ବରଗଡ଼ରେ ତେଜିଲା ଚାଷୀ ଆନ୍ଦୋଳନ, ସମସ୍ୟା ସମାଧାନ ନହେଲେ …

ବରଗଡ଼,୨୮ା୫ (ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ନେଇ ଅସନ୍ତୋଷ ବଢି ଚାଲିଥିବାବେଳେ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ବୁଧବାର ବରଗଡ଼ ଜିଲାପାଳ ଅଫିସରେ ଏହା ପ୍ରତିଫଳିତ ହୋଇଥିଲା। ରେଶମ, ସିଂହେନପାଳି, ପଧାନପାଲି, ସାଲ୍ହେପାଲି, ଅରେଇଗୁଡ଼ି, ଗୁଦରାମୁଣ୍ଡା, ଇଛାପଦାରର ଟୋକନଧାରୀ ଶତାଧିକ ଚାଷୀ ଧାନ କିଣାବିକା ସମସ୍ୟା ନେଇ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସ୍ମାରକପତ୍ରରେ ଚାଷୀମାନେ ଅଭିଯୋଗ କରିଛନ୍ତି, ରେଶମ ଏବଂ ଅରେଇଗୁଡ଼ି ପଞ୍ଚାୟତ ଅଧୀନରେ ଥିବା ମାର୍କେଟୟାଡ଼ ଗୁଡ଼ିକରେ ହଜାର ହଜାର ବସ୍ତା ଧାନ ପଡ଼ିଥିଲେ ମଧ୍ୟ ଧାନ ଉଠୁନାହିଁ। ବୁଧବାର ସୁଦ୍ଧା ୩୧୫ କୁଇଣ୍ଟାଲ ଧାନ କେବଳ ରେଶମ ମଣ୍ଡିରୁ ୮ଜଣ ଚାଷୀଙ୍କ ଧାନ କିଣାଯାଇଛି। ସେଥିପାଇଁ ଏହାର ତୁରନ୍ତ ସମାଧାନ ପାଇଁ ଚାଷୀ ଯେଉଁ ଦିନ ମଣ୍ଡିକୁ ଧାନ ଆଣିବେ, ସେହି ଦିନ ଧାନର ଉଠାଇବାକୁ ଦାବି କରିଛନ୍ତି। ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ମଣ୍ଡିରୁ ପ୍ରତିଦିନ ଶୀଘ୍ର ଏକ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ କିଣା ଯାଉ ନ ହେଲେ ଏହି ଅଞ୍ଚଳରେ ଚାଷୀମାନେ ଧାନ ବିକ୍ରିରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାନ ବିକ୍ରି କରି ପାରିବେ ନାହଁ ବୋଲି ଚାଷୀନେତାମାନେ କହିଛନ୍ତି। ଚାଷୀମାନେ ପ୍ରଥମେ ଗାନ୍ଧୀଛକରେ ସମବେତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ରାଲିରେ ଜିଲାପାଳ ଅଫିସ ଅଭିମୁଖେ ଯାଇଥିଲେ। ଚାଷୀମାନେ ସେଠାକୁ ପହଞ୍ଚିବା ପୂର୍ବରୁ ପୋଲିସ ଜିଲାପାଳ ଅଫିସ ମୁଖ୍ୟ ଫାଟକ ବନ୍ଦ କରି ଦେଇଥିଲା।ସେଠାରେ ଆନ୍ଦୋଳନରତ ଚାଷୀମାନେ ଧାରଣାରେ ବସି ପ୍ରତିବାଦ ସଭା କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସେଠାକୁ ଆସି ଧାରଣାରତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଚାଷୀମାନେ ନିଜ ଜିଦରେ ଅଟଳ ରହିବାରୁ ଯୋଗାଣ ଅଧିକାରୀ ଆସି ଦାବି ଗୁଡିକ ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରତିଶ୍ରୁତିର ଖୀଲାପ ହେଲେ କୌଣସି ମୁହୂର୍ତ୍ତରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚାଷୀମାନେ ଚେତାବନୀ ଦେଇଛନ୍ତି। ଚାଷୀନେତା ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ନିର୍ମଳ ପଧାନ, ସୁବ୍ରତ ପଧାନ, ମହେଶ ପଧାନ, ଜିତେନ ପୋଡ଼, ରଘୁନାଥ ପରଡିଆ, ସମ୍ପଦ ସାହୁ, ଦେବେନ୍ଦ୍ର ପଧାନ, ସମ୍ପର୍ଣ୍ଣ ମାଝୀ, ଲଳିତ ସାହୁ, ଅମୁଲ୍ୟ ସାହୁ, ସୁଦାମ ଭୋଇ, ଗୌରାଙ୍ଗ ବେହେରା, ସମୁଦ୍ର ଭୋଇ, କୀର୍ତ୍ତି ବଗର୍ତି, କରୁଣା ସେଟ ଏବଂ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର ଓ ସୁରେଶ ନିକେଣ୍ଟି ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ସେହିପରି ଧାନ ବିକ୍ରି ସମସ୍ୟା ଏବଂ ଅଦିନିଆଁ ବର୍ଷାକୁ ନେଇ ଚାଷୀ ସଂଗଠନ ଜୟ କିସାନ ଆନ୍ଦୋଳନର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ବୁଧବାର ଜିଲାପାଳ ଗୋୟଲଙ୍କ ସହିତ ଆଲୋଚନା କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଜିଲାର ସମସ୍ତ ମଣ୍ଡିରୁ ଧାନ ସଂଗ୍ରହ କରାଯାଉ ବୋଲି ଦାବି ହୋଇଛି। ମିଲର୍ସମାନଙ୍କ ଉପରେ ନିର୍ଭର ନକରି ପେକ୍ସ ନିଜେ ସମସ୍ତ ଧାନକୁ କିଣି ଗଚ୍ଛିତ କରୁ । ଅନ୍ୟଥା ବହୁ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବା ଆଶଙ୍କା ରହିଛି ବୋଲି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯ଲକ୍ଷ ୯୫ହଜାର ୧୦୦ କୁଇଣ୍ଟାଲ ଧାନ ପ୍ରଥମ ପର୍ଯ୍ୟାୟରେ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ବୁଧବାର ସୁଦ୍ଧା ୧୬ଲକ୍ଷ ୮୭ହଜାର କୁଇଣ୍ଟାଲ ଧାନ ବିକ୍ରି ହେଉଛି। କିନ୍ତୁ ସତଲମା ରେଶମ, ପଧାନପାଲି ଏବଂ ସଲେପାଲି ମଣ୍ଡିରେ ୫ପ୍ରତିଶତ ଧାନ କାହିଁକି ବିକ୍ରି ହୋଇନାହିଁ ବୋଲି ଜିଲାପାଳଙ୍କୁ ଚାଷୀ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ଏହି ଆଲୋଚନାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ଯୋଗଦେଇ ମଣ୍ଡିଗୁଡ଼ିକରେ ପଡିଥିବା ସମସ୍ତ ଧାନକୁ ଯୁଦ୍ଧକାଳୀନ ଭିତ୍ତିରେ କିଣିବା ପାଇଁ ଜିଲାପାଳଙ୍କୁ କହିଥିଲେ। ରାଜ୍ୟ ସରକାର ଧାନମାନରେ କୋହଳ କରି ସମସ୍ତ ଧାନ କିଣିବାର ବ୍ୟବସ୍ଥା କରନ୍ତୁ ନ ହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଥିଲେ। ଜୟ କିସାନ ଆନ୍ଦୋଳନର ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ଫାଦକ ହର ବଣିଆଁ, ବରିଷ୍ଠ ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ମହେଶ୍ବର ପ୍ରଧାନ, ଚଞ୍ଚଳ ପ୍ରଧାନ, ଅରୁଣ ପ୍ରଧାନ, ଭଞ୍ଜନ ବାରିକ, ସିଲିଂ ସାହୁ, ତପୋବନ୍ତ ନାୟକ, ମିନିଷ୍ଟର ବାରିକ, ବିଜୟ ପ୍ରଧାନ, ବିରଞ୍ଚି ମହାକୁଡଙ୍କ ସମେତ ବିଭିନ୍ନ ମଣ୍ଡିର ପ୍ରତିନିଧି ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?