କ୍ଷତିପୂରଣରୁ ବାଦ୍‌, ବଢ଼ିଲା ଚାଷୀ ଅସନ୍ତୋଷ: ଚାଷୀ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ

ବରଗଡ଼, ୧୧।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁନ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆ ବର୍ଷାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରବି ଧାନ ଅମଳ ଓ ସଂଗ୍ରହ ସମୟରେ ହୋଇଥିବା ଏଭଳି ବର୍ଷାରେ କ୍ଷେତ, ଖଳାରେ ପଡ଼ିଥିବା ଚାଷୀଙ୍କ ଧାନ ଉଜୁଡି ଯାଇଥିଲା। ଏଥିରୁ ଜିଲାର ବରପାଲି ବ୍ଲକ ବାଦ ପଡ଼ି ନଥିଲା। ପ୍ରଥମେ ଉକ୍ତ ବ୍ଲକରେ ଅଧିକ ବର୍ଷା ହେବା ସହିତ କ୍ଷେତ, ଖଳାରେ ପଡିଥିବା ଧାନ ଗଜା ହୋଇ ପଡ଼ିଥିଲା। ଏ ନେଇ ଉକ୍ତ ବ୍ଲକର କ୍ଷତିଗ୍ରସ୍ତ ଚାଷୀ ଜିଲାପାଳଙ୍କୁ ଫେରାଦ ହୋଇ କ୍ଷତିପୂରଣ ଦାବି ମଧ୍ୟ କରିଥିଲେ। ତେବେ ଇତିମଧ୍ୟରେ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଥିଲେ ହେଁ ଏଥିରୁ ବରପାଲି ବ୍ଲକ ବାଦ ପଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରି ପକାଇଛି। ସେହିପରି ପଦ୍ମପୁର, ଗାଇସିଲେଟ, ଅମ୍ବାଭାନା, ବିଜେପୁର ବ୍ଲକର ଚାଷୀମାନେ ମଧ୍ୟ ଏଥିରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଚାଷୀ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ମଙ୍ଗଳବାର ସଂଯୁକ୍ତ କୃଷକ ସଂଗଠନ, ବରପାଲି ପକ୍ଷରୁ ଏକ ଚାଷୀ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏହାର ପୁନଃ ବିଚାର କରି କ୍ଷତିପୂରଣ ଦେବାକୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, ଚଳିତ ରବି ଋତୁ ମେ ମାସରେ କାଳବୈଶାଖୀ, ଲଘୁଚାପ ଜନିତ ଅଦିନିଆଁ ବର୍ଷା କାରଣରୁ ବରଗଡ଼ ଜିଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସଂଯୁକ୍ତ କୃଷକ ସଂଗଠନ ତରଫରୁ ସେହି ସମୟରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଲିଖିତ ଭାବେ ଜିଲାପାଳଙ୍କୁ ଜଣାଇଥିଲେ। ସ୍ଥାନୀୟ ଅଧିକାରୀମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେଇଛନ୍ତି। ହେଲେ ଗତ କିଛି ଦିନ ତଳେ ରାଜ୍ୟ ସରକାରଙ୍କ ତରଫରୁ ମେ ମାସ ୨୩ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ହୋଇଥିବା ଅଦିନିଆ ବର୍ଷା ଯୋଗୁ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କୃଷି ଇନପୁଟ ସସିଡି ତଥା କ୍ଷତିପୂରଣ ସହାୟତା ବଣ୍ଟନ ପାଇଁ ବରଗଡ଼ ଜିଲାକୁ ୭କୋଟି,୫୫ଲକ୍ଷ ୪୪ହଜାର ୮୫୫ ଟଙ୍କା ମିଳିଥିବା ସୂଚନା ମିଳିଛି। ହେଲେ ବରପାଲି ବ୍ଲକର କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରକାଶ ଥାଉକି, ଗତ ମେ ମାସରେ ବରଗଡ଼ ଜିଲାରେ ୧୨୨ମି.ମି ଏବଂ ବରଗଡ଼ ବ୍ଲକରେ ୧୦୨ମି.ମି, ଅତାବିରା ବ୍ଲକରେ ୬୭ମି.ମି, ବରପାଲି ବ୍ଲକରେ ୫୨ମି. ମି ବର୍ଷା ଗୋଟିଏ ଦିନରେ ହୋଇଥିଲା। ହେଲେ ପଦ୍ମପୁର, ଗାଇସିଲେଟ, ଅମ୍ବାଭାନା, ବିଜେପୁର ଏବଂ ବରପାଲି ବ୍ଲକର ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲାରର ସର୍ବାଧିକ କ୍ଷତିପୂରଣ ଭେଡେନ ବ୍ଲକରେ ୨୫୮୫ ହେକ୍ଟର, ଅତାବିରା ବ୍ଲକରେ ୮୫୭, ବରଗଡ଼ ବ୍ଲକରେ ୫୫୫, ଝାରବନ୍ଧ ବ୍ଲକରେ ୨୯୩, ଭଟଲି ବ୍ଲକରେ ୨୫୭, ସୋହେଲା ବ୍ଲକରେ ୧୪, ପାଇକମାଳ ବ୍ଲକରେ ୧.୯୧ ହେକ୍ଟର ଅର୍ଥାତ୍‌ ମୋଟ ୪୩୦୯ ହେକ୍ଟର ଜମିର କ୍ଷତିପୂରଣ ମିଳିଥିବା ବେଳେ ଅନ୍ୟ ବ୍ଲକ ତଥା ବାକି କ୍ଷତିଗ୍ରସ୍ତ ଚାଷୀ ବାଦ ପଡ଼ିଛନ୍ତି। ବରପାଲି ବ୍ଲକର ଚାଷୀମାନେ କାହିଁକି ଓ କିପରି ଭାବରେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଲେ ବୋଲି ପ୍ରଶ୍ନ କରିଛନ୍ତି। ସଂଗଠନର ତପନ ମିଶ୍ର, କାରଣ ସାହୁ, ଟେକରାଜ ପଧାନ, ଟିକେଶ୍ୱର ଦେହେରୀ, ସୁରେଶ ବିଶି, ଯୋଗେଶ ବିଶି ଏବଂ ରମେଶ ମହାପାତ୍ର ଓ ସୁରେଶ ନିକେଣ୍ଟି ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ: କହୁକହୁ କହିଦେଲେ …

ଭୁବନେଶ୍ୱର,୨୫।୬: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। ।...

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ...

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା...

ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ...

ମୌଳିକ ସୁବିଧାରୁ ବଞ୍ଚିତ ମହୁଲପଡ଼ାବାସୀ

ନୂଆପଡ଼ା,୨୫।୬ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ସିଲ୍‌ଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡ଼ାବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ...

ଜୁଲାଇ ୧ରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା

ନୂଆଦିଲ୍ଲୀ,୨୫ା୬:ଭାରତୀୟ ରେଲ୍‌ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍‌, ଏକ୍ସପ୍ରେସ୍‌ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri