କୃଷିରୁ ମୁହଁ ଫେରାଉଛନ୍ତି ଚାଷୀ: ବିରୋଧୀ

ଭୁବନେଶ୍ୱର,୨୯।୭(ବ୍ୟୁରୋ): କେନ୍ଦ୍ର ସରକାର ଦେଶବାସୀଙ୍କୁ କିଛି ସୁନେଲି ସ୍ବପ୍ନ ଦେଖାଇଥିଲେ। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବା, ପ୍ରତି ଘରେ ରନ୍ଧନ ଗ୍ୟାସ୍‌ ପହଞ୍ଚାଇବା ଓ ଅର୍ଥନୀତିକୁ ୫ ଟ୍ରିଲିୟନରେ ପହଞ୍ଚାଇବା, ହେଲେ କିଛି ହେଲାନି। କୃଷି ଉପରେ ବି କେନ୍ଦ୍ର ସରକାର ସେତେଟା ଗୁରୁତ୍ୱ ଦେଇନାହାନ୍ତି। କେନ୍ଦ୍ର କୃଷି ବଜେଟ ଗତବର୍ଷ ତୁଳନାରେ ଚଳିତ ବର୍ଷ ମାତ୍ର ୪% ଅଧିକ ରହିଛି। ମାତ୍ର ରାଜ୍ୟ ସରକାର କୃଷିକୁ ଅଧିକ ଗୁରୁତ୍ୱ ଦେବା ସହିତ କୃଷି ବଜେଟରେ ୨୧% ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ପ୍ରାପ୍ୟ ତୁରନ୍ତ ଦେବା କଥା। ମାତ୍ର ଦେଉନାହାନ୍ତି। ୩ ବର୍ଷ ହେଲା ଆମେ ହକ୍‌ ମାଗିଲେ ମଧ୍ୟ ମିଳୁନାହିଁ। ତୁରନ୍ତ ଆମ ଭାଗ ଆମକୁ ଦିଅ ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଏଥିରେ ଅସନ୍ତୁଷ୍ଟ ହୋଇ ବିରୋଧୀ ସଭ୍ୟ କକ୍ଷ ତ୍ୟାଗ କରିଥିଲେ। ଗୁରୁବାର ଅପରାହ୍ନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଖର୍ଚ୍ଚଦାବିକୁ ଗୃହରେ ପାରିତ ପାଇଁ ମନ୍ତ୍ରୀ ଗୃହର ଅନୁମୋଦନ ଲୋଡ଼ିଥିଲେ। ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ, କୃଷିର ଉନ୍ନତି ବିନା ଦେଶର ବିକାଶ ଅସମ୍ଭବ। କୃଷିରୁ ମୁହଁ ଫେରାଇ ଚାଷୀମାନେ ସୁରଟ ଓ ହାଇଦ୍ରାବାଦ ଯାଉଛନ୍ତି। ଚାଷ ପାଇଁ ଓଡ଼ିଶା ସରକାରଙ୍କ ଦରଦ ନାହିଁ। ବନ୍ୟା, ବାତ୍ୟା ଓ ମରୁଡ଼ି ଯୋଗୁ ଚାଷ ଉଜୁଡ଼ି ଯାଉଛି। ଶିକ୍ଷିତ ପିଢ଼ି ଚାଷ କରିବାକୁ ଇଚ୍ଛା କରୁନାହାନ୍ତି।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସରକାରଙ୍କୁ ସମାଲୋଚନା କରି କହିଥିଲେ, ଏଇ ସରକାର ସମୟରେ ଯେତେ ସବୁ ଚେକ୍‌ ଡ୍ୟାମ୍‌ ନିର୍ମାଣ ହୋଇଛି ସେଥିରୁ ୯୦% ଅଚଳ ହୋଇଗଲାଣି। ଧାନର କଟନୀ ଛଟନୀ ନାଁରେ ଚାଷୀଙ୍କୁ ଲୁଟ୍‌ କରାଯାଉଛି। ଅଦା ଭଳି ଅନେକ ଫସଲର ବ୍ୟବସାୟ ପାଇଁ ମାର୍କେଟ ନାହିଁ। ବିଗତ ୧୦ ବର୍ଷରେ ରାଜ୍ୟରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ତାହାର ଉତ୍ତର ମିଳିନାହିଁ।
ଶାସକ ସଭ୍ୟ ଅମର ପ୍ରସାଦ ଶତପଥୀ କହିଲେ, କୃଷକଙ୍କ ଉନ୍ନତି ହେଲେ ରାଜ୍ୟରେ ଉନ୍ନତି ହେବ। କୃଷକଙ୍କ ଆୟ ବୃଦ୍ଧି ହେବା ସହିତ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଅନେକ ସଫଳ ଯୋଜନା କରିଛନ୍ତି। କାଳିଆ ଯୋଜନାକୁ ଦେଖିବା ପରେ ଭାରତ ସରକାର କୃଷକଙ୍କ ଆୟ ବଢ଼ାଇବା ପାଇଁ କିଛି ଯୋଜନା ଆପଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଧ୍ରୁବଚରଣ ସାହୁ ରାଜ୍ୟ ଏବେ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ପ୍ରକାଶ କରିଥିବା ବେଳେ କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଚାଷୀକୁଳ ହତାଶ ବୋଲି ମତ ରଖିଥିଲେ।
ଆଲୋଚନା ଶେଷରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଜନସଂଖ୍ୟାର ଏକ ମୁଖ୍ୟ ଭାଗ ନିଜର ଜୀବିକା ନିର୍ବାହ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। ରାଜ୍ୟର ମୋଟ୍‌ ୨୦.