସୁଦ ଆଲାମ ଓ ପୂର୍ବତନ ବିଧାୟକ ରମେଶ ଗୌତମ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅଖିଳେଶ କହିଛନ୍ତି, ଭାଜପା ସରକାର ଅନ୍ୟାୟ ଓ ଅତ୍ୟାଚାରର ସବୁ ସୀମା ଟପି ସାରିଛି। ଯିଏ ବିରୋଧ କରୁଛି, ସରକାର ତାକୁ ବିଭିନ୍ନ ଷଡ଼ଯନ୍ତ୍ରରେ ଫସାଇ ଦେଉଛି। ସରକାର ଗଲେ ହଥ ରକ୍ଷା ହୋଇପାରିବ। ଏହାବାଦ୍‌ ୟୁପିର ଆଗାମୀ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟ (ସପା) ବିଜୟୀ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ: କଂଗ୍ରେସ ୯୬୧, ଭାଜପା ୭୩୭

ଜୟପୁର, ୨୦ା୧୧(ପି.ଟି.): ଶାସକ କଂଗ୍ରେସ ରାଜସ୍ଥାନ ପୌର ନିର୍ବାଚନରେ ବିପୁଳ ସଫଳତା ହାସଲ କରିଛି। ଦଳ ମୋଟ ୯୬୧ ଓ୍ବାର୍ଡ ଦଖଲ କରିବାରେ ସମର୍ଥ ହୋଇଛି।...

କର୍ନାଟକରେ ୨ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ: ରାଜ୍ୟ ସରକାରଙ୍କ ରିପୋର୍ଟ

ବେଙ୍ଗାଲୁରୁ,୫।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ରରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଛି।...

ସୀମାରେ ଅନୁପ୍ରବେଶ ଅପେକ୍ଷାରେ ୨୫୦ ପାକ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ,୪ା୧(ଆଇଏଏନ୍‌ଏସ୍‌): ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ଲାଗି ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଆରପଟେ ପାଖାପାଖି ୨୫୦ ପାକିସ୍ତାନୀ ଆତଙ୍କବାଦୀ ଅପେକ୍ଷା କରି ରହିଛନ୍ତି। ସେମାନେ ପ୍ରତିଦିନ...

ଫେକ୍‌ ଟିଆର୍‌ପି ସ୍କାମ୍‌ର ପର୍ଦ୍ଦାଫାଶ: ୪ ଗିରଫ, ସ୍କାନରରେ ରିପବ୍ଲିକ୍‌ ଟିଭି

ମୁମ୍ବାଇ, ୮ା୧୦-ମୁମ୍ବାଇ ପୋଲିସ ଗୁରୁବାର ଏକ ବଡ଼ଧରଣର ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଉକ୍ତ ର଼୍ୟାକେଟ ଜାଲିଆତି କରି ରିପବ୍ଲିକ୍‌ ଟିଭି ସମେତ ଆଉ କେତେକ ଟିଭି...

ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୧: ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆର ବାଲି ଅଭିମୁଖେ ଯାତ୍ରା କରିଛନ୍ତି। ୧୪ ରୁ ୧୬ ନଭେମ୍ବର ମଧ୍ୟରେ...

ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀରେ ଜନତାଙ୍କ ନିକଟତର ହେବାକୁ ରାହୁଲଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଜନା

ନୂଆଦିଲ୍ଲୀ,୧୯।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀରେ ରାହୁଲ ଗାନ୍ଧୀ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଜନା କରିଛନ୍ତି। ଏହାଦ୍ୱାରା ସେ ଜନତାଙ୍କ ନିକଟତର ହେବାକୁ ଲକ୍ଷ୍ୟ...

ଦିଲ୍ଲୀ କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, ୨୧।୬: ଦିଲ୍ଲୀର କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ଫର୍ଣ୍ଣିଚର ମାର୍କେଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସକାଳେ ଉକ୍ତ ମାର୍କେଟରେ ଲାଗିଥିବା...

ଲଖିମପୁର ଖେରି ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ନୂଆଦିଲ୍ଲୀ,୬।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସମ୍ପୃକ୍ତି ଘଟଣାକୁ ସୁପ୍ରିମକୋର୍ଟ ନିଜ ହାତକୁ ନେଇଛନ୍ତି।...

Advertisement
Archives

Model This Week