Posted inଭଦ୍ରକ

ଧାନ ବିକ୍ରି ନେଇ ଦ୍ୱନ୍ଦ୍ୱରେ ଚାଷୀ

ଆରଡ଼ି, ୬।୧(ଡି.ଏନ.ଏ.)  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତରେ ବୁଧବାର ଧାନ ମଣ୍ଡି ଖୋଲିଛି। ଚାଷୀମାନଙ୍କ ଧାନ ବିକ୍ରୟ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଛି। ଧାନ ବିକ୍ରି ପାଇଁ ୩ ମାସ ପୂର୍ବରୁ ଉଭୟ ପଞ୍ଚାୟତରୁ ପ୍ରାୟ ୭୦୦ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦୦ ଜଣଙ୍କୁ ବିକ୍ରୟ ପାଇଁ ଅନୁମତି ପୂର୍ବକ ଟୋକନ ନମ୍ବର ମୋବାଇଲ ମେସେଜ ଜରିଆରେ ସୂଚନା ଦିଆଯାଇଛି। ହେଲେ ଅବଶିଷ୍ଟ ୩୦୦ ଚାଷୀଙ୍କୁ ଟୋକନ ମିଳି ନ ଥିବାରୁ ସେମାନେ ଧାନ ବିକ୍ରି ନେଇ ଦ୍ବନ୍ଦ୍ୱରେ ରହିବା ସହ ହତୋତ୍ସାହ ହୋଇପଡ଼ିଛନ୍ତି। ପୂର୍ବରୁ ଧାନମଣ୍ଡି କର୍ତ୍ତୃପକ୍ଷଙ୍କୁ ଟୋକନ ନମ୍ବର ପାଇଥିବା ଚାଷୀଙ୍କ ସମ୍ପର୍କରେ ସୂଚନା ଦିଆଯାଉଥିଲା। ହେଲେ ଚଳିତବର୍ଷ ସେହି ବ୍ୟବସ୍ଥାକୁ ବାତିଲ କରାଯାଇଛି। ଫଳରେ ସମସ୍ୟା ଉପୁଜିବା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚାଷୀମାନେ କହିଛନ୍ତି। ଏହାକୁ ସରଳୀକରଣ କରିବାକୁ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୂଜାର୍ଚ୍ଚନା କରାଯାଇ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତ ମହିଳା ମହାସଂଘର କର୍ମକର୍ତ୍ତା ଏହାର ଶୁଭାରମ୍ଭ କରିଥିଲେ। ଚାନ୍ଦବାଲି ୧ ବ୍ଲକ କୋଅର୍ଡିନେଟର ରୀତାରାଣୀ ସାହୁ, ଚାନ୍ଦବାଲି ୨ ବ୍ଲକ କୋଅର୍ଡିନେଟର ବନଜ ବାରିକ, ଗ୍ରାମ କୃଷି କର୍ମୀ ନିହାର କୁମାର ସାହୁଙ୍କ ସହ ଚାନ୍ଦବାଲି ଆର୍‌ଏମ୍‌ସିର ଦୁଇଜଣ କର୍ମଚାରୀ ମଣ୍ଡି ପରିଚାଳନାର ସମସ୍ତ ସରକାରୀ ନିୟମ ବିଷୟରେ ସୂଚନା ଦେଇଥିଲେ। ସରପଞ୍ଚ ଶ୍ରୀକାନ୍ତ ନାୟକ, ସୁନ୍ଦରପୁର ପଞ୍ଚାୟତ ମହିଳା ମହାସଂଘ ସମ୍ପାଦିକା ଶାନ୍ତିଲତା ଖଟୁଆ, ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଶୁଭଲକ୍ଷ୍ମୀ ନାୟକ, ଓଳଗ ପଞ୍ଚାୟତ ମହାସଂଘ ସମ୍ପାଦିକା ପ୍ରଭାତି ନାୟକ, ସଭାନେତ୍ରୀ ଶଙ୍କୁନ୍ତଳା ନାୟକ ଓ ମଣ୍ଡି ପରିଚାଳନା କମିଟି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?