୬୧% ଏହି କ୍ଷେତ୍ରରୁ ଆସିଥାଏ। ଏହି କ୍ଷେତ୍ରର ବିକାଶ ରାଜ୍ୟ ଉନ୍ନତିର ଚାବିକାଠି। ସେଥିପାଇଁ ସରକାର ଏକ ସୁଦୂରପ୍ରସାରୀ ଓ ବଳିଷ୍ଠ କୃଷିନୀତି ‘ସମୃଦ୍ଧି’ ସାଙ୍ଗକୁ ବିଭିନ୍ନ କୃଷିି ଉନ୍ନୟକାରୀ ପଦକ୍ଷେପ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି। ୨୦୧୯ ଡିସେମ୍ବରରୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ଯୋଗାଇ ଦିଆଯାଉଥିବା ସମସ୍ତ ସେବାକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରତି ଚାଷୀ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକାରୀ କରାଯାଇଛି। ଏହି ସେବା ଯୋଗାଣରେ ତ୍ୱରିତ ସୁଧାର ଆଣିବ। ରାଜ୍ୟରେ ସ୍ବାଧୀନତା ପରବର୍ତ୍ତୀ ଅବସ୍ଥାରେ ଖାଦ୍ୟଶସ୍ୟ ଆମଦାନୀ କରି ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ବର୍ତ୍ତମାନ ଆମ ରାଜ୍ୟ ଫସଲ ଉତ୍ପାଦନ କ୍ଷେତ୍ରରେ କେବଳ ସ୍ବାବଲମ୍ବୀ ନୁହେଁ ବରଂ ବଳକା ରାଜ୍ୟରେ ପରିଣତ ହୋଇପାରିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟରେ ସର୍ବକାଳୀନ ରେକର୍ଡ ୧୩୦.୩୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇପାରିଛି। ବିଗତ ବର୍ଷରେ ରାଜ୍ୟ ସରକାର ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିବା ହେତୁ ୨୦୧୦-୧୧, ୨୦୧୨-୧୩, ୨୦୧୩-୧୪, ୨୦୧୪-୧୫ ଓ ୨୦୧୬-୧୭ ବର୍ଷ ଏପରି ପାଞ୍ଚଥର କୃଷି କର୍ମଣ ପୁରସ୍କାର ହାସଲ କରିଛି। ବିଗତ ବର୍ଷମାନଙ୍କରେ ଅମ୍ଫନ, ଜୱାଦ୍‌, ୟାଶ୍‌ ଓ ଗୁଲାବ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପହଞ୍ଚିଥିବା କ୍ଷତିର ରାଜ୍ୟ ସଫଳ ମୁକାବିଲା କରିପାରିଥିଲା। କୃଷିର ତ୍ୱରିତ ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟ ନେଇ ୨୦୧୮ ବର୍ଷରୁ ରାଜ୍ୟରେ କାଳିଆ ନାମରେ ଏକ କୃଷକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଅଛି। କାଳିଆ ବୋଧହୁଏ ଦେଶରେ ସର୍ବପ୍ରଥମ ସାମଗ୍ରିକ ମୌଳିକ ଆୟ ଯୋଜନା। କୌଣସି ଯୋଗ୍ୟ ଚାଷୀଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯିବ ନାହିଁ ବୋଲି ସ୍ଥିର ହୋଇଛି। ୨୦୨୦-୨୧ରେ ମୋଟ୍‌ ୫୩ ଲକ୍ଷ ୫୬ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ କାଳିଆ ସହାୟତା ଯୋଗାଇ ଦିଆଯାଇଥିବା ସ୍ଥଳେ ୨୦୨୧-୨୨ ଡିସେମ୍ବର ଶେଷ ସୁଦ୍ଧା ୩୮ଲକ୍ଷ ୭୮ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭ ଲକ୍ଷ ୮୯ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି। ୨୦୨୨-୨୩ ବର୍ଷରେ ଅଦ୍ୟାବଧି ୪୦ ଲକ୍ଷ ୨୨ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ପାଇଁ ସହାୟତା ଯୋଗାଇ ଦିଆଯାଇଛି। ସମନ୍ବିତ ଉଦ୍ୟାନ କୃଷି ବିକାଶ ଯୋଜନାରେ ସଙ୍କର ପନିପରିବା ଚାଷ, ସୁରକ୍ଷିତ ଚାଷ, ଅମଳ ପରବର୍ତ୍ତୀ ଯତ୍ନ ଏବଂ ବିପଣନ ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ଅଧିକ ଦୃଷ୍ଟି ଦିଆଯାଇଛି। ବିଗତ ୫ବର୍ଷରେ ୨୩୬୧୫.୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇ ୧୯୪୪୨ ହେକ୍ଟର ଜମିରେ ଫଳ ବୃକ୍ଷ ରୋପଣ ଏବଂ ୨୧୦୭୫ ହେକ୍ଟର ଜମିରେ ସଙ୍କର ପନିପରିବା ଚାଷ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିଆଯାଇଛି। ଅଣୁ ଜଳ ସେଚନରେ ବିଗତ ୫ ବର୍ଷରେ ବୁନ୍ଦା ଏବଂ ଫୁଆରା ଜଳସେଚନ ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ୧୫୧୯୮.୫୪ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଶେଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଭାଗର ୬,୬୪୬ କୋଟି ୧୧ ଲକ୍ଷ ୬୯ ହଜାର ଖର୍ଚ୍ଚ ଦାବିକୁ ବାଚନିକ ମତଦାନରେ ପାରିତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମହାରାଷ୍ଟ୍ର,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?