ଚକଡ଼ା ଦାଉ: ଧାନଚାଷରେ ନିଆଁ ଲଗାଇଲେ ଚାଷୀ

ନୀଳଗିରି,୧୧।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ ଧାନ ଚାଷ ନଷ୍ଟ ହେବାକୁ ବସିଛି। ଏବେ ଧାନ ଗଛରୁ କେଣ୍ଡାଗୁଡ଼ିକ ବାହାରିଥିବା ବେଳେ ଚକଡ଼ା ଓ ଜଉଆ ରୋଗ ଦାଉ ସାଧିଛି। ସ୍ବଳ୍ପ ବୃଷ୍ଟି, ଲଘୁଚାପଜନିତ ବର୍ଷା ଓ ହାତୀମାନଙ୍କ କବଳରୁ ବହୁ କଷ୍ଟରେ ଫସଲ ବଞ୍ଚାଇ ଚାଷୀ ଅମଳ ପାଇଁ ଆଶା ରଖିଥିବା ବେଳେ ଏହି ରୋଗ ପୋକ ଦମନ କରିବା ସେମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇପଡ଼ିଛି। ଚାଷୀମାନେ ଉଚ୍ଚ ଦରରେ କୀଟନାଶକ କିଣି ବାରମ୍ବାର ସିଞ୍ଚନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବିଶେଷ କରି ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ବାଂଶପାଳ ଗ୍ରାମରେ ଚକଡ଼ା ପ୍ରଭାବ ଦେଖାଦେଇଥିବାରୁ ବାଧ୍ୟ ହୋଇ ଚାଷୀମାନେ ଧାନଗଛକୁ ଜାଳିଦେଇଥିବା ଦେଖିବାକୁ ମିଳିଛି। ନୀଳଗିରି ଉପଖଣ୍ଡକୁ ମରୁଡି ଘୋଷଣା ଦାବିରେ ସିପିଆଇ, ନୀଳଗିରି ଅଞ୍ଚଳ କମିଟି ପକ୍ଷରୁ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ନୀଳଗିରି ଉପଖଣ୍ଡ ଏକ ପାହାଡ଼ିଆ ଅଞ୍ଚଳ। ପଶ୍ଚିମରେ ଦେବଗିରି ପାହାଡ଼, କୁଲଡ଼ିହା ଅଭୟାରଣ୍ୟ, ବିଜ୍ଞାପିତ ଅଞ୍ଚଳକୁ ଲାଗି ସ୍ବର୍ଣ୍ଣଚୂଡ଼ ପର୍ବତ ରହିଛି। ପାହାଡ଼ ପର୍ବତରୁ ପାଣି ସମୁଦ୍ରରେ ମିଶେ। ମାତ୍ର ଉକ୍ତ ପାଣିକୁ ଅଟକାଇବା ଭଳି କୌଣସି ନଦୀବନ୍ଧ ଯୋଜନା ନାହିଁ। ଏହି ଉପଖଣ୍ଡର ଉତ୍ତରରେ ଟଙ୍ଗଣା, ସୋନ ଭଳି ନଦୀର ପାଣିକୁ ନେଇ ଚାଷରେ ବିନିଯୋଗ କରିବାର କୌଣସି ବ୍ୟବସ୍ଥା ନ ଥିବାରୁ ବର୍ଷାପାଣିକୁ ଭରସା କରି ଚାଷୀ ଗୋଟିଏ ଥର ଖରିଫ ଋତୁରେ ଧାନ ଚାଷ କରେ। ଦୀର୍ଘ ଏକ ମାସ ଧରି ବର୍ଷା ନ ହେବା ଯୋଗୁ ଚାଷୀର ଷୋଳପଣ ଆଶା ଆଜି ମରୁଡ଼ି ଗର୍ଭରେ। ପୁଣି ଜମି ପାହାଡ଼ କୋଳରେ ଝରଣା ପାଣିରେ ଯେଉଁ ଚାଷ ହୋଇଥିଲା, ତାହା ହାତୀ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏବେ ଶୁଖିଲା ଧାନ କ୍ଷେତରେ ଚକଡ଼ା ପୋକ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ଚାଷୀକୁଳକୁ ଉଦ୍ଧାର ପାଇଁ ସିପିଆଇ ପକ୍ଷରୁ ଦାବିପତ୍ର ଦିଆଯାଇ ସମାଧାନ କରିବାକୁ ଦାବି ହୋଇଛି। ଦାବିଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରା ନ ଗଲେ ଚାଷୀମାନଙ୍କ ସୁରକ୍ଷା ପାଇଁ ଦଳ ଆଗାମୀ ସପ୍ତାହରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ବେଳେ ସିପିଆଇର ଜିଲା ସେକ୍ରେଟାରୀ ନିରଞ୍ଜନ ବାରିକଙ୍କ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?