ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ଚାଷ ଜମିରେ ପାଣି ମାଡୁ ଥିବା ସରକାରୀ ରିପୋର୍ଟ କହୁଛି। ସେହି ଅନୁସାରେ ଚାଷୀମାନଙ୍କଠାରୁ ରାଜସ୍ବ ବିଭାଗ ଜଳକର ଆଦାୟ କରୁଛି। କିନ୍ତୁ ଜମିରେ ପାଣି ନ ମାଡ଼ି ମଧ୍ୟ ଚାଷୀ ଜଳକର ଦେଉଥିବା ଅଭିଯୋଗ ହେଉଛି।
ନୟାଗଡ଼ ଜିଲା ନୂଆଗାଁ ତହସିଲ ଅଧୀନରେ ୩୨,୫୪.୭୩ ଏକର ଚାଷ ଜମି ରହିଥିବା ବେଳେ ସେଥିମଧ୍ୟରୁ ୩,୫୨.୮୪୮ ଏକର ଜଳ ସେଚିତ ଜମି ରହିଥିବା ସରକାରଙ୍କ ତଥ୍ୟ କହୁଛି। ଜଳସେଚିତ ଜମି ପାଇଁ ଚାଷୀମାନେ ଜଳ କର ବାବଦକୁ ବର୍ଷକୁ ଏକର ପିଛା କିସମ ଅନୁସାରେ ୧୦୨ ଟଙ୍କା ୭୫ ଟଙ୍କା ଓ ୪୫ ଟଙ୍କା ଦେବାକୁ ପଡୁଛି। ପ୍ରତିବର୍ଷ ଜଳକର ନ ଦେଲେ ପରବର୍ତ୍ତୀ ବର୍ଷ ବକେୟା ବାବଦକୁ ସୁଧ ମଧ୍ୟ ଆଦାୟ କରୁଛି ରାଜସ୍ବ ବିଭାଗ। କିନ୍ତୁ ନୂଆଗାଁ ତହସିଲର ମହିତମା ରାଜସ୍ବ ବିଭାଗର ସୋରଡା ଗ୍ରାମର ମାତ୍ର ଅଳ୍ପ କିଛି ଜମିକୁ ଛାଡି ଦେଲେ ଅନ୍ୟ କୌଣସି ଜମିରେ ପାଣି ମାଡୁ ନାହିଁ। ଜଳସେଚନ ପାଇଁ କୁଆଁରିଆ ନଦୀରୁ ପାଣି ଆସିବା ପାଇଁ ଡ୍ରେନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ତାହା ସବୁ ପୋତି ହୋଇ ପଡିଲାଣି। ଫଳରେ ଜମିକୁ ପାଣି ମାଡୁ ନାହିଁ। ସେହିପରି ନୂଆଗାଁ , ମହିପୁର , ବାହାଡାଝୋଲା ରାଜସ୍ବ ବିଭାଗ ଅଧୀନରେ ଥିବା ଚାଷ ଜମିକୁ ପାଣି ଯୋଗାଇବା ପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା ଅନେକ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ ଉକ୍ତ ପ୍ରକଳ୍ପଗୁଡ଼ିକ ଠିକାଦାର ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ସୁହାଇଲା ଭଳି କରାଯାଉଥିବାରୁ କୌଣସି ଗୋଟିଏ ପ୍ରକଳ୍ପ କାମରେ ଆସୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେଉଁଠି ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିରହିଛି ତ ଆଉ କେଉଁଠି ପାଣି ଅଟକାଇବା ପାଇଁ ଚାବି ଲାଗି ନାହିଁ। ପୁଣି କେଉଁଠି ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ପ୍ରକଳ୍ପ ଭାଙ୍ଗିରୁଜି ଗଲାଣି। ଜଳ ସମ୍ପଦ ବିଭାଗ , କ୍ଷୁଦ୍ର ଜଳସେଚନ , ଉଠା ଜଳସେଚନ ଆଦି ବିଭାଗ ଦ୍ୱାରା ସରକାର ଅନେକ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ନିର୍ମାଣ କାର୍ଯ୍ୟ କରି ଲାଭବାନ ହେଉଛନ୍ତି। ଚାଷୀ ଜଳସେଚନ ମାଧ୍ୟମରେ ଜଳ ଯୋଗାଇ ନ ପାରିବା ବାବଦରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ପଚାରିବାରେ ଯେଉଁ ଚାଷୀମାନଙ୍କ ଚାଷ ଜମିରେ ପାଣି ମାଡୁନି କିନ୍ତୁ ଜଳକର ଦେଉଛନ୍ତି ସେମାନେ ଲିଖିତ ଭାବେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